Odisha Elections 2024

ପାଉଁଶ ଉଡ଼ିବାକୁ ନେଇ ଉତ୍ତେଜନା: ନାଲ୍‌କୋ ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ବଅଁରପାଳ, ୨୯ା୫(ଡି.ଏନ.ଏ.)- ନାଲ୍‌କୋ ଆଶପଣ୍ଡରୁ ଗୁରୁବାର ପାଉଁଶଗୁଣ୍ଡ ଉଡିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଇଦେଇଛି। ପ୍ରତିବାଦରେ କୁକୁଡାଙ୍ଗ ଓ କୁରୁଡୁଲ ଗ୍ରାମବାସୀ ଆଶପଣ୍ଡ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏହି ସମୟରେ ଆନ୍ଦୋଳନକାରୀ ୪ ନାଲ୍‌କୋ ଅଧିକାରୀ ଓ ଅନ୍ୟ କେତେଜଣ କର୍ମଚାରୀଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଏଥିସହ ଆହତ କର୍ମଚାରୀ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।
ଘଟଣାରୁ ପ୍ରକାଶ, ଗୁରୁବାର ଅପରାହ୍ନରେ ନାଲ୍‌କୋ ଆଶପଣ୍ଡରୁ ପାଉଁଶ ଉଡିଥିଲା। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବାରମ୍ବାର ଏପରି ପାଉଁଶ ଉଡି ଲୋକେ ହଇରାଣ ହେଉଥିଲେ ହେଁ ପ୍ରକଳ୍ପ ପକ୍ଷରୁ ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗକରି ଉପରୋକ୍ତ ୨ ଗ୍ରାମର ଲୋକେ ଆଶପଣ୍ଡ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ପରେ ନାଲ୍‌କୋର ନିଷିଦ୍ଧାଞ୍ଚଳ ପଲ୍ୟୁସନ କଣ୍ଟ୍ରୋଲ ୟୁନିଟ ପରିସରରେ ଆନ୍ଦୋଳନକାରୀ ପଶି ସେଠାରେ ଉପସ୍ଥିତ ୪ ଜଣ ଅଧିକାରୀ ଓ କେତେକ କର୍ମଚାରୀଙ୍କୁ ମାଡ଼ ମାରିଥିବା ସନ୍ଧ୍ୟାରେ ନାଲ୍‌କୋ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ନଂ. ୬୦/୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନାଲ୍‌କୋ ପୋଲିସ କହିଛି। ଏହି ଘଟଣାକୁ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା, ନାଲ୍‌କୋ ଅଫିସର୍ସ ଆସୋସିଏଶନର ସାଧାରଣ ସମ୍ପାଦକ ନଳିନୀ ପଣ୍ଡା, ଉପ ସଭାପତି ବନମାଳୀ ସେଠୀ, ସହ ସମ୍ପାଦକ କେ. କେ. ବେହେରା ପ୍ରମୁଖ ନିନ୍ଦା କରିବା ସହ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡ ଟଙ୍କା ଫେରାଯିବ

ବଇଣ୍ଡା,୨୩ା୫(ପରିକ୍ଷିତ ସାହୁ): ଓଡ଼ିଶାରେ ଭାଜପା କ୍ଷମତାକୁ ଆସିଲେ ଚିଟ୍‌ଫଣ୍ଡର ଶିକାର ହୋଇଥିବା ସମସ୍ତ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

ରାସ୍ତା ପାର୍ଶ୍ୱରେ ବସୁଛି ହାଟ

ବଇଣ୍ଡା, ୧୬ା୫ (ପରିକ୍ଷିତ ସାହୁ)ବର୍ଷ ବର୍ଷ ହେଲା ସରକାର ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସାପ୍ତାହିକ ହାଟକୁ ନେଇ...

୧୫ ଲକ୍ଷ ଭଳି ମହିଳାଙ୍କ ନିକଟକୁ ୫୦ ହଜାର ଟଙ୍କାର ଭାଉଚର ଆସିବ

ଅନୁଗୋଳ,୧୫।୫(ଅମିତ କୁମାର ସାମଲ):ଅନୁଗୋଳ ଗସ୍ତରେ ଆସିଥିବା ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଶୈଳଶ୍ରୀକ୍ଷେତ୍ରରେ ଜଗନ୍ନାଥ ଓ ଏହାପରେ ମା’...

ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା...

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri