ପେଟର ଲାଗି ନାଟ:୪୪ ଡିଗ୍ରୀ ଖରାରେ ସିଝୁଛେ ମୁନୁଷ୍‌

ଅତାବିରା, ୨୧ା୫ (ଡି.ଏନ୍‌.ଏ): ଦିନୁଦନ୍‌କେ ଖରା ତାତି ବଢ଼ତେଲ ଯାଉଛେ। ଲୋକ୍‌ ଖରା ଝାଉର ଲାଗି ଅଥାଥାଲି ହେଇଯାଉଛନ୍‌। ସଭେ ଛାଇତଲ ଖୁଜୁଛନ୍‌। ସକାଲର ୯ ବାଜଲେ ଲୋକ୍‌ ଘରୁ ଭଟାକେ ନାଇଁ ବାହାରବାର। ରାଏଜ ସରକାର ବି ଦିନର ୧୧ ବାଜଲେ ଗାଡ଼ିମଟର ସଂଗେ ଶ୍ରମିକମାନକର କାମକରାକେ ବାରନ୍‌ କରିଛନ୍‌। ହେଲେ ଏନ୍‌ତାଥି ବି ଆମର ସମାଜରେ ଅନେକ ଲୋକ୍‌ ଅଛନ୍‌ ଯେନ୍‌ମାନେ ପେଟକେ ଦାନା, ଦିହିକେ କପଡ଼ା, ପିଲାଛୁଆକର ପାଠ୍‌ପଢ଼ା ଚିନ୍‌ତାରେ ୪୪ ଡିଗ୍ରୀ ମୁଡ଼ଫଟା ଖରାରେ ନିଅଁାସାଲେ ଖଟୁଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଅତାବିରା ବ୍ଲକ ଟାମ୍ପରସରା ପଁଚେତ ଛନ୍ଦପାଲିର ଗୁଟେ ଲୁହୁରା ପରିବାର ବହୁତ୍‌ ବଛର ହେଲା ପୋଡ଼ବାଡ଼ି ଛକରେ ଲୁହୁରାସାଲ କରି ନିଜର କୁଟୁମ ପୁଷୁଥିବାର ଦେଖ୍‌ବାକେ ମିଲୁଛେ। ସ୍ବର୍ଗତ ରସିଆ ଗୁରୁ ଆର ଭଗବତୀ ଗୁରୁକଁର ୪ ପୁଓ ଅଶୋକ, ରାଘବ, ବଲ୍ଲଭ, ବିଜୟ ଆର ଗୁଟେ ଝି’ ସୁମିତ୍ରା। ସଭେ ବିହାଚୁରା ହେଇ ସାଏଲେନ। ରସିଆ ଗୁରୁ ଆର ବଡ଼ପୁଓ ଅଶୋକ ଆରପାରକେ ଚାଲିଯାଇଛନ୍‌। ଭଗବତୀ ନିଜର ବାକି ୩ ପୁଓ, ଝି’ଜୁଏଁ ଆର ନାତି ନାତେନକର ସଂଗେ ଦିନ୍‌ ବିତଉଛନ୍‌। ଏହେଦେ ବାକି ୩ ପୁଓ ଆର ଜୁଏଁ ମିଶିଗୁଲି ଲୁହୁରାସାଲେ କାମ୍‌ କରୁଛନ୍‌ ଆର ନିଜର କୁଲବୁରତିକେ ବଁଚେଇ ରଖିଛନ୍‌। ହେଲେ ଆଘର ଲେଖେଁ ଭଲ ବେପାର ନାଇଁ ହେବାର। ଆଧୁନିକ ଯୁଗରେ ଆଧୁନିକ ଯନ୍ତ୍ରପାତି ଲାଗି ଲୁହୁରା ସମାଜ ନିଜର ଜୀବ୍‌କା ହରେଇ ବସଲେନ। ଆଗରୁ ଚାଷ୍‌ବାସ ସମିଆରେ ଲୁହୁରାସାଲୁ ଲାଖେରୁ ଦେଢ଼ଲାଖ୍‌ ଟଁକା ରୁଜଗାର ହେଉଥିଲା। ହେଲେ ଆଏଜ୍‌କାଲି ଆର ସେ କମାନି ନାଇଁ ହେବାର। ଆଗରୁ ଲୁହୁରାମାନେ ଦା, ଟଂଗିଆ, କୁଡ଼ି, ପନଖି, ଚଟୁ, ଶାବଲ ଲେଖେଁ ଲୁହା ସାମାନ ତିଆରି ହାଟ ହାଟ ବିକି ନେଉଥିଲେ। ସେଥ୍‌ରୁ ସେମାନେ ବନେ ଦୁଇପଏସା ରୁଜଗାର ବି କରୁଥିଲେ। ହେଲେ ଆଏଜ୍‌ ଯୁଗ ବଦଲିବାର ସଂଗେ ଇ ସବୁ ବେପାର ବି ବୁଡ଼ିଗଲାନ। ରୁଜଗାର ବାବ୍‌ଦେ ବଲ୍ଲଭ ଗୁରୁକୁଁ ପଚରାଲାରୁ ଚଲତି ଚାଷବାସ ସମିଆରେ ୪୦ରୁ ୫୦ ହଜାର ଟଁକା ଭିତରେ ରୁଜଗାର ହେବାର ଆଶ୍‌ କରୁଛୁଁ ବଲି ସେ କହିଥିଲେ। ଆଗରୁ ୧ ମିନିଟରେ ୧ ଟଁକା କମାନି ହେଉଥିଲା। ହେଲେ ଆଏଜକାଲି ଆଘର ଲେଖେଁ ବେପାର ନାଇଁ ଜମବାର। ଇ ମୁଡ଼ଫଟା ଖରା ଝାଉରେ ଲୋକ୍‌ ଘରେ ଅଚିନ୍‌ତା ଶୁଇଥିଲା ବେଲେ ଆଏଜ୍‌ବି ତିନ୍‌ ଭାଇ, ଜୁଏଁ ମିଶି ପେଟପାଟନାର ଉଧେ ୪୪ ଡିଗ୍ରୀ ଖରାରେ ଲୁହୁରାସାଲେ ନିଅଁାରେ ତପୁଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା...

ରଙ୍ଗଖେଳରୁ ଯୁବକଙ୍କୁ ହତ୍ୟା: ୨ ବିଜେଡି ନେତା ଗିରଫ

କୁଚିଣ୍ଡା,୨୮ା୩(ବିରଞ୍ଚତ୍ ଦର୍କା)ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି(ହରିଜନପଡ଼ା)ଠାରେ ମଙ୍ଗଳବାର ହୋଲି ଅବସରରେ ରଙ୍ଗଖେଳରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସେ ହେଲେ କେଛୁପାଣିର...

ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା

ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍‌) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ...

ହୋଲି ପାଇଁ ସମ୍ବଲପୁର ଆସୁଥିଲା ବହୁ ପରିମାଣର କଫ ସିରପ: ଜବତ କଲା ପୋଲିସ

ସମ୍ବଲପୁର,୨୫।୩(ପ୍ରମୋଦ ବହିଦାର): ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫ ସିରପ ର଼୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦର ଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି...

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍‌ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ...

ସମ୍ବଲପୁରରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ୍ ନେତା, ଖୁବଶୀଘ୍ର ହୋଇପାରେ ଘୋଷଣା

ଭୁବନେଶ୍ୱର,୨୪।୩: ବିଜୁ ଜନତା ଦଳ(ବିଜେଡି) ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି। ଏହାରି ମଧ୍ୟରେ...

କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri