ଡକ୍ୟୁମେଣ୍ଟ ମିଶନ ଜୟ ହିନ୍ଦ୍‌

ମହାମାରୀ ସମୟରେ ଦେଶର ଭୂମିକା କ’ଣ? ଏବେ କରୋନା ମହାମାରୀ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ଜନସଂଖ୍ୟାର ଏକ ବୃହତ୍‌ ଅଂଶକୁ ତା’ର ଯତ୍ନ ନେବାରେ ଘୋର ବାଧା ଉପୁଜାଇଛି। କୋଟି କୋଟି ଲୋକ ଚାକିରି ହରାଇଛନ୍ତି। ଏବେ ସୁଦ୍ଧା ସହରରୁ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ଟ୍ରେନ ଓ ବସ୍‌ରେ ଗାଁକୁ ଫେରିଛନ୍ତି ବୋଲି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ସେମାନେ ସେଠାରେ ଜୀବିକା ଲାଗି ରହୁୁଥିଲେ ଓ କାମ କରି ଘରକୁ ଟଙ୍କା ପଠାଉଥିଲେ। ଆମେ ଜାଣିନାହୁଁ କେତେ ଲୋକ ଚାଲି ଚାଲି କିମ୍ବା ସାଇକେଲରେ ସେମାନଙ୍କ ଘରକୁ ଫେରିଛନ୍ତି। ଏହାର କାରଣ ହେଉଛି ତଥ୍ୟ ରଖିବାରେ ଭାରତ ପୂରା ଦୁର୍ବଳ ଓ ଏହା ପାଖରେ ଆଭ୍ୟନ୍ତରୀଣ ପ୍ରବାସନର କୌଣସି ତଥ୍ୟ ବି ନାହିଁ। ଛୋଟ ଜମିଟିରେ ଚାଷ କରି ବଞ୍ଚୁଥିବା କୃଷକ,ମଜୁରି ଉପରେ ନିର୍ଭର କରୁଥିବା ଏବଂ କାମ ପାଉ ନ ଥିବା ଶ୍ରମିକ ମଧ୍ୟ କୋଟି କୋଟି ସଂଖ୍ୟାରେ ରହିଛନ୍ତି। ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ଖାଉଥିବା କୋଟି କୋଟି ପିଲା ଘରେ ତାହା ପାଉନାହାନ୍ତି । ଗତ ତିନି ମାସ ମଧ୍ୟରେ ମହାମାରୀରେ ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ପ୍ରାୟ ୫୦ କୋଟି ଭାରତୀୟ ଏବେ ବଞ୍ଚିବା ଲାଗି ସଂଗ୍ରାମ କରଛନ୍ତି। ଲକ୍‌ଡାଉନ ଲାଗୁ କରି ମହାମାରୀ ସଂକ୍ରମଣ ରୋକିବା ପାଇଁ ଚେଷ୍ଟା କରିବା ଦେଶର କର୍ତ୍ତବ୍ୟ। କିନ୍ତୁ ଲକ୍‌ଡାଉନ ପ୍ରଭାବରେ ସଂଖ୍ୟାଧିକ ଲୋକ ବେସାହାରା ପାଲଟିଯାଇଛନ୍ତି ସେମାନଙ୍କ ପାଖରେ ଟଙ୍କା ନାହିଁ କି ଖାଦ୍ୟ ନାହିଁ। ଏହି ସମସ୍ୟାକୁ ଆୟତ୍ତ କରିବାର ଦାୟିତ୍ୱ ହିଁ ଦେଶର। ଏକାକୀ ଏହାର ସମ୍ବଳ ରହିଛି ଏବଂ ଟଙ୍କା ଛପାଇବା ଲାଗି କ୍ଷମତା ମଧ୍ୟ ରହିଛି। କିନ୍ତୁ ଏକ ନିଦ୍ଦିର୍ର୍ଷ୍ଟ ସୀମା ପରେ ଏକାକୀ କୌଣସି ପ୍ରଦେଶ ବା ରାଜ୍ୟର ଟଙ୍କା ଜୁଟାଇବାର ଶକ୍ତି କିମ୍ବା କ୍ଷମତା ନାହିଁ। ଏହି ସଙ୍କଟ ସମୟରେ ବି କିଛି ବିବାଦ ଦେଖାଯାଉନି। କାରଣ ଆମେ ଏକାଠି କାମ କରୁଛୁ ଏବଂ ଏହାକୁ ରାଜନୀତିକରଣ କରିନାହୁଁ । ଆମେ ଏବେ ସମସ୍ୟାରେ ରହିଛୁ ଓ ଆଗକୁ ଏହା ଅଧିକ ହେବ ବୋଲି ସବୁ ରାଜନୈତିକ ଦଳ ଏବଂ ସରକାର ସ୍ବୀକାର କରିଛନ୍ତି। ମୁମ୍ବାଇରେ ଆଇସିୟୁ ବେଡ୍‌ର ୯୯ ପ୍ରତିଶତ ପୂରଣ ହୋଇଯାଇଛି ଓ ମହାମାରୀ ବି ବଢିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାକୁ ଅନୁଧ୍ୟାନ କଲେ ଜାଣିପାରିବା ଯେ, ଜୁନ ଶେଷ ସୁଦ୍ଧା ସ୍ଥିତି ଅଣାୟତ୍ତ ହୋଇଯିବ। ଏଣୁ ଆମକୁ ଶୀଘ୍ର ପଦକ୍ଷେପ ନେବାକୁ ପଡିବ। ତେବେ ଆମକୁ ସ୍ବତନ୍ତ୍ର ଭାବେ କ’ଣ କରିବାକୁ ହେବ? କିଛିଦିନ ତଳେ ଦଳେ ଲୋକ ମିଶନ ଜୟ ହିନ୍ଦ୍‌ ଡକ୍ୟୁମେଣ୍ଟ ( ଲେଖପତ୍ର)ବାଣ୍ଟିଥିଲେ। ଏଥିରେ ନିମ୍ନଲିଖିତ ପଦକ୍ଷେପମାନ ନେବାକୁ କୁହାଯାଇଛି।୧-ପ୍ରବାସୀ ଶ୍ରମିକମାନଙ୍କଠାରୁ କୌଣସି ଦେୟ ନ ନେଇ ୧୦ ଦିନ ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ତଥା ସମ୍ମାନର ସହ ଘରକୁ ଫେରାଇଆଣ। ସରକାର ସହଯୋଗ କରିବା ସହ ଏଥିପାଇଁ ଟ୍ରେନ ଓ ବସ୍‌ ବ୍ୟବସ୍ଥା କରିବା ଉଚିତ। ସେମାନେ ଷ୍ଟେଶନରେ ପହଞ୍ଚିବା ପରେ ରାଜ୍ୟ ସରକାର ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିପାରିବେ। ଯେତେ ସମ୍ଭବ ସେମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦେବା ସହ ରହିବାର ଏବଂ ଷ୍ଟେଶନରେ ପହଞ୍ଚିବା ଲାଗି ସ୍ଥାନୀୟ ଗମନାଗମନର ବ୍ୟବସ୍ଥା କରିବା ଉଚିତ।
୨-ସମସ୍ତ ସନ୍ଦିଗ୍ଧମାନଙ୍କୁ ସହଜ ଓ ମୁକ୍ତ ବ୍ୟବସ୍ଥା ଉପଲବ୍ଧ କରାଇବା ଦରକାର। ଘରୋଇ ସଂସ୍ଥାଗୁଡିକରେ ମୁକ୍ତ କ୍ୱାରାଣ୍ଟାଇନ ଓ ଆଇସିୟୁ ବେଡ୍‌ର ବ୍ୟବସ୍ଥା କରିବା ଉଚିତ। ବର୍ଷକ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ କରୋନା ଆଗଧାଡିରେ ଲଢୁଥିବା ସ୍ବାସ୍ଥ୍ୟକର୍ମୀ ଏବଂ ସେମାନଙ୍କ ପରିବାର ପାଇଁ ମେଡିକାଲ ଓ ଅର୍ଥିକ ବୀମା ବ୍ୟବସ୍ଥା କରାଯିବା ଦରକାର।
୩-ସବୁଆଡେ ସମସ୍ତଙ୍କୁ ୬ ମାସ ପାଇଁ ରାଶନସାମଗ୍ରୀ ଯୋଗାଇ ଦେବା ଉଚିତ। ପ୍ରତି ବ୍ୟକ୍ତିଙ୍କୁ ୧୦ କିଲୋ ଶସ୍ୟ( ଚାଉଳ/ ଗହମ), ଦେଢ କିଲୋ ଡାଲି,୮୦୦ ଏମଏଲ୍‌ ତେଲ ଓ ଅଧ କିଲୋ ଚିନି ଦେବା ଉଚିତ। ଦାବି ମୁତାବକ ରାଶନ କାର୍ଡରେ ନାମ ସାମିଲ କରିବା ଦରକାର। ମଧ୍ୟାହ୍ନ ଭୋଜନ ପରିମାଣର ରାଶନ ଘରକୁ ଯୋଗାଇ ଦେବା ସହ ସବୁ ସ୍କୁଲ୍‌ରେ ସାମୂହିକ ରୋଷେଇ ବ୍ୟବସ୍ଥା ଚାଲୁ କରିବାକୁ ପଡିବ।
୪-ମନରେଗାରେ ଥିବା ୧୦୦ ଦିନ କାମର ଗ୍ୟାରେଣ୍ଟିକୁ ୨୦୦ ଦିନକୁ ବୃଦ୍ଧି କରି ଶୀଘ୍ର ମଜୁରି ଦେବା,ଦୈନିକ ୪୦୦ ଟଙ୍କା ମଜୁରିରେ ସହରାଞ୍ଚଳବାସୀଙ୍କୁ ୧୦୦ ଦିନର କାମ ଯୋଗାଇବାର ଗ୍ୟାରେଣ୍ଟି ଦେବା ଏବଂ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ କରିବା ଦରକାର।
୫-ଚାକିରି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବା, ଦରମା ଦେବା ପାଇଁ ବିନା ସୁଧରେ କମ୍ପାନୀଗୁଡିକୁ ଋଣ ପ୍ରଦାନ କରିବା, ଫସଲ ଉତ୍ପାଦନରେ ହ୍ରାସ ଓ ଅଭାବୀ ବିକ୍ରି ପାଇଁ ଚାଷୀମାନଙ୍କୁ କ୍ଷତିପୂରଣ ଦେବା, କ୍ଷତିପୂରଣ ବାବଦରେ ବୁଲାବିକାଳି ଏବଂ ଛୋଟ ଦୋକାନୀମାନଙ୍କୁ ବ୍ୟବସାୟ ଆରମ୍ଭ କରିବା ଲାଗି ୧୦,୦୦୦ ଟଙ୍କା ଯୋଗାଇ ଦେବା ଆବଶ୍ୟକ।
୬-ଆବେଦନ କଲେ ତିନି ମାସର ସୁଧ ରହାତି ଓ ଗୃହଋଣ ଉପରେ ମୋରାଟୋରିୟମ, ମୁଦ୍ରା ଶିଶୁ ଓ କିଶୋର ଋଣ ୬ ମାସ ପାଇଁ ଏବଂ କୃଷିଋଣ ଛାଡ ଦରକାର।
୭-ରାଜକୋଷ ଉପରେ ଅନ୍ୟ ବ୍ୟୟ ତୁଳନାରେ ଏହି ବ୍ୟୟର ପ୍ରଥମ ଅଧିକାର ରହିବା ଉଚିତ। ଏହା ଏବେ ଆବଶ୍ୟକ ଅର୍ଥର ଗୁରୁତ୍ୱକୁ ସୁନିଶ୍ଚିତ କରିବ। କେନ୍ଦ୍ର ଶୀଘ୍ର ଓ ଜରୁରିକାଳୀନ ଭିତ୍ତିରେ ସଂସାଧନ ଯୋଗାଡ଼ କରିବା ଉଚିତ ଏବଂ ଯାହା ଯୋଗାଡ଼ କରିବ ତାହାର ଅଧା ରାଜ୍ୟଗୁଡିକୁ ଦେବା ଦରକାର।
ଏହି ତାଲିକାରେ ଯାହା କୁହାଯାଇଛି ତାହା ବହୁତ ଭଲ। ଏହାକୁ କେହି ବି ବିରୋଧ କରିନାହାନ୍ତି। ଆସନ୍ତା ୬ ମାସ ପାଇଁ ଯେଉଁ କୋଟି କୋଟି ଟଙ୍କା ଦରକାର ତାହା ହିଁ ପ୍ରକୃତ ପକ୍ଷେ ସର୍ବନିମ୍ନ ଆବଶ୍ୟକତା। ୨୦୨୧ରେ କ’ଣ ଘଟିବ ତାହା ତ ଆମେ ଜାଣିନେ, କିନ୍ତୁ ୨୦୨୧ରେ ପହଞ୍ଚିବା ଲାଗି ସବୁ ଭାରତୀୟଙ୍କୁ ଶକ୍ତି ଯୋଗାଇ ଦେବାକୁ ପଡିବ। ନଚେତ ଅଭାବ ଓ ସଙ୍କଟର ଏହି ଦୁର୍ଦ୍ଦିନରେ ଦେଶ ଶୀଘ୍ର ଏହାର ଦକ୍ଷତା ଓ ଶକ୍ତି ହରାଇବ । ଆମେ ତାହା ଚାହୁଁ ନାହୁଁ । ଜନସଂଖ୍ୟାର ଏକ ବୃହତ ଭାଗ ଦୁଃଖ ଦୁର୍ଦ୍ଦଶାରେ ଥିବାବେଳେ ଆମେ ଏହାକୁ ଆଉ ବେଶି ସମୟ ଦେଇପାରିବା ନାହିଁ। ୬ ମାସ ପାଇଁ ପ୍ରତ୍ୟକ ପରିବାରକୁ ୭,୫୦୦ ଟଙ୍କା ଲେଖାଏ ପଠାଇବାକୁ ୨୮ରେ କଂଗ୍ରେସ ପାର୍ଟିର ସୋନିଆ ଗାନ୍ଧୀ କହିଥିଲେ । ମନରେଗାରେ ୧୦୦ ଦିନର କାର୍ଯ୍ୟ ଦିବସକୁ ୨୦୦ ଦିନ ଯାଏ ବଢ଼ାଇବାକୁ ମତ ଦେଇଥିଲେ। ମିଶନ ଜୟ ହିନ୍ଦ୍‌କୁ ଅନେକ ସମ୍ମାନସ୍ପଦ ଓ ପ୍ରତିଷ୍ଠିତ ବ୍ୟକ୍ତି ସମର୍ଥନ କରିତତ୍ଲେ ବି ଏ ସମୟରେ ଆମେ ସମସ୍ତେ ତାହାକୁ ଦୃଢ ସମର୍ଥନ କରିବା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେବ। ମୁଁ ନିଶ୍ଚିତ ଭାବେ ଏହାକୁ ସମର୍ଥନ କରେ। ମୋ ଜାଣିବାରେ ଏହା ଏକମାତ୍ର ଡକ୍ୟୁମେଣ୍ଟ ଯାହା ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରଛି ଓ ଆମେ ସମସ୍ତେ ଏହାକୁ ସ୍ବୀକାର କରିବା ଉଚିତ। ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଯଥାଶୀଘ୍ର ଦେଶ ମଧ୍ୟ ଏହାକୁ ଗ୍ରହଣ କରିବା ଆବଶ୍ୟକ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?