ଟାଙ୍ଗରା ଭୂଇଁ ଏବେ ସବୁଜ ବନାନୀ: ସହଦେବଙ୍କୁ ମିଳିଛି ବୃକ୍ଷ ବନ୍ଧୁ ପରିଚୟ

ଚମ୍ପୁଆ, ୧୫ା୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତର ବନିକା ଗ୍ରାମର ସହଦେବ ସିଂହ ପ୍ରାୟ ୫ଏକର ଜମିରେ ଜଙ୍ଗଲ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ନିଜ ଜମିରେ ଏହି ଜଙ୍ଗଲ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଏହି ଜଙ୍ଗଲରୁ ସ୍ଥାନୀୟ ମହିଳାଙ୍କୁ ସେହି ଜାଳେଣୀ କାଠ ସଂଗ୍ରହ କରିବା ପାଇଁ ମଧ୍ୟ ସେ ଅନୁମତି ଦେଇଛନ୍ତି। ଗାଁ ଆଖପାଖ ଅଞ୍ଚଳରେ ଜଙ୍ଗଲ ନ ଥିବାରୁ ମହିଳାମାନେ ଜାଳକାଠ ସଂଗ୍ରହ କରି ଉପକୃତ ହେଉଛନ୍ତି।
ସହଦେବ କହନ୍ତି ୧୯୮୧-୮୨ ମସିହାରେ ସ୍ଥାନୀୟ ଅଞ୍ଚଳରେ ଅଳ୍ପ କିଛି ରହିଥିବା ବେଳେ ରଙ୍ଗାମାଟିଆ, ବନିକା, ଟ୍ୟାନ୍ସପଶି ଗ୍ରାମାଞ୍ଚଳ ଟାଙ୍ଗାରା ଭୂଇଁ ହୋଇ ପଡି ରହିଥିଲା। ସେହି ସମୟର ମହିଳାମାନେ ଜାଳେଣି ଅଭାବ ପୂରଣ ପାଇଁ ପଡୋଶୀ ମୟୂରଭଞ୍ଜ ଜିଲା ଓ ସୀମାନ୍ତ ଝାଡଖଣ୍ଡ ଅଞ୍ଚଳର ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ସେମାନେ ଦୀର୍ଘ ପଥ ଅତିକ୍ରମ କରି ଗଛରୁ ଝଡୁଥିବା ଶୁଖିଲା ପତ୍ର ଯୋଗାଡ କରି ଆଣୁଥିଲେ। ଏଥିପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜଙ୍ଗଲ ରାସ୍ତାରେ ଯିବାବେଳେ ଅସାମାଜିକ ଲୋକଙ୍କ ଟାହିଟାପରାର ଶିକାର ହେଉଥିଲେ। ଏକଥା ଜାଣି ବନିକା ଗ୍ରାମର ୨୧ ବର୍ଷର ଯୁବକ ସହଦେବ ସୋସିଆଲ ଫରେଷ୍ଟର ଓ ବନ ବିଭାଗ ସହ ଯୋଗାଯୋଗ କରି ନିଜ ଅର୍ଥ ଖର୍ଚ୍ଚ କରିବାକୁ ଆଗଭର ହୋଇ ସହିତ ବନିକା ଗ୍ରାମର ଦଉଡାଢିପା, ଅର୍ଦମଡିହ ଆଦି ସ୍ଥାନରେ ୫ ଏକର ନିଜ ଜମିରେ ଆକାଶିଆ ଓ ଇୟୁକାଲିପଟାଶ ସହ ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ୫ ହଜାର ବୃକ୍ଷରୋପଣ କରିଥିଲେ। ୬ ବର୍ଷ ପରେ ସ୍ଥାନୀୟ ମହିଳାମାନଙ୍କୁ ଉକ୍ତ ଜଙ୍ଗଲରୁ ଜାଳେଣି ସଂଗ୍ରହ ପାଇଁ ଅନୁମତି ଦିଆଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମହିଳାମାନେ ଜାଳେଣି ସଂଗ୍ରହ ପାଇଁ ଆଉ ବାହାରକୁ ଯାଇ ନ ଥିବା କହିଛନ୍ତ ସହଦେବ। ସହଦେବଙ୍କ ବୃକ୍ଷରୋପଣ କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଏଥିରୁ ପ୍ରେରଣା ପାଇ ଖାଲି ପଡିଥିବା ଜମିରେ ଗଛ ଲଗାଇ ବନିକା ଗ୍ରାମକୁ ସବୁଜ ସୁନ୍ଦର କରିବାରେ ସଫଳ ହୋଇଛନ୍ତି। ସହଦେବ ସ୍ଥାନୀୟ ଯୁବକମାନଙ୍କୁ ଏକତ୍ରିତ କରି ଜଙ୍ଗଲ ସୃଷ୍ଟି କରିବାକୁ ଲାଗି ପଡିଛନ୍ତି। ଦୀର୍ଘ ୩୫ ବର୍ଷର ଜଗାରଖା ପରେ ଏବେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଗ୍ରାମର ଜଙ୍ଗଲ ସୃଷ୍ଟି ହୋଇପାରିଛି। ପରିବେଶ ବଞ୍ଚାଇବାକୁ ଲଗାଯାଇଥିବା କରମା, ଜାମୁ, ଅର୍ଜୁନ, ନିମ୍ବ, ପଳାଶ, କଦମ୍ବ, ସୁନାରୀ ଆଦି ଗଛ ସହିତ ଔଷଧୀୟ ବୃକ୍ଷ ଏହି ଜଙ୍ଗଲରେ ଶୋଭା ପାଉଛି। ବର୍ତ୍ତମାନ ସହଦେବଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏହି ଜଙ୍ଗଲରେ ଠେକୁଆ, ଝିଙ୍କ, ବାର୍‌ହା ଆଦି ଜଙ୍ଗଲ ଜନ୍ତୁ ରହିଥିବା ଦେଖିବାକୁ ମିଳୁଛି। ଗ୍ରାମର ଉନ୍ନତି ପାଇଁ ଏବେ ଗଠନମୂଳକ କାର୍ଯ୍ୟ କରିଥିବା ସହଦେବ ଜଣେ ପ୍ରାଥମିକ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରି ବାଙ୍କିଆ ସରକାରୀ ଉଚ୍ଚ ବିଦ୍ୟାଳୟରୁ ନିକଟରେ ଅବସର ଗ୍ରହଣ କରିଛନ୍ତି। ଅବସର ପରେ ମଧ୍ୟ ଗଛ ଲଗାଇବା ନିଶା ତାଙ୍କୁ ‘ବୃକ୍ଷ ବନ୍ଧୁ’ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ କରାଇଛି। ଯୁବକ ସମୟରେ ଆରମ୍ଭ କରିଥିବା ବୀର ବିକ୍ରମ ବଳିଆର ସିଂହ ଯୁବକ ସଂଘ ଏହି ଲକ୍ଷ୍ୟ ପଥରେ ତାଙ୍କୁ ଆଗେଇ ନେଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri