ପରୀକ୍ଷା ପାଇଁ ପ୍ରସ୍ତୁତି

ଡା. ସମ୍ରାଟ କର

ପରୀକ୍ଷା ପୂର୍ବରୁ ଓ ପରୀକ୍ଷା ସମୟରେ କିପରି ପ୍ରସ୍ତୁତ ହେବ ଜାଣିବା ଦରକାର। ପ୍ରଥମେ ଖାଇବା ଓ ଶୋଇବା ବିଷୟରେ ଆଲୋଚନା କରିବା। ଶୋଇବାର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ପଢ଼ିବା କଥା ନୁହେଁ। ପ୍ରତିଦିନ ୬ରୁ ୮ଘଣ୍ଟା ଶୋଇବା ଅଭ୍ୟାସ କର। ଠିକ୍‌ ଭାବେ ନ ଶୋଇଲେ, ଭାବନା ଠିକ୍‌ ହେବନାହିଁ। ପ୍ରଶ୍ନର ଉତ୍ତର ଭାବିକି ଲେଖିବାରେ ଅସୁବିଧା ହେବ। ମଧ୍ୟାହ୍ନ ଓ ରାତ୍ରିଭୋଜନର ଅଧ ଘଣ୍ଟାରୁ ଘଣ୍ଟାଏ ମଧ୍ୟରେ ପାଠ ପଢ଼ ନାହିଁ। ଏହି ସମୟରେ ପାକସ୍ଥଳୀକୁ ଅଧିକ ଓ ମସ୍ତିଷ୍କକୁ ଟିକିଏ କମ୍‌ ରକ୍ତ ସଞ୍ଚାଳନ ହୁଏ। ନିଦୁଆ ଲାଗେ। ପାଠ ମନେ ରହେ ନାହିଁ। ନିଜେ ନିଜକୁ ପ୍ରଶ୍ନ କରି ସୂଚୀ ପ୍ରସ୍ତୁତ କର। କେଉଁ ପାଠ ଅଛି? କେଉଁଟା ଗୁରୁତ୍ୱପୂର୍ଣ୍ଣ ପାଠ? କ’ଣ ମନେ ରହୁନାହିଁ? ପାଠଟି ବୁଝିକରି ମନେରଖିବା ପାଇଁ କେତେ ସମୟ ଲାଗିବ? ଏହାଠାରୁ ପ୍ରାୟ ଦେଢ଼ଗୁଣ ଅଧିକ ସମୟ ହାତରେ ରଖ। ନିଜର ସ୍କୁଲ, ଟିଉସନ୍‌, ଖାଇବା ଓ ଖେଳିବା ଇତ୍ୟାଦିରେ କେତେ ସମୟ ଯାଉଛି ଲେଖିରଖ। ତେଣୁ ଦିନର କେଉଁ ସମୟରେ କେତେ ପାଠ ପଢ଼ିବ ଜାଣିପାରିବ। ଗୃହିଣୀ ଓ ଚାକିରି କରି ପାଠ ପଢ଼ୁଥିବା ପିଲାମାନେ ଘରକାମ, ଅଫିସକାମ ଓ ପିଲାକାମ ସାରି ପଢ଼ି ବସନ୍ତୁ। ତା’ହେଲେ ମନ ଅସ୍ଥିର ହେବନାହିଁ। ପାଠରେ ମନ ଲାଗିବ। ପାଠପଢ଼ା ପରିବେଶକୁ ଠିକ୍‌ ରଖ। ପାଖରେ ଖାତା, ପେନ୍‌, ପେନ୍‌ସିଲ ଓ ଘଣ୍ଟାକୁ ରଖିବ। ବହିଗୁଡ଼ିକ ଠିକ୍‌ ଜାଗାରେ ଶୃଙ୍ଖଳିତ କରି ରଖିଲେ କାଢ଼ିବା ସମୟରେ ସହଜ ହେବ। ଏକାଥରକେ ଚାରି ପାଞ୍ଚଘଣ୍ଟା ବସି ପାଠ ପଢ଼ ନାହିଁ। ପ୍ରାୟ ୪୫ ମିନିଟ୍‌ରୁ ୧ ଘଣ୍ଟା ପଢ଼ିବା ପରେ ପାଞ୍ଚ ଦଶ ମିନିଟ୍‌ର ବ୍ରେକ୍‌ ନିଅ। ଏହି ସମୟରେ ଅଲଗା କିଛି କର। ପରୀକ୍ଷା ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତି : (କ) ଶେଷ ଦଶ ବର୍ଷର ପରୀକ୍ଷା ପ୍ରଶ୍ନ ଆଣି ପାଖରେ ରଖ। କେଉଁ ପ୍ରକାର ପ୍ରଶ୍ନ ପଡ଼ୁଛି ଲକ୍ଷ୍ୟ କର। ବର୍ତ୍ତମାନ ନିଜକୁ ପ୍ରଶ୍ନ କର ଯେ କେଉଁ ପ୍ରକାର ପଢ଼ିବ ଓ କିପରି? ନିଜ ପାଖରେ କ’ଣ ଅଛି? ବହି, ଟେଷ୍ଟପେପର ଓ ନୋଟସ୍‌ ଆଦିକୁ ଶୃଙ୍ଖଳିତ ଭାବେ ରଖ। (ଖ) ଯେ କୌଣସି ବିଷୟ ପଢ଼ିବା ସମୟରେ ଏହାର ଶିରୋନାମା ବା ଶୀର୍ଷରେ ଉଲ୍ଲେଖିତ ବିଷୟରେ ଥିବା ମୁଖ୍ୟ ଭାବନା ଭଲଭାବେ ବୁଝ ଓ ମନେରଖ। ଧୀରେ ଧୀରେ ବାକି ପାଠ ମଧ୍ୟ ମନେରହିବ। (ଗ) ଯେଉଁ ବିଷୟଟିକୁ ପଢ଼ିଲ, ସେ ବିଷୟଟିକୁ ପରେ ମନେ ପକାଅ, ଲେଖ ଓ ବନ୍ଧୁମାନଙ୍କ ସହିତ ଆଲୋଚନା କର। (ଘ) କେତେ ବୁଝିଲ ଓ ମନେ ରଖିଲ ଏହା ନିଜେ ନିଜକୁ ପ୍ରଶ୍ନ କର। ଆଉଥରେ ବିଷୟଟିକୁ ପଢ଼।
ପରୀକ୍ଷା ସମୟରେ ପିଲାମାନେ ଅଭିଯୋଗ କରନ୍ତି ଯେ, ମନ ଅସ୍ଥିର ରହୁଛି ଓ ପାଠ ମନେ ରହୁନାହିଁ। ପାଠ ପଢ଼ିବା ସମୟରେ ମନ ଅସ୍ଥିର ହୋଇପଡ଼େ। ବାହାରୁ ଦେଖିଲେ ଲାଗେ ଯେପରି ପିଲାଟି ପାଠ ପଢ଼ୁଛି। ମାତ୍ର ସେ ଖେଳ କଥା, ସାଙ୍ଗମାନଙ୍କ କଥା ଓ ଟିଭି କାର୍ଯ୍ୟକ୍ରମ ବିଷୟରେ ଭାବୁଥାଏ। ମନ ଅସ୍ଥିରତାର ମୁଖ୍ୟ କାରଣ ହେଉଛି ମାନସିକ ଚାପ। ଶାନ୍ତ ପରିବେଶରେ ପଢ଼। ଭଲ ଭାବେ ତାଲିକା ଓ ସୂଚୀ ପ୍ରସ୍ତତ କରି ସେଇ ଅନୁସାରେ ପାଠ ପଢ଼। ମନ ଅସ୍ଥିର ହେଲେ ନିଜେ ନିଜକୁ କୁହ ନା ମୁଁ ଏଥର ପାଠ ପଢ଼ିବି। କେତେ ଜଣ ପିଲା ପରୀକ୍ଷା ପୂର୍ବରୁ ଅତ୍ୟଧିକ ଛାନିଆ ହୋଇ ପାଠ ପଢ଼ନ୍ତି ନାହିଁ କିମ୍ବା ପାଠ ଭୁଲି ଯାଆନ୍ତି। ଭଲକରି ପାଠ ମନେଥିଲେ ମଧ୍ୟ ପରୀକ୍ଷାରେ ଲେଖିପାରନ୍ତି ନାହିଁ। ପରୀକ୍ଷା ପୂର୍ବରୁ ଅଳ୍ପ ଛାନିଆ ହେଲେ ଭଲ। ପାଠ ପଢ଼ାରେ ମନ ଲାଗିବ ଓ ମନେରଖିବା ସହଜ ହେବ। ମାତ୍ର ଅତ୍ୟଧିକ ଛାନିଆ କେବଳ ନିଜ ପାଇଁ ହିଁ ଖରାପ। ପରୀକ୍ଷା ବିଷୟରେ ଅତ୍ୟଧିକ ଭାବିଲେ ମନରେ ଛାନିଆ ପଶେ। ଯଥା – ପାଠ କିପରି ପଢ଼ିବି? କିପରି ମନେରଖିବି? ପ୍ରଶ୍ନ କଅଣ ପଡ଼ିବ? ପରୀକ୍ଷା ଫଳ କଅଣ ହେବ? ପରୀକ୍ଷା ଫଳ ଦେଖି ଅନ୍ୟମାନେ କଅଣ ଭାବିବେ ଓ କହିବେ? ଅଧିକାଂଶ ପିଲା ଅଭିଯୋଗ କରନ୍ତି ଯେ, ସ୍ମରଣ ଶକ୍ତି ବ୍ୟାଘାତ ହେଉଛି। ପରୀକ୍ଷା ପୂର୍ବରୁ ଭଲ କରି ପାଠପଢ଼ି ମନେରଖିଥିଲେ ମଧ୍ୟ କିଛି ପାଠ ମନେନାହିଁ ଓ ପରୀକ୍ଷାରେ ଫେଲ୍‌ ହେବେ।
ଛାନିଆ ହେବା କିପରି କମ୍‌ କରିବ? ପ୍ରଥମେ ମନେରଖିବା ଉଚିତ ଯେ, ପରୀକ୍ଷା ପୂର୍ବଦିନ ଠିକ୍‌ ଭାବେ ଖାଇବ ଓ ଶୋଇବ। ଅନ୍ୟଦିନଠାରୁ ଅଧିକ ବା କମ୍‌ ନୁହେଁ। ମନରୁ ଦୁଶ୍ଚିନ୍ତା ଦୂରକରି ଖୁସି ରହିବାକୁ ଚେଷ୍ଟା କରିବ। ପରୀକ୍ଷା ଦିନ ସକାଳେ ଅତି ତରତର ହୋଇ ଗାଧୋଇବା, ଖାଇବା ଉଚିତ ନୁହେଁ। ପ୍ରତିଦିନ ଯେପରି କର, ପରୀକ୍ଷାଦିନ ମଧ୍ୟ ସେହିପରି କରିବ। ଯେଉଁ ପିଲାମାନେ ଅତ୍ୟଧିକ ଛାନିଆ ହୁଅନ୍ତି ବା କରାନ୍ତି, ସେମାନଙ୍କଠାରୁ ଦୂରେଇ ରହିବ। ନିଜକୁ ନିଜେ ବୁଝାଅ ଓ ସାହସ ଦିଅ ମୁଁ ହୁଏତ ସବୁ ଉତ୍ତର ଜାଣି ନ ଥାଇପାରେ। ମୋର ହୁଏତ ପରୀକ୍ଷାରେ ସବୁ ମନେ ନ ପଡ଼ିପାରେ। ମୁଁ ପଢ଼ିଥିବା ପାଠ ଛଡ଼ା, ବାହାରୁ କିଛି ପ୍ରଶ୍ନ ପରୀକ୍ଷାରେ ପଡ଼ିପାରେ। ଏହା ସାଧାରଣ କଥା ଓ ସମ୍ଭବପର। ସବୁ ଠିକ୍‌ ହେବ। ପରୀକ୍ଷା ହଲକୁ ଆଗରୁ ଯାଇ ନିଜର ଚେୟାର ଖୋଜି ମନକୁ ସ୍ଥିର କରି ବସ। ମନକୁ ଶାନ୍ତ ରଖି ପରୀକ୍ଷା ପ୍ରଶ୍ନ ପଢ଼ିବା ଆରମ୍ଭ କର। ଯେଉଁ ପ୍ରଶ୍ନର ଉତ୍ତର ଭଲ ଭାବେ ଆସୁଛି, ତାହାକୁ ପ୍ରଥମେ ଲେଖିବା ପୂର୍ବରୁ ଉତ୍ତରର ସଂକ୍ଷିପ୍ତ ବିବରଣୀ ମନରେ ଭାବିନିଅ। ପରୀକ୍ଷା ସମୟରେ ନିଜକୁ ସାହସ ଦିଅ। ନିଜକୁ ନିଜେ କୁହ ‘ମୁଁ ଭଲକରି ଲେଖୁଛି। ଯାହା ପଢ଼ିଛି ସବୁ ମନେଅଛି। ମୁଁ ମୋର ସବୁଠାରୁ ଭଲ ଉତ୍ତର ପରୀକ୍ଷାରେ ଦେଉଛି।’ ପରୀକ୍ଷା ହଲ୍‌ରେ ପୂରା ସମୟ ବସ। ସମୟ ବଳିଲେ ଆଉ ଥରେ ପଢ଼। ଆମେ ଅଜାଣତରେ ଭୁଲ୍‌ ଲେଖିଥାଇପାରୁ। ସେଗୁଡ଼ିକ ସଜାଡ଼ି ଠିକ୍‌ କରିପାରିବ। ଗୋଟିଏ ବିଷୟରେ ପରୀକ୍ଷା ସାରିବା ପରେ, ସେହି ପରୀକ୍ଷା ଉପରେ ଅଧିକ ଆଲୋଚନା କର ନାହିଁ। ମନ ଛାନିଆ ଲାଗିପାରେ। ପରବର୍ତ୍ତୀ ବିଷୟର ପରୀକ୍ଷା ପାଇଁ ଚିନ୍ତା କର।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ
ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri