ଦୁଇ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ତାଳଚେର,୧୧ା୬(ନି.ପ୍ର.)ତାଳଚେର ବ୍ଲକର ଡେରାଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦୁଇ ଜଣ ଶିକ୍ଷକ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକର ଶହୀଦ୍‌ ଭବନ ପରିସରରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି ା ଶ୍ରୀଅରବିନ୍ଦ ସ୍କୁଲର ପ୍ରଧାନଶିକ୍ଷକ ଜ୍ୟୋତିରଞ୍ଜନ ଥାଟୋଇଙ୍କୁ ଆଦର୍ଶ ଶିକ୍ଷକ ଓ ଉମେଶ ଚନ୍ଦ୍ର ବିଶ୍ୱାଳଙ୍କୁ ସଂଗୀତ ଏବଂ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଅବଦାନ ପାଇଁ ନାଟ୍ୟ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଭାଜପା ନେତ୍ରୀ ସୁରମା ପାଢ଼ୀ, ହୃଷୀକେଶ ବେଉରା, ସ୍କାଟ ଅନୁଷ୍ଠାନ ସଭାପତି ବିଜୟାନନ୍ଦ ନାୟକ, ସାଧାରଣ ସମ୍ପାଦକ ନିଖିଳ ନାଥ ଓଝା, ବଂଶୀ ମୋହନ ଶତପଥୀ, ପୂର୍ବତନ ବାଚସ୍ପତି ଶରତ କୁମାର କର ପ୍ରମୁଖ ଯୋଗ ଦେଇ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ଦୁଇ ଶିକ୍ଷକଙ୍କୁ ସମ୍ମାନପତ୍ର, ଟ୍ରଫି ଓ ପ୍ରତିଭା ପରିଚୟ ପୁସ୍ତକ ସହ ଦୁଇ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri