ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା: ରୋଗୀ, ପର୍ଯ୍ୟଟକ ସମସ୍ତେ ଅଟକ

ନିମାପଡ଼ା,୩୦।୧୨(ଡି.ଏନ୍‌.ଏ): ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ନିତି ବହୁ ସଂଖ୍ୟାରେ ଯାନବାହାନ ଟ୍ରାଫିକ ଜାମ୍‌ ଯୋଗୁ ଅଟକି ରହୁଛି। ପର୍ଯ୍ୟଟକବାହୀ ଯାନ ହେଉ ଅବା ଆମ୍ବୁଲାନ୍ସ, ସମସ୍ତେ ଏହି ଟ୍ରାଫିକ୍‌ରେ ଫଶିରହୁଛନ୍ତି। କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁର ଯିବା ଆସିବା କରିବା ପାଇଁ ରାସ୍ତାରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଅଣ୍ଡିଆ ଛକ ଠାରୁ ସର୍ବାପଡ଼ା ଜୟଗୁରୁ ଆଶ୍ରମ ଛକ ପର୍ଯ୍ୟନ୍ତ ଦୀର୍ଘ ୪କିମି ଧରି ରାସ୍ତାରେ ଗାଡ଼ି ଭିଡ଼ ରହୁଛି। ବିଦେଶୀ ପର୍ଯ୍ୟଟକଙ୍କ ସମେତ ରାଜ୍ୟର ପର୍ଯ୍ୟଟକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏବେ ପିକ୍‌ନିକ୍‌ ଋ଼ତୁ ହୋଇଥିବାରୁ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ, ପୁରୀ, ରାମଚଣ୍ଡି, ଅସ୍ତରଙ୍ଗ ଜାହାନିଆପୀର, କାକଟପୁର ମଙ୍ଗଳାଙ୍କ ନିକଟକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଗାଡ଼ି ନିମାପଡ଼ା ବଜାର ରୁଟ୍‌ରେ ଯାତାୟତ କରୁଛି। ମୁଖ୍ୟ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ, ଶହଶହ ସଂଖ୍ୟାରେ ବାଇକ୍‌ ଚଳାଚଳ ଓ ଚାରିଚକିଆ ଯାନ, ବସ୍‌ କାର୍‌, ଟ୍ରକ୍‌ ଏବଂ ପର୍ଯ୍ୟଟକଙ୍କ ଗାଡ଼ି ଯାତାୟାତ କରୁଥିବା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି। ଟ୍ରାଫିକ ଜାମ୍‌ରୁ ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ ବାଦ୍‌ ପଡ଼ୁନି ା ବହୁ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଭିଡ଼ ଭିତରେ ଫଶିରହୁଛି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିମାପଡ଼ା ପୋଲିସ ଦ୍ୱାରା ସମ୍ଭବ ହେଉନି ା ଥାନାରେ ଆବଶ୍ୟକ କର୍ମଚାରୀ ନ ଥିବା ଯୋଗୁ ଅସୁବିଧା ହେଉଛି। ଖୋଦ୍‌ ନିମାପଡ଼ା ଆଇଆଇସି ଜନାର୍ଦ୍ଦନ ପାଢ଼ି ନିମାପଡ଼ା ଛକ ଠାରେ ଉପସ୍ଥିତ ରହି ଟ୍ରାଫିକ ସଜାଡ଼ୁଥିବା ଦେଖିବାକୁ ମିଳୁଛି। ଅଧିକ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନିୟୋଜନ ସହ ଟ୍ରାଫିକ ନିୟନ୍ତ୍ରଣ ଦିଗରେ ଉଚିତ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri