ପଥର ମାରି ୪ ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ : କାର୍‌ ଡ୍ରାଇଭରଙ୍କ ସମେତ ୬ ଗିରଫ

ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଲାଙ୍ଗୀର-ଦେଓଗଁା ୨୬ ନମ୍ବର ଜାତୀୟ ରାଜପଥର ସିନ୍‌ଖମନ ଢ଼ାବା ନିକଟରେ ଗତ ୨୨ତାରିଖ ଦିନ ଏକ କାର ଉପରକୁ ପଥର ମାରି ୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି ା ଏହି ଘଟଣାରେ ସମ୍ପୃକ୍ତ କାରର ଡ୍ରାଇଭରଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି ା ସେମାନଙ୍କଠାରୁ ୮୩ ହଜାର ୮ ଶହ ଟଙ୍କା, ଲୁଟ୍‌ରେ ବ୍ୟବହୃତ ଏକ ବଜାଜ ଏଭେଞ୍ଜର ବାଇକ (ଓଡି୦୩ ଏନ୍‌ ୫୭୩୨) ଓ ୭ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି ା ଗିରଫ ଅଭିଯୁକ୍ତ ହେଲେ କାର ଡ୍ରାଇଭର କ୍ରିଷ୍ଣା ଓରଫ୍‌ ପ୍ରମୋଦ କୁମାର ସେଠ୍‌ (୨୭), ଗାନ୍ଧୀନଗରପଡାର ରବି ସାହୁ (୨୬), ଆଶୁତୋଷ ମନହୀରା (୩୦), ରେଲୱେ ଷ୍ଟେସନ ମହାଦେବନଗରର ରାଜୀବ ପାତ୍ର (୨୫), ଜୁନ୍‌ହାଡିହିର ଶିବ ଜାଲ (୨୮) ଓ ଭୁର୍ଷିପାଲିର ପିଛାଲୁ ଓରଫ୍‌ ସୁବାସ ବାଗ (୨୪) ା
ବଲାଙ୍ଗୀର ପ୍ୟାଲେସଲାଇନ୍‌ରେ ରହୁଥିବା ଲୋକନାଥ ମେହେର ଗତ ୨୨ ତାରିଖ ଦିନ ଜରାସିଂହା ସମବାୟ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ ଏକ କାରରେ ବଲାଙ୍ଗୀରସ୍ଥିତ ଘରକୁ ଫେରୁଥିଲେ ା ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସିନଖମନ ଢ଼ାବା ନିକଟରେ ଦୁଇଜଣ ଯୁବକ ବାଇକରେ ଆସି କାର ଉପରକୁ ପଥର ମାଡ କରି ଅଟକାଇ ଥିଲେ ା ଅନ୍ୟ ୩ ଜଣ ଯୁବକ କାର ପାଖରେ ରହିଥିଲେ ା ପଥର ମାଡ ପରେ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ ଗାଡି ଅଟକାଇ ଦେବାରୁ ଦୁଇ ଲୁଟେରା କାରର କାଚ ଭାଙ୍ଗି ଭିତରେ ୪ ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଥିଲେ ା ଏନେଇ ଲୋକନାଥ ମେହେର ସଦର ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ଏକ ମାମଲା (ନଂ.୨୭/୨୦୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ା ଲୁଟ୍‌ ଘଟଣା ପରଠାରୁ ପୋଲିସ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ଙ୍କୁ ପଚରାଉଚରା କରିଥିଲା ା ୨୨ ତାରିଖ ଦିନ ଲୋକନାଥ ଜରାସିଂହା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଧରି କାରରେ ବସିବା ପରେ ଡ୍ରାଇଭର କ୍ରିଷ୍ଣା ଅନ୍ୟତମ ଅଭିଯୁକ୍ତ ରବି ସାହୁଙ୍କୁ ମୋବାଇଲ ଫୋନ୍‌ରେ ସୂଚନା ଦେଇଥିଲେ। ଏହାପରେ ରବି ସାହୁ ଓ ଆଶୁତୋଷ ମନହୀରା ଅନ୍ୟ ୩ ସହଯୋଗୀଙ୍କ ମିଶି ଲୁଟ୍‌ ଯୋଜନା କରିଥିଲେ ା ଦୁଇଟି ବାଇକ୍‌ରେ ସେମାନେ ସିନଖମନ ଛକ ନିକଟରେ ଛପି ରହିଥିଲେ ଓ ଲୋକନାଥ ବସିଥିବା କାର ଆସିବା ପରେ ଯୋଜନା ମୁତାବକ ପଥର ମାଡ କରିଥିଲେ ା କାର ଡ୍ରାଇଭର କ୍ରିଷ୍ଣା କାରକୁ ଅଟକାଇ ଦେଇଥିଲେ ା ଏହାପରେ ଅଭିଯୁକ୍ତମାନେ ଲୋକନାଥଙ୍କ ତଣ୍ଟିକୁ ଚାପି ଦେଇ ୪ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଧରି ଚମ୍ପଟ ହୋଇଯାଇଥିଲେ ା ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତରେ ସଦର ଥାନା ଆଇଆଇସି ତୋଫାନ୍‌ ବାଗ ଓ ଅନ୍ୟ ପୋଲିସ କର୍ମଚାରୀ ୬ ଅଭିଯୁକ୍ତକୁ ଗିରଫ କରିଥିଲେ ା ଏନେଇ ଶନିବାର ସଦର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଡିସନାଲ ଏସପି ମନୋରଞ୍ଜନ ପ୍ରଧାନ ଓ ଏସଡିପିଓ ବାରିକ ଉପରୋକ୍ତ ସୂଚନା ଦେଇଥିଲେ ା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ା ୨୯ ସେପ୍ଟେମ୍ବର ୨୦୧୭ ମସିହାରେ ସୁରେନ୍ଦ୍ର ମାହାର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ପଣ୍ଡରାପିଟାଠାରେ ମୃତଦେହରେ ନିଅଁା ଲଗାଇ ପୋଡି ଦିଆଯାଇଥିଲା ା ଏହି ଘଟଣାରେ ସେତେବେଳେ ପ୍ରକାଶ ବାହଦୂର ବନ୍‌ସିତ୍‌ ଗିରଫ ହୋଇଥିଲେ ା ତେବେ ମୃତଦେହ ନେବାରେ ଏବଂ ପୋଡିବାରେ ସହଯୋଗ କରିଥିବା ଅଭିଯୁକ୍ତ ଫେରାର ହୋଇଯାଇଥିଲା ା ଗିରଫ କାର ଡ୍ରାଇଭର କ୍ରିଷ୍ଣା ସେଠ୍‌ ସେହି ଫେରାର ଅଭିଯୁକ୍ତ ଥିଲା ବୋଲି ଏସଡିପିଓ ବାରିକ ଆଜିର ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri