ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଥିବାବେଳେ ଯାତ୍ରିବାହୀ ବସ୍‌ ସମେତ ଭାରିଯାନ ଚଳାଚଳରେ ସମସ୍ୟା ଦେଖାଦେଇଛି। ବର୍ଷେହେଲା ବ୍ରାହ୍ମଣୀଗାଁ ଠାରୁ ମହାଗୁଡି ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ସହ ପେନାରା ଘାଟିଠାରେ ଏକ ବ୍ରିଜ ନିର୍ମାଣ କରାଯାଇଥିଲା। କାର୍ଯ୍ୟ କରୁଥିବା ଠିକାଦାର ଉକ୍ତ ବ୍ରିଜ ନିର୍ମାଣରେ ବିଳମ୍ବ କରିବା ସହ ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ୨୦୧୮ରେ କାମ ଶେଷ କରିଥିଲେ। ଇତିମଧ୍ୟରେ ବର୍ଷେ ନପୂରୁଣୁ ଉକ୍ତ ବ୍ରିଜ୍‌ର ସଂଯୋଗୀକରଣ ରାସ୍ତା ଦବି ବଡ ଖାଲ ସୃଷ୍ଟି ହୋଇଛି। ଏବେ ଉକ୍ତ ରାସ୍ତା ବିପଦସଙ୍କୁଳ ପରିସ୍ଥିତିରେ ରହିଛି। ରାସ୍ତା ଦବି ଖାଲ ସୃଷ୍ଟି ହୋଇଥିବା ସ୍ଥାନରେ ପଥର ରଖି ଛାଡିଦିଆଯାଇଛି। କୌଣସି ସୂଚନାଫଳକ ନ ଥିବାରୁ ଯାତ୍ରୀମାନେ ବହୁ ସମୟରେ ଉକ୍ତ ଖାଲରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଉକ୍ତ ରାସ୍ତା ଉପରେ ବ୍ରାହ୍ମଣୀଗାଁ ସମେତ ଗଦାପୁର, କାଟିଙ୍ଗିଆ, କୁମ୍ଭାରିଗଁା, ଝିଜିଂରିଗୁଡା, ଗଦାପୁର, ତାଜୁଙ୍ଗିଆ, ସରାମୁଳି ସମେତ ପଡୋଶୀ ଗଜପତି ଜିଲାର ପାଣିଗଣ୍ଡା, କଟାମାହା ଆଦି ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଅଞ୍ଚଳବାସୀଙ୍କ ପାଇଁ ଉକ୍ତ ରାସ୍ତା ଲାଇଫଲାଇନ ହୋଇଥିବା ବେଳେ ଫୁଲବାଣୀଠାରୁ ବ୍ରାହ୍ମଣୀଗାଁ, ହାତିମୁଣ୍ଡା, କାଟିଙ୍ଗିଆ ଆଦି ଅଞ୍ଚଳକୁ ସରକାରୀ ବେସରକାରୀ ବସ୍‌ ଚଳାଚଳ କରୁଛି। ଦୈନିକ ହଜାର ସଂଖ୍ୟାରେ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରୁଛନ୍ତି। ସୂଚନାଯୋଗ୍ୟଯେ ଚଳିତ ବର୍ଷ ଜାନୁୟାରୀ ୨୨ରେ ପେନାରା ଘାଟି ନିକଟ ବଙ୍ଗରଦୁଆଠାରେ ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ପରେ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ପୂର୍ତ୍ତବିଭାଗର ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମେତ ମରାମତି କାର୍ଯ୍ୟକୁ କିଛିଦିନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଏବେ ପୁଣି ବିଭାଗ ଉକ୍ତ ରାସ୍ତାର ମରାମତି କରୁନଥିବା ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ଉକ୍ତ ରାସ୍ତା ମରାମତି ପାଇଁ ବ୍ରାହ୍ମଣୀଗଁାର ବିକ୍ରମ ବସ୍ତରାୟଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ସରପଞ୍ଚ ରମେଶ ମାଝୀ ପ୍ରମୁଖ ଦାବି କରିଛନ୍ତି। କାର୍ଯ୍ୟ ନିମ୍ନମାନର କରାଯାଇଥିବାରୁ ଏଭଳି ବର୍ଷେ ନପୂରୁଣୁ ରାସ୍ତା ନଷ୍ଟ ହୋଇଛି ଏଣୁ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ରଜକିଶୋର ମହାପାତ୍ର କହିଛନ୍ତି, ଯେଉଁ ଠିକାଦାର ଉକ୍ତ କାର୍ଯ୍ୟକରୁଥିଲେ ତାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏଣୁ ଅନ୍ୟ ଠିକାଦାରଙ୍କ ଦ୍ୱାରା ଉକ୍ତ ରାସ୍ତା ମରାମତି କରାଯାଇପାରୁନାହିଁ। ଚୁକ୍ତି କରିଥିବା ଠିକାଦାର ଉକ୍ତ କାର୍ଯ୍ୟ ଆସନ୍ତା ୧୦ ଦିନ ମଧ୍ୟରେ ମରାମତି କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri