ତହସିଲଦାରଙ୍କ ସମେତ ୧୭ ପଦବୀ ଖାଲି: ତାଳଚେରବାସୀ ଭୋଗୁଛନ୍ତି ଅସୁବିଧା

ତାଳଚେର,୫ା୬(ନି.ପ୍ର.)- ତାଳଚେର ଶିଳ୍ପାଞ୍ଚଳ ତହସିଲ ଅଫିସରେ ତହସିଲଦାର ପଦବୀ ସମେତ ଅନେକ ପଦବୀ ଖାଲି ପଡିଛି। ଫଳରେ ତହସିଲ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନସାଧାରଣ ବାରମ୍ବାର ଆସୁଥିଲେ ବି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
୧୯୬୩ରେ ସ୍ଥାପିତ ଏହି ତହସିଲ ଉପରେ ପ୍ରଥମେ ତାଳଚେର ବ୍ଲକ, କଣିହାଁ ବ୍ଲକ ସମେତ ତାଳଚେର ପୌରାଞ୍ଚଳବାସୀ ନିର୍ଭର କରୁଥିଲେ। କଣିହଁାରେ ତହସିଲ ଖୋଲିବା ପରେ ତାଳଚେର ବ୍ଲକର ୨୧ ପଞ୍ଚାୟତ ଓ ପୌରାଞ୍ଚଳର ୨୧ଟି ୱାର୍ଡବାସୀ ତାଳଚେର ତହସିଲ ଉପରେ ନିର୍ଭର କରୁଛନ୍ତି। ତେବେ ଗତ ଫେବୃୟାରୀରୁ ଏଠାରେ ତହସିଲଦାର ପଦବୀ ଖାଲି ପଡିଛି। ଏଠାରେ ଥିବା ତହସିଲଦାର ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ଢେଙ୍କାନାଳ ଉପଜିଲାପାଳ ଭାବେ ପଦୋନ୍ନତି ପରଠାରୁ ଏଠାରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ସେହିପରି ବଡବାବୁ ପଦବୀରେ କେହି ନ ଥିବା ବେଳେ ରେଭିନ୍ୟୁ ଇନ୍ସପେକ୍ଟର ୨, ସିନିୟର କିରାଣି ୧, ସହକାରୀ ରେଭେନ୍ୟୁ ଇନ୍ସପେକ୍ଟର ୧, ପ୍ରୋସେସ ସର୍ଭର ୫, ପିଅନ ୭ଟି ପଦବୀ ଖାଲି ପଡିଛି। ଜଣେ ଅତିରିକ୍ତ ତହସିଲଦାର, ୬ଜଣ କିରାଣି ଓ ୩ଜଣ ପିଅନ ଏବେ କାର୍ଯ୍ୟ କରୁଛନ୍ତି। ଜଣେ କିରାଣିଙ୍କ ହାତରେ ୩/୪ଟି ବିଭାଗର ଦାୟିତ୍ୱ ରହିଛି। ଏଭଳି ପରିସ୍ଥିତିରେ କାର୍ଯ୍ୟ କିଭଳି ହେଉଥିବ ତାହା ସ୍ପଷ୍ଟ ଅନୁମେୟ। ସାଧାରଣତଃ ମ୍ୟୁଟେସନ, ଓଏଲଆର, ପାର୍ଟିସନ, ଘରବାଡି, ଜବରଦଖଲ, ଲିଜ୍‌ ସମେତ ବର୍ଷକୁ ୫/୬ ହଜାର କେସ୍‌ ଏଠାକୁ ବିଚାର ପାଇଁ ଆସିଥାଏ। ଏହା ବ୍ୟତୀତ ଅନ୍ୟାନ୍ୟ କାମ ରହିଛି। ଅତିରିକ୍ତ ତହସିଲଦାର ତହସିଲ ଅଫିସ ସମେତ ଏବେ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ରହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ବେଳେ ତାଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ନିର୍ବାହ କରିବାକୁ ପଡୁଛି। ତେଣୁ ଅନେକ ସମୟରେ ତାଙ୍କର ଅନୁପସ୍ଥିତି ଯୋଗୁ ଜନସାଧାରଣ ଅସୁବିଧା ଭୋଗ କରୁଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଅନେକ ପଦବୀ ଖାଲି ପଡ଼ିଛି। ଜଣେ କିରାଣି ଏବେ ୩/୪ ବିଭାଗ କାମ ତୁଲାଉଥିବାରୁ ଅସୁବିଧା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri