ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ କାର ଉପରକୁ ପଥର ମାରି ୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି ା ଏହି ଘଟଣାରେ ସମ୍ପୃକ୍ତ କାରର ଡ୍ରାଇଭରଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି ା ସେମାନଙ୍କଠାରୁ ୮୩ ହଜାର ୮ ଶହ ଟଙ୍କା, ଲୁଟ୍‌ରେ ବ୍ୟବହୃତ ଏକ ବଜାଜ ଏଭେଞ୍ଜର ବାଇକ (ଓଡି୦୩ ଏନ୍‌ ୫୭୩୨) ଓ ୭ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି ା ଗିରଫ ଅଭିଯୁକ୍ତ ହେଲେ କାର ଡ୍ରାଇଭର କ୍ରିଷ୍ଣା ଓରଫ୍‌ ପ୍ରମୋଦ କୁମାର ସେଠ୍‌ (୨୭), ଗାନ୍ଧୀନଗରପଡାର ରବି ସାହୁ (୨୬), ଆଶୁତୋଷ ମନହୀରା (୩୦), ରେଲୱେ ଷ୍ଟେସନ ମହାଦେବନଗରର ରାଜୀବ ପାତ୍ର (୨୫), ଜୁନ୍‌ହାଡିହିର ଶିବ ଜାଲ (୨୮) ଓ ଭୁର୍ଷିପାଲିର ପିଛାଲୁ ଓରଫ୍‌ ସୁବାସ ବାଗ (୨୪) ା
ବଲାଙ୍ଗୀର ପ୍ୟାଲେସଲାଇନ୍‌ରେ ରହୁଥିବା ଲୋକନାଥ ମେହେର ଗତ ୨୨ ତାରିଖ ଦିନ ଜରାସିଂହା ସମବାୟ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ ଏକ କାରରେ ବଲାଙ୍ଗୀରସ୍ଥିତ ଘରକୁ ଫେରୁଥିଲେ ା ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସିନଖମନ ଢ଼ାବା ନିକଟରେ ଦୁଇଜଣ ଯୁବକ ବାଇକରେ ଆସି କାର ଉପରକୁ ପଥର ମାଡ କରି ଅଟକାଇ ଥିଲେ ା ଅନ୍ୟ ୩ ଜଣ ଯୁବକ କାର ପାଖରେ ରହିଥିଲେ ା ପଥର ମାଡ ପରେ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ ଗାଡି ଅଟକାଇ ଦେବାରୁ ଦୁଇ ଲୁଟେରା କାରର କାଚ ଭାଙ୍ଗି ଭିତରେ ୪ ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଥିଲେ ା ଏନେଇ ଲୋକନାଥ ମେହେର ସଦର ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଏକ ମାମଲା (ନଂ.୨୭/୨୦୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ା ଲୁଟ୍‌ ଘଟଣା ପରଠାରୁ ପୋଲିସ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ଙ୍କୁ ପଚରାଉଚରା କରିଥିଲା ା ୨୨ ତାରିଖ ଦିନ ଲୋକନାଥ ଜରାସିଂହା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଧରି କାରରେ ବସିବା ପରେ ଡ୍ରାଇଭର କ୍ରିଷ୍ଣା ଅନ୍ୟତମ ଅଭିଯୁକ୍ତ ରବି ସାହୁଙ୍କୁ ମୋବାଇଲ ଫୋନ୍‌ରେ ସୂଚନା ଦେଇଥିଲେ। ଏହାପରେ ରବି ସାହୁ ଓ ଆଶୁତୋଷ ମନହୀରା ଅନ୍ୟ ୩ ସହଯୋଗୀଙ୍କ ମିଶି ଲୁଟ୍‌ ଯୋଜନା କରିଥିଲେ ା ଦୁଇଟି ବାଇକ୍‌ରେ ସେମାନେ ସିନଖମନ ଛକ ନିକଟରେ ଛପି ରହିଥିଲେ ଓ ଲୋକନାଥ ବସିଥିବା କାର ଆସିବା ପରେ ଯୋଜନା ମୁତାବକ ପଥର ମାଡ କରିଥିଲେ ା କାର ଡ୍ରାଇଭର କ୍ରିଷ୍ଣା କାରକୁ ଅଟକାଇ ଦେଇଥିଲେ ା ଏହାପରେ ଅଭିଯୁକ୍ତମାନେ ଲୋକନାଥଙ୍କ ତଣ୍ଟିକୁ ଚାପି ଦେଇ ୪ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଧରି ଚମ୍ପଟ ହୋଇଯାଇଥିଲେ ା ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତରେ ସଦର ଥାନା ଆଇଆଇସି ତୋଫାନ୍‌ ବାଗ ଓ ଅନ୍ୟ ପୋଲିସ କର୍ମଚାରୀ ୬ ଅଭିଯୁକ୍ତକୁ ଗିରଫ କରିଥିଲେ ା ଏନେଇ ଶନିବାର ସଦର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଡିସନାଲ ଏସପି ମନୋରଞ୍ଜନ ପ୍ରଧାନ ଓ ଏସଡିପିଓ ବାରିକ ଉପରୋକ୍ତ ସୂଚନା ଦେଇଥିଲେ ା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ା ୨୯ ସେପ୍ଟେମ୍ବର ୨୦୧୭ ମସିହାରେ ସୁରେନ୍ଦ୍ର ମାହାର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ପଣ୍ଡରାପିଟାଠାରେ ମୃତଦେହରେ ନିଅଁା ଲଗାଇ ପୋଡି ଦିଆଯାଇଥିଲା ା ଏହି ଘଟଣାରେ ସେତେବେଳେ ପ୍ରକାଶ ବାହଦୂର ବନ୍‌ସିତ୍‌ ଗିରଫ ହୋଇଥିଲେ ା ତେବେ ମୃତଦେହ ନେବାରେ ଏବଂ ପୋଡିବାରେ ସହଯୋଗ କରିଥିବା ଅଭିଯୁକ୍ତ ଫେରାର ହୋଇଯାଇଥିଲା ା ଗିରଫ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ ସେହି ଫେରାର ଅଭିଯୁକ୍ତ ଥିଲା ବୋଲି ଏସଡିପିଓ ବାରିକ ଆଜିର ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?