ପ୍ରତିଶ୍ରୁତି ରଖିଲାନି ବନ ବିଭାଗ: କର୍ମଚାରୀ ୮ ଘଣ୍ଟା ଅଟକ

ପରଜଙ୍ଗ, ୨୧।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀପଲ ଆତଙ୍କ ଥମୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଶୁକ୍ରବାର ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଡମୋଳ ଗ୍ରାମରେ। ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ବନ ବିଭାଗ ଉପରେ ଥିବା ରୋଷକୁ ଗ୍ରାମବାସୀ ଶୁଝାଇଛନ୍ତି ବିଭାଗୀୟ କର୍ମଚାରୀଙ୍କ ଉପରେ। ହାତୀ ଘଉଡ଼ାଇବାକୁ ଯାଇଥିବାବେଳେ ବନ କର୍ମଚାରୀଙ୍କୁ ୮ଘଣ୍ଟା ଧରି ଅଟକ ରଖିଥିଲେ। ଫଳରେ କର୍ମଚାରୀମାନେ ପ୍ରାତଃ ୪ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅଖିଆ ଅପିଆ ରହିଥିଲେ। ରେଞ୍ଜର ଛୁଟିରେ ଥିବା ଜଣାପଡ଼ିବାପରେ ଗ୍ରାମବାସୀ କର୍ମଚାରୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଡମୋଳ ଗ୍ରାମରେ ଭୋର୍‌ ୪ଟାରେ ଏକ ହାତୀ ଉପଦ୍ରବ ସୃଷ୍ଟି କରିଥିବା ସୂଚନା ପାଇ ବନ ବିଭାଗ ବୋଲେରୋ (ନଂ. ଓଆର ୧୯ଇ ୫୮୬୮)ରେ ଡ୍ରାଇଭର ସୁବ୍ରତ ସାହୁ, ଫରେଷ୍ଟ ଗାର୍ଡ ନିରଞ୍ଜନ ନାୟକ, ହାତୀ ସ୍କ୍ବାଡ୍‌ କର୍ମଚାରୀ ସୁଶାନ୍ତ ବେହେରା, ମନୋଜ ପାତ୍ର, ପ୍ରକାଶ ଦାସ, ସନ୍ଦୀପ୍ତ ସାହୁ, ଶାନ୍ତନୁ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଗ୍ରାମରେ ପହଞ୍ଚତ୍ଥିଲେ। ଏହା ପରେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଘେରିଯାଇଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ମହିଳା ବୁଧେଇ ବେହେରାଙ୍କ ମୃତଦେହ ଗ୍ରାମ ନିକଟ ବେରେଣା ପାଖରୁ ଉଦ୍ଧାର କରାଯାଇଥିଲା। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏଥିସହ ସରକାରୀ ନିୟମ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ହେଲେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେଉ ନ ଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରାଯିବ ବୋଲି ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା କହିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳାଙ୍କ ଘର ଲୋକେ ମଧ୍ୟାହ୍ନ ଯାଏ ମୃତଦେହ ଛାଡ଼ି ନ ଥିଲେ। ଏହାପରେ ରେଞ୍ଜର ଆକାଉଣ୍ଟ ନମ୍ବର ମାଗି ଟଙ୍କା ଛଡ଼ାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମାମଲା ଶାନ୍ତ ପଡ଼ିଥିଲା। ହେଲେ ପ୍ରତିଶ୍ରୁତି ମୁତାବକ ଟଙ୍କା ନ ଛାଡ଼ିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିଲା, ଯାହା ଶୁକ୍ରବାର ବନ କର୍ମଚାରୀଙ୍କ ଉପରେ ପ୍ରତିଫଳିତ ହୋଇଥିଲା। ତୁରନ୍ତ ଟଙ୍କା ନ ଛାଡ଼ିଲେ ଆଗାମୀ ଦିନରେ ରେଞ୍ଜରଙ୍କୁ ଅଟକ ରଖାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ରେଞ୍ଜ ଦାୟିତ୍ୱରେ ଥିବା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁ କୁହନ୍ତି, ବୃଦ୍ଧାଙ୍କ ମୃତ୍ୟୁ ସ୍ପଷ୍ଟ ଭାବେ ଜଣାପଡୁନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କ୍ଷତିପୂରଣ ପ୍ରଦାନ କରାଯିବ। ରୋଡ୍‌ରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଯାଇଥିବାରୁ ଡମୋଳରେ ଅଟକ କର୍ମଚାରୀଙ୍କ ପାଖରେ ପହଞ୍ଚତ୍ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?