ହୀରାକୁଦ ଇକୋ-ରିଟ୍ରିଟ୍‌ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ଏଥର ୫୦ଟି ଟେଣ୍ଟ୍ ସହ ୧୨୦ ଦିନ ଧରି ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର,୧୬।୧୧(ପ୍ରମୋଦ ବହିଦାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲାର ହୀରାକୁଦ (ବଲବସପୁର, ଜମାଦାରପାଲି ନିକଟ) ଠାରେ ଆୟୋଜିତ ହେଉଥିବା ଚଳିତ ବର୍ଷର ‘ଇକୋ-ରିଟ୍ରିଟ୍‌’ (ସପ୍ତମ ସଂସ୍କରଣ) ସୋମବାର ନଭେମ୍ବର ୧୬ ତାରିଖ ସକାଳ ୯ଟା ସମୟରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ହୀରାକୁଦ ସହିତ ସାତକୋଶିଆ ଓ ଦାରିଂବାଡ଼ି ହୀରାକୁଦ ଇକୋ-ରିଟ୍ରିଟ୍‌ର ଏକସଙ୍ଗେ ଶୁଭ ଉଦ୍‌ଘାଟନ କରିଛନ୍ତି । ପ୍ରାରମ୍ଭରେ ଅତିଥିମାନେ ଶୁଭ ପ୍ରଦୀପ ପ୍ରଜ୍ବଳନ ଓ ଫିତାକାଟି ହୀରାକୁଦ ‘ଇକୋ-ରିଟ୍ରିଟ୍‌’ର ଶୁଭାରମ୍ଭ କରିଥିଲେ।
ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ସଂଗ୍ରାମ କେଶରୀ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପର୍ଯ୍ୟଟକଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇକୋ-ରିଟ୍ରିଟ୍‌ରେ କଟେଜ୍‌ ସଂଖ୍ୟା ୨୫ରୁ ବୃଦ୍ଧି କରାଯାଇ ୫୦ଟି କରାଯାଇଛି (ଯେଉଁଥିରେ ୨୦ଟି ପ୍ରିମିୟମ ଓ ୩୦ଟି ଡିଲକ୍ସ ଟେଣ୍ଟ୍‌ ରହିଛି)। ଏହା ସହିତ କାର୍ଯ୍ୟକ୍ରମର ଅବଧିକୁ ମଧ୍ୟ ୯୦ ଦିନରୁ ବଢ଼ାଇ ୧୨୦ ଦିନ କରାଯାଇଛି, ଯାହା ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରାୟ ୩୦୦ଟି ବୁକିଂ ହୋଇସାରିଥିବାରୁ ଏହା ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ଶୁଭ ସଙ୍କେତ ବୋଲି ସେ କହିଛନ୍ତି।
ଏହି ଇକୋ-ରିଟ୍ରିଟ୍‌ ମାଧ୍ୟମରେ ସ୍ଥାନୀୟ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଜୀବିକା ଓ ଅର୍ଥନୀତି ସୁଦୃଢ଼ ହେବ ବୋଲି ଆରଡିସି ମହାପାତ୍ର ଆଶା ପ୍ରକାଶ କରିଛନ୍ତି। ଏଥିସହ ଉତ୍ତରାଞ୍ଚଳ ଡିଭିଜନର ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଏବଂ ହୁମା ଭଳି ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ଏଭଳି ପ୍ରକଳ୍ପ ଆରମ୍ଭ କରିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ଡିଲକ୍ସ ଟେଣ୍ଟ୍‌ର ମୂଲ୍ୟ ୭,୫୦୦ ଟଙ୍କା (୫% ଜିଏସ୍‌ଟି ସହ) ଏବଂ ପ୍ରିମିୟମ ଟେଣ୍ଟ୍‌ର ମୂଲ୍ୟ ୯,୫୦୦ ଟଙ୍କା (୧୮% ଜିଏସ୍‌ଟି ସହ) ରଖାଯାଇଛି । ଯେଉଁଥିରେ ଜଳଖିଆ, ମଧ୍ୟାହ୍ନ ଭୋଜନ, ହାଇ-ଟି ଏବଂ ରାତ୍ରିଭୋଜନ ସାମିଲ ରହିଛି। ଏହା ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ତୀରନ୍ଦାଜୀ, ରାଇଫଲ ସୁଟିଂ, ବ୍ୟାଡମିଣ୍ଟନ, ଭଲିବଲ, ସାଇକ୍ଲିଂ ସହ ୱାଟର ସ୍ପୋର୍ଟସ୍, ଏଟିଭି ରାଇଡ୍ ଏବଂ ସପ୍ତାହାନ୍ତରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଦେବ୍ରିଗଡ଼, ହୀରାକୁଦ ଡ୍ୟାମ ଏବଂ ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଗାଇଡ୍ ଓ ଗାଡ଼ିର ସୁବିଧା ମଧ୍ୟ ଉପଲବ୍ଧ ରହିବ । ଏଥିପାଇଁ ପର୍ଯଟକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ଇକୋ-ରିଟ୍ରିଟ୍‌ ସାଇଟ୍ ଇନଚାର୍ଜ ଏସ ଡି କର। ପ୍ରାରମ୍ଭରେ ଅତିଥିମାନେ ଫିତାକାଟି ହୀରାକୁଦ ‘ଇକୋ-ରିଟ୍ରିଟ୍‌’ର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ପୂର୍ବତନ ବିଧାୟକ ନାଉରୀ ନାଏକ ତଥା ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର, ଏସପି ମୁକେଶ କୁମାର ଭାମୂ, ଏସ୍ଏମସି ଆୟୁକ୍ତ ରେହାନ ଖତ୍ରୀ, ଏଡିଏମ୍ ଅଶୋକ କୁମାର ଭୋଇ, ପ ଜିଲାପାଳ ଡା.ପୁଷ୍ପାଞ୍ଜଳି ପଣ୍ଡା ପ୍ରମୂଖ ଯୋଗ ଦେଇ ସମ୍ବଲପୁର ଜିଲାରେ ପର୍ଯ୍ୟଟନର ବିଭିନ୍ନ ସମ୍ଭାବନା ଉପରେ ଗୁରୁତ୍ବାରୋପ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂ ସମ୍ବର୍ଦ୍ଧିତ: ସମାଜ ପ୍ରତି ଅବଦାନକୁ ପ୍ରଶଂସା

ମହାକାଳପଡ଼ା,୧୬।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀସ୍ଥିତ ପ୍ରେମଚାନ୍ଦ ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର ତଥା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସୁନ୍ଦର…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ପୁଣି ବାତ୍ୟା ଆଶଙ୍କା: ଅଞ୍ଚଳବାସୀଙ୍କ ବଢିଲା ଚିନ୍ତା

ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ସଂଘଟିତ ଭୟାବହ ବନ୍ୟାରୁ ଭଞ୍ଜନଗର ଜଳସମ୍ପଦ ବିଭାଗ କିଛି ଶିକ୍ଷା…

ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମାଙ୍କୁ ‘ବିଜୟ ଦ୍ୱିବେଦୀ ସ୍ମୃତି ସମ୍ମାନ’

ରିଷିଡା,୧୬।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ, ତଥା ସାହିତି୍ୟକ ନରୋତ୍ତମ ସେଲମାଙ୍କୁ ମର୍ଯ୍ୟାଦାଜନକ ‘ବିଜୟ ଦ୍ୱିବେଦୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। କେସିଙ୍ଗାଠାରେ…

ଶିକ୍ଷକ ନିଯୁକ୍ତି ଦାବି: ସମାଧାନ ନ ହେଲେ ସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଗୁଡାରି, ୧୬।୧୧ (ପ୍ରମୋଦ କୁମାର ପତି): ଗୋଟିଏ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା…

ସଂସଦ ଭବନରେ ଗୁଞ୍ଜିଲା କଳାହାଣ୍ଡିର ଢାପ ନୃତ୍ୟ: କଳାକାରଙ୍କଠୁ ରାମକାଠି ନେଇ ବଜାଇଲେ ମୋଦି

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): ଦିଲ୍ଲୀ ସଂସଦ ଭବନରେ ଜାତୀୟ ମଞ୍ଚରେ ଝଲସିଲା କଳାହାଣ୍ଡିର ପାରମ୍ପରିକ ଢାପ ନୃତ୍ୟ। ଜନଜାତୀୟ ଗୌରବ ଦିବସ ଅବସରରେ ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର…

ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ ଅକ୍ବାନ: ଓଡ଼ିଶାରେ ପ୍ରବଳ ବର୍ଷା! ୧୯ ତାରିଖରେ…

ଭୁବନେଶ୍ୱର,୧୬।୧୧: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ। ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଛି। ବିଶାଖାପାଟଣା ଠାରୁ ୬୭୦ କିମି ଏବଂ ଗୋପାଳପୁରଠାରୁ ଦକ୍ଷିଣରେ ୭୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?