ଟାଙ୍ଗରା ଭୂଇଁ ଏବେ ସବୁଜ ବନାନୀ: ସହଦେବଙ୍କୁ ମିଳିଛି ବୃକ୍ଷ ବନ୍ଧୁ ପରିଚୟ

ଚମ୍ପୁଆ, ୧୫ା୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତର ବନିକା ଗ୍ରାମର ସହଦେବ ସିଂହ ପ୍ରାୟ ୫ଏକର ଜମିରେ ଜଙ୍ଗଲ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ନିଜ ଜମିରେ ଏହି ଜଙ୍ଗଲ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଏହି ଜଙ୍ଗଲରୁ ସ୍ଥାନୀୟ ମହିଳାଙ୍କୁ ସେହି ଜାଳେଣୀ କାଠ ସଂଗ୍ରହ କରିବା ପାଇଁ ମଧ୍ୟ ସେ ଅନୁମତି ଦେଇଛନ୍ତି। ଗାଁ ଆଖପାଖ ଅଞ୍ଚଳରେ ଜଙ୍ଗଲ ନ ଥିବାରୁ ମହିଳାମାନେ ଜାଳକାଠ ସଂଗ୍ରହ କରି ଉପକୃତ ହେଉଛନ୍ତି।
ସହଦେବ କହନ୍ତି ୧୯୮୧-୮୨ ମସିହାରେ ସ୍ଥାନୀୟ ଅଞ୍ଚଳରେ ଅଳ୍ପ କିଛି ରହିଥିବା ବେଳେ ରଙ୍ଗାମାଟିଆ, ବନିକା, ଟ୍ୟାନ୍ସପଶି ଗ୍ରାମାଞ୍ଚଳ ଟାଙ୍ଗାରା ଭୂଇଁ ହୋଇ ପଡି ରହିଥିଲା। ସେହି ସମୟର ମହିଳାମାନେ ଜାଳେଣି ଅଭାବ ପୂରଣ ପାଇଁ ପଡୋଶୀ ମୟୂରଭଞ୍ଜ ଜିଲା ଓ ସୀମାନ୍ତ ଝାଡଖଣ୍ଡ ଅଞ୍ଚଳର ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ସେମାନେ ଦୀର୍ଘ ପଥ ଅତିକ୍ରମ କରି ଗଛରୁ ଝଡୁଥିବା ଶୁଖିଲା ପତ୍ର ଯୋଗାଡ କରି ଆଣୁଥିଲେ। ଏଥିପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜଙ୍ଗଲ ରାସ୍ତାରେ ଯିବାବେଳେ ଅସାମାଜିକ ଲୋକଙ୍କ ଟାହିଟାପରାର ଶିକାର ହେଉଥିଲେ। ଏକଥା ଜାଣି ବନିକା ଗ୍ରାମର ୨୧ ବର୍ଷର ଯୁବକ ସହଦେବ ସୋସିଆଲ ଫରେଷ୍ଟର ଓ ବନ ବିଭାଗ ସହ ଯୋଗାଯୋଗ କରି ନିଜ ଅର୍ଥ ଖର୍ଚ୍ଚ କରିବାକୁ ଆଗଭର ହୋଇ ସହିତ ବନିକା ଗ୍ରାମର ଦଉଡାଢିପା, ଅର୍ଦମଡିହ ଆଦି ସ୍ଥାନରେ ୫ ଏକର ନିଜ ଜମିରେ ଆକାଶିଆ ଓ ଇୟୁକାଲିପଟାଶ ସହ ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ୫ ହଜାର ବୃକ୍ଷରୋପଣ କରିଥିଲେ। ୬ ବର୍ଷ ପରେ ସ୍ଥାନୀୟ ମହିଳାମାନଙ୍କୁ ଉକ୍ତ ଜଙ୍ଗଲରୁ ଜାଳେଣି ସଂଗ୍ରହ ପାଇଁ ଅନୁମତି ଦିଆଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମହିଳାମାନେ ଜାଳେଣି ସଂଗ୍ରହ ପାଇଁ ଆଉ ବାହାରକୁ ଯାଇ ନ ଥିବା କହିଛନ୍ତ ସହଦେବ। ସହଦେବଙ୍କ ବୃକ୍ଷରୋପଣ କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଏଥିରୁ ପ୍ରେରଣା ପାଇ ଖାଲି ପଡିଥିବା ଜମିରେ ଗଛ ଲଗାଇ ବନିକା ଗ୍ରାମକୁ ସବୁଜ ସୁନ୍ଦର କରିବାରେ ସଫଳ ହୋଇଛନ୍ତି। ସହଦେବ ସ୍ଥାନୀୟ ଯୁବକମାନଙ୍କୁ ଏକତ୍ରିତ କରି ଜଙ୍ଗଲ ସୃଷ୍ଟି କରିବାକୁ ଲାଗି ପଡିଛନ୍ତି। ଦୀର୍ଘ ୩୫ ବର୍ଷର ଜଗାରଖା ପରେ ଏବେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଗ୍ରାମର ଜଙ୍ଗଲ ସୃଷ୍ଟି ହୋଇପାରିଛି। ପରିବେଶ ବଞ୍ଚାଇବାକୁ ଲଗାଯାଇଥିବା କରମା, ଜାମୁ, ଅର୍ଜୁନ, ନିମ୍ବ, ପଳାଶ, କଦମ୍ବ, ସୁନାରୀ ଆଦି ଗଛ ସହିତ ଔଷଧୀୟ ବୃକ୍ଷ ଏହି ଜଙ୍ଗଲରେ ଶୋଭା ପାଉଛି। ବର୍ତ୍ତମାନ ସହଦେବଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏହି ଜଙ୍ଗଲରେ ଠେକୁଆ, ଝିଙ୍କ, ବାର୍‌ହା ଆଦି ଜଙ୍ଗଲ ଜନ୍ତୁ ରହିଥିବା ଦେଖିବାକୁ ମିଳୁଛି। ଗ୍ରାମର ଉନ୍ନତି ପାଇଁ ଏବେ ଗଠନମୂଳକ କାର୍ଯ୍ୟ କରିଥିବା ସହଦେବ ଜଣେ ପ୍ରାଥମିକ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରି ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟରୁ ନିକଟରେ ଅବସର ଗ୍ରହଣ କରିଛନ୍ତି। ଅବସର ପରେ ମଧ୍ୟ ଗଛ ଲଗାଇବା ନିଶା ତାଙ୍କୁ ‘ବୃକ୍ଷ ବନ୍ଧୁ’ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ କରାଇଛି। ଯୁବକ ସମୟରେ ଆରମ୍ଭ କରିଥିବା ବୀର ବିକ୍ରମ ବଳିଆର ସିଂହ ଯୁବକ ସଂଘ ଏହି ଲକ୍ଷ୍ୟ ପଥରେ ତାଙ୍କୁ ଆଗେଇ ନେଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ହାତୀ ଆହତ: ବନ ବିଭାଗ ଦ୍ୱାରା କରାଯାଉଛି ଚିକିତ୍ସା

କେନ୍ଦୁଝର,୨୪।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜର ନରଣପୁର ସେକ୍ସନ ଅନ୍ତର୍ଗତ ବଡ଼ପଷି, ଗୋପୀନାଥପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ୧୫ ବର୍ଷ ଅଣ୍ଡିରା…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri