ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଥିବାବେଳେ ଯାତ୍ରିବାହୀ ବସ୍‌ ସମେତ ଭାରିଯାନ ଚଳାଚଳରେ ସମସ୍ୟା ଦେଖାଦେଇଛି। ବର୍ଷେହେଲା ବ୍ରାହ୍ମଣୀଗାଁ ଠାରୁ ମହାଗୁଡି ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ସହ ପେନାରା ଘାଟିଠାରେ ଏକ ବ୍ରିଜ ନିର୍ମାଣ କରାଯାଇଥିଲା। କାର୍ଯ୍ୟ କରୁଥିବା ଠିକାଦାର ଉକ୍ତ ବ୍ରିଜ ନିର୍ମାଣରେ ବିଳମ୍ବ କରିବା ସହ ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ୨୦୧୮ରେ କାମ ଶେଷ କରିଥିଲେ। ଇତିମଧ୍ୟରେ ବର୍ଷେ ନପୂରୁଣୁ ଉକ୍ତ ବ୍ରିଜ୍‌ର ସଂଯୋଗୀକରଣ ରାସ୍ତା ଦବି ବଡ ଖାଲ ସୃଷ୍ଟି ହୋଇଛି। ଏବେ ଉକ୍ତ ରାସ୍ତା ବିପଦସଙ୍କୁଳ ପରିସ୍ଥିତିରେ ରହିଛି। ରାସ୍ତା ଦବି ଖାଲ ସୃଷ୍ଟି ହୋଇଥିବା ସ୍ଥାନରେ ପଥର ରଖି ଛାଡିଦିଆଯାଇଛି। କୌଣସି ସୂଚନାଫଳକ ନ ଥିବାରୁ ଯାତ୍ରୀମାନେ ବହୁ ସମୟରେ ଉକ୍ତ ଖାଲରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଉକ୍ତ ରାସ୍ତା ଉପରେ ବ୍ରାହ୍ମଣୀଗାଁ ସମେତ ଗଦାପୁର, କାଟିଙ୍ଗିଆ, କୁମ୍ଭାରିଗଁା, ଝିଜିଂରିଗୁଡା, ଗଦାପୁର, ତାଜୁଙ୍ଗିଆ, ସରାମୁଳି ସମେତ ପଡୋଶୀ ଗଜପତି ଜିଲାର ପାଣିଗଣ୍ଡା, କଟାମାହା ଆଦି ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। ଅଞ୍ଚଳବାସୀଙ୍କ ପାଇଁ ଉକ୍ତ ରାସ୍ତା ଲାଇଫଲାଇନ ହୋଇଥିବା ବେଳେ ଫୁଲବାଣୀଠାରୁ ବ୍ରାହ୍ମଣୀଗାଁ, ହାତିମୁଣ୍ଡା, କାଟିଙ୍ଗିଆ ଆଦି ଅଞ୍ଚଳକୁ ସରକାରୀ ବେସରକାରୀ ବସ୍‌ ଚଳାଚଳ କରୁଛି। ଦୈନିକ ହଜାର ସଂଖ୍ୟାରେ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରୁଛନ୍ତି। ସୂଚନାଯୋଗ୍ୟଯେ ଚଳିତ ବର୍ଷ ଜାନୁୟାରୀ ୨୨ରେ ପେନାରା ଘାଟି ନିକଟ ବଙ୍ଗରଦୁଆଠାରେ ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ପରେ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ପୂର୍ତ୍ତବିଭାଗର ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମେତ ମରାମତି କାର୍ଯ୍ୟକୁ କିଛିଦିନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଏବେ ପୁଣି ବିଭାଗ ଉକ୍ତ ରାସ୍ତାର ମରାମତି କରୁନଥିବା ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ଉକ୍ତ ରାସ୍ତା ମରାମତି ପାଇଁ ବ୍ରାହ୍ମଣୀଗଁାର ବିକ୍ରମ ବସ୍ତରାୟଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ସରପଞ୍ଚ ରମେଶ ମାଝୀ ପ୍ରମୁଖ ଦାବି କରିଛନ୍ତି। କାର୍ଯ୍ୟ ନିମ୍ନମାନର କରାଯାଇଥିବାରୁ ଏଭଳି ବର୍ଷେ ନପୂରୁଣୁ ରାସ୍ତା ନଷ୍ଟ ହୋଇଛି ଏଣୁ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ରଜକିଶୋର ମହାପାତ୍ର କହିଛନ୍ତି, ଯେଉଁ ଠିକାଦାର ଉକ୍ତ କାର୍ଯ୍ୟକରୁଥିଲେ ତାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏଣୁ ଅନ୍ୟ ଠିକାଦାରଙ୍କ ଦ୍ୱାରା ଉକ୍ତ ରାସ୍ତା ମରାମତି କରାଯାଇପାରୁନାହିଁ। ଚୁକ୍ତି କରିଥିବା ଠିକାଦାର ଉକ୍ତ କାର୍ଯ୍ୟ ଆସନ୍ତା ୧୦ ଦିନ ମଧ୍ୟରେ ମରାମତି କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri