ପାଠ୍ୟପୁସ୍ତକ, ଔଷଧ ପୋଡ଼ି ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ବ୍ଲକ ଶିକ୍ଷା ଅଧିକାରୀ

ଛେଣ୍ଡିପଦା,୧୦ା୭(ସ୍ବ.ପ୍ର.)-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି। ସେହିପରି ସ୍ବାସ୍ଥ୍ୟର ଯତ୍ନ ପାଇଁ ଆଇରନ ଓ କୃମି ନାଶକ ଔଷଧ ମଧ୍ୟ ସ୍କୁଲଗୁଡ଼ିକରେ ବଣ୍ଟନ କରାଯାଉଛି। ହେଲେ ଛେଣ୍ଡିପଦା ସଦର ମହକୁମାରେ ବନ୍ଦ ପଡ଼ିଥିବା ଏକ ପ୍ରାଥମିକ ବିଦ୍ୟାଳୟ ଗୋଦାମରେ ରଖାଯାଇଥିବା ପାଠ୍ୟ ପୁସ୍ତକ ଏବଂ ଔଷଧ ମଧ୍ୟରୁ କେତେକକୁ ବାହାରେ ପୋଡ଼ି ଦିଆଯାଇଥିବା ସୋମବାର ଅଭିଯୋଗ ହୋଇଛି। ଏ ନେଇ ଖବରପାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ଈଶ୍ବର ଚନ୍ଦ୍ର ସାହୁ ତୁରନ୍ତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉକ୍ତ ପୁରାତନ ସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଛେଣ୍ଡିପଦା କ୍ଲଷ୍ଟରର ପୂର୍ବତନ ସିଆରସିସି ନିକୁଞ୍ଜ ସାହୁ ଉକ୍ତ ସ୍କୁଲକୁ ଗୋଦାମ କରି ସେଠାରେ ବ୍ଲକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ପାଠ୍ୟପୁସ୍ତକ ଓ ଔଷଧ ଗଚ୍ଛିତ ରଖିଥିଲେ। ତେବେ ଉକ୍ତ ସ୍କୁଲ ଗୋଦମ ଗୃହରୁ ବହୁ ପାଠ୍ୟପୁସ୍ତକ, ଔଷଧ ଆଣି କେହି ବାହାରେ ପୋଡ଼ି ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି। ଏପରି କି ଶ୍ରେଣୀ ଗୃହ ବାହାରେ କେତେକ ପୁସ୍ତକ ଏତେତେଣେ ପଡ଼ି ବର୍ଷାରେ ଭିଜି ଯାଇଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ପିଲାମାନଙ୍କୁ ବଣ୍ଟନ କରାଯିବାକୁ ଥିବା ନୂଆ ଓ କିଛି ପୁରୁଣା ପୁସ୍ତକକୁ ପୋଡ଼ି ଦିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସାହୁ କହିଛନ୍ତି, ଘଟଣା ଜଣାପଡ଼ିବା ପରେ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଅତିରକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ଗଡନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାର କରିବାକୁ ଘରୁ ଡାକିନେଲେ ସାଥୀ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…

ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍‌): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି…

ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ନିବେଦନ କରି କହିଲେ…

ଭୁବନେଶ୍ୱର,୨ା୫: କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନରେ ଚିଠିରେ…

ତରଭୁଜ ଖାଇ ୪ ଜଣଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଅପଡେଟ, ଫଳରେ ନ ଥିଲା ବିଷ ପୀଡ଼ିତଙ୍କ ଶରୀରରୁ ମିଳିଲା ଅସାଧାରଣ ପଦାର୍ଥ

ମୁମ୍ବାଇ,୨।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ତରଭୁଜ ଖାଇବା ପରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଥିବା ମାମଲା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି। ସୂତ୍ର ଅନୁଯାୟୀ,…

ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଲକ୍ଷ ଲକ୍ଷ ମୋବାଇଲ ଫୋନରେ ହଠାତ ଏକକାଳୀନ ବାଜି ଉଠିଲା ସାଇରନ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୫: ୨ ମଇ, ୨୦୨୬ ଦିନ, ସକାଳ ୧୧ଟା୪୧ ସମୟରେ, ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ ଫୋନରେ ଏକ ଜରୁରୀକାଳୀନ ସାଇରନ ବାଜିଲା। ଏହା ଭାରତ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

US-Iran War: ଶେଷ ହେଲା ଆମେରିକା-ଇରାନ ଯୁଦ୍ଧ? US ସାଂସଦଙ୍କୁ ଚିଠି ଲେଖିଲେ ଟ୍ରମ୍ପ, ଜାଣନ୍ତୁ ଡିଲକୁ ନେଇ କ’ଣ କହିଛନ୍ତି

ଓ୍ବାଶିଂଟନ,୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ US ସାଂସଦମାନଙ୍କୁ ସୂଚନା ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ଯୁଦ୍ଧ ଶେଷ ହୋଇଛି; ତେଣୁ, ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri