ପେଟର ଲାଗି ନାଟ:୪୪ ଡିଗ୍ରୀ ଖରାରେ ସିଝୁଛେ ମୁନୁଷ୍‌

ଅତାବିରା, ୨୧ା୫ (ଡି.ଏନ୍‌.ଏ): ଦିନୁଦନ୍‌କେ ଖରା ତାତି ବଢ଼ତେଲ ଯାଉଛେ। ଲୋକ୍‌ ଖରା ଝାଉର ଲାଗି ଅଥାଥାଲି ହେଇଯାଉଛନ୍‌। ସଭେ ଛାଇତଲ ଖୁଜୁଛନ୍‌। ସକାଲର ୯ ବାଜଲେ ଲୋକ୍‌ ଘରୁ ଭଟାକେ ନାଇଁ ବାହାରବାର। ରାଏଜ ସରକାର ବି ଦିନର ୧୧ ବାଜଲେ ଗାଡ଼ିମଟର ସଂଗେ ଶ୍ରମିକମାନକର କାମକରାକେ ବାରନ୍‌ କରିଛନ୍‌। ହେଲେ ଏନ୍‌ତାଥି ବି ଆମର ସମାଜରେ ଅନେକ ଲୋକ୍‌ ଅଛନ୍‌ ଯେନ୍‌ମାନେ ପେଟକେ ଦାନା, ଦିହିକେ କପଡ଼ା, ପିଲାଛୁଆକର ପାଠ୍‌ପଢ଼ା ଚିନ୍‌ତାରେ ୪୪ ଡିଗ୍ରୀ ମୁଡ଼ଫଟା ଖରାରେ ନିଅଁାସାଲେ ଖଟୁଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଅତାବିରା ବ୍ଲକ ଟାମ୍ପରସରା ପଁଚେତ ଛନ୍ଦପାଲିର ଗୁଟେ ଲୁହୁରା ପରିବାର ବହୁତ୍‌ ବଛର ହେଲା ପୋଡ଼ବାଡ଼ି ଛକରେ ଲୁହୁରାସାଲ କରି ନିଜର କୁଟୁମ ପୁଷୁଥିବାର ଦେଖ୍‌ବାକେ ମିଲୁଛେ। ସ୍ବର୍ଗତ ରସିଆ ଗୁରୁ ଆର ଭଗବତୀ ଗୁରୁକଁର ୪ ପୁଓ ଅଶୋକ, ରାଘବ, ବଲ୍ଲଭ, ବିଜୟ ଆର ଗୁଟେ ଝି’ ସୁମିତ୍ରା। ସଭେ ବିହାଚୁରା ହେଇ ସାଏଲେନ। ରସିଆ ଗୁରୁ ଆର ବଡ଼ପୁଓ ଅଶୋକ ଆରପାରକେ ଚାଲିଯାଇଛନ୍‌। ଭଗବତୀ ନିଜର ବାକି ୩ ପୁଓ, ଝି’ଜୁଏଁ ଆର ନାତି ନାତେନକର ସଂଗେ ଦିନ୍‌ ବିତଉଛନ୍‌। ଏହେଦେ ବାକି ୩ ପୁଓ ଆର ଜୁଏଁ ମିଶିଗୁଲି ଲୁହୁରାସାଲେ କାମ୍‌ କରୁଛନ୍‌ ଆର ନିଜର କୁଲବୁରତିକେ ବଁଚେଇ ରଖିଛନ୍‌। ହେଲେ ଆଘର ଲେଖେଁ ଭଲ ବେପାର ନାଇଁ ହେବାର। ଆଧୁନିକ ଯୁଗରେ ଆଧୁନିକ ଯନ୍ତ୍ରପାତି ଲାଗି ଲୁହୁରା ସମାଜ ନିଜର ଜୀବ୍‌କା ହରେଇ ବସଲେନ। ଆଗରୁ ଚାଷ୍‌ବାସ ସମିଆରେ ଲୁହୁରାସାଲୁ ଲାଖେରୁ ଦେଢ଼ଲାଖ୍‌ ଟଁକା ରୁଜଗାର ହେଉଥିଲା। ହେଲେ ଆଏଜ୍‌କାଲି ଆର ସେ କମାନି ନାଇଁ ହେବାର। ଆଗରୁ ଲୁହୁରାମାନେ ଦା, ଟଂଗିଆ, କୁଡ଼ି, ପନଖି, ଚଟୁ, ଶାବଲ ଲେଖେଁ ଲୁହା ସାମାନ ତିଆରି ହାଟ ହାଟ ବିକି ନେଉଥିଲେ। ସେଥ୍‌ରୁ ସେମାନେ ବନେ ଦୁଇପଏସା ରୁଜଗାର ବି କରୁଥିଲେ। ହେଲେ ଆଏଜ୍‌ ଯୁଗ ବଦଲିବାର ସଂଗେ ଇ ସବୁ ବେପାର ବି ବୁଡ଼ିଗଲାନ। ରୁଜଗାର ବାବ୍‌ଦେ ବଲ୍ଲଭ ଗୁରୁକୁଁ ପଚରାଲାରୁ ଚଲତି ଚାଷବାସ ସମିଆରେ ୪୦ରୁ ୫୦ ହଜାର ଟଁକା ଭିତରେ ରୁଜଗାର ହେବାର ଆଶ୍‌ କରୁଛୁଁ ବଲି ସେ କହିଥିଲେ। ଆଗରୁ ୧ ମିନିଟରେ ୧ ଟଁକା କମାନି ହେଉଥିଲା। ହେଲେ ଆଏଜକାଲି ଆଘର ଲେଖେଁ ବେପାର ନାଇଁ ଜମବାର। ଇ ମୁଡ଼ଫଟା ଖରା ଝାଉରେ ଲୋକ୍‌ ଘରେ ଅଚିନ୍‌ତା ଶୁଇଥିଲା ବେଲେ ଆଏଜ୍‌ବି ତିନ୍‌ ଭାଇ, ଜୁଏଁ ମିଶି ପେଟପାଟନାର ଉଧେ ୪୪ ଡିଗ୍ରୀ ଖରାରେ ଲୁହୁରାସାଲେ ନିଅଁାରେ ତପୁଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri