ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା: ରୋଗୀ, ପର୍ଯ୍ୟଟକ ସମସ୍ତେ ଅଟକ

ନିମାପଡ଼ା,୩୦।୧୨(ଡି.ଏନ୍‌.ଏ): ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ନିତି ବହୁ ସଂଖ୍ୟାରେ ଯାନବାହାନ ଟ୍ରାଫିକ ଜାମ୍‌ ଯୋଗୁ ଅଟକି ରହୁଛି। ପର୍ଯ୍ୟଟକବାହୀ ଯାନ ହେଉ ଅବା ଆମ୍ବୁଲାନ୍ସ, ସମସ୍ତେ ଏହି ଟ୍ରାଫିକ୍‌ରେ ଫଶିରହୁଛନ୍ତି। କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁର ଯିବା ଆସିବା କରିବା ପାଇଁ ରାସ୍ତାରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଅଣ୍ଡିଆ ଛକ ଠାରୁ ସର୍ବାପଡ଼ା ଜୟଗୁରୁ ଆଶ୍ରମ ଛକ ପର୍ଯ୍ୟନ୍ତ ଦୀର୍ଘ ୪କିମି ଧରି ରାସ୍ତାରେ ଗାଡ଼ି ଭିଡ଼ ରହୁଛି। ବିଦେଶୀ ପର୍ଯ୍ୟଟକଙ୍କ ସମେତ ରାଜ୍ୟର ପର୍ଯ୍ୟଟକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏବେ ପିକ୍‌ନିକ୍‌ ଋ଼ତୁ ହୋଇଥିବାରୁ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ, ପୁରୀ, ରାମଚଣ୍ଡି, ଅସ୍ତରଙ୍ଗ ଜାହାନିଆପୀର, କାକଟପୁର ମଙ୍ଗଳାଙ୍କ ନିକଟକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଗାଡ଼ି ନିମାପଡ଼ା ବଜାର ରୁଟ୍‌ରେ ଯାତାୟତ କରୁଛି। ମୁଖ୍ୟ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ, ଶହଶହ ସଂଖ୍ୟାରେ ବାଇକ୍‌ ଚଳାଚଳ ଓ ଚାରିଚକିଆ ଯାନ, ବସ୍‌ କାର୍‌, ଟ୍ରକ୍‌ ଏବଂ ପର୍ଯ୍ୟଟକଙ୍କ ଗାଡ଼ି ଯାତାୟାତ କରୁଥିବା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି। ଟ୍ରାଫିକ ଜାମ୍‌ରୁ ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ ବାଦ୍‌ ପଡ଼ୁନି ା ବହୁ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଭିଡ଼ ଭିତରେ ଫଶିରହୁଛି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନିମାପଡ଼ା ପୋଲିସ ଦ୍ୱାରା ସମ୍ଭବ ହେଉନି ା ଥାନାରେ ଆବଶ୍ୟକ କର୍ମଚାରୀ ନ ଥିବା ଯୋଗୁ ଅସୁବିଧା ହେଉଛି। ଖୋଦ୍‌ ନିମାପଡ଼ା ଆଇଆଇସି ଜନାର୍ଦ୍ଦନ ପାଢ଼ି ନିମାପଡ଼ା ଛକ ଠାରେ ଉପସ୍ଥିତ ରହି ଟ୍ରାଫିକ ସଜାଡ଼ୁଥିବା ଦେଖିବାକୁ ମିଳୁଛି। ଅଧିକ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନିୟୋଜନ ସହ ଟ୍ରାଫିକ ନିୟନ୍ତ୍ରଣ ଦିଗରେ ଉଚିତ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri