ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ ପରେ ଏବେ ଉକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଛି। କମ୍ପାନୀକୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮୯ କୋଟି ଟଙ୍କାର କ୍ଷତି ହୋଇଥିଲା। ଋଣ କଥା ନ କହିଲେ ଭଲ। ଏହି କାରଣରୁ କମ୍ପାନୀ ଏପ୍ରିଲ ଦରମା ଦେବାକୁ ଅକ୍ଷମ। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଏକ ସର୍କୁଲାର ଜାରି କରାଯାଇଛି।

କମ୍ପାନୀର ଏହି ନିଷ୍ପତ୍ତି କର୍ମଚାରୀ ଏବଂ ସେମାନଙ୍କର ପରିବାର ଉପରେ ପ୍ରଭାବ ପକାଇବାକୁ ଯାଉଛି। ପିଲାଙ୍କ ସ୍କୁଲ ଫିସ୍‌, କୋଚିଂ କ୍ଲାସ୍‌ ପାଉଣା, ଇଏମ୍‌ଆଇ ଆଦି ଭରଣା ପାଇଁ ଅର୍ଥ କେଉଁଠୁ ଆସିବ ସେ ନେଇ ସେମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। କେନ୍ଦ୍ର ସରକାର ଗତବର୍ଷ ପଓ୍ବନହଂସକୁ ବିକ୍ରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମ୍ପାନୀ ଉପରେ ଏବେ ୨୩୦ କୋଟି ଟଙ୍କା ବ୍ୟତୀତ ଆହୁରି ବହୁ କୋଟି ଟଙ୍କାର ଋଣ ରହିଛି। ଆଗାମୀ ଦିନରେ ଏଥିଯୋଗୁ କମ୍ପାନୀର ଆର୍ଥିକ ସ୍ଥିତି ଆହୁରି ବିଗିଡି ଯିବ ବୋଲି କୁହାଯାଉଛି। ଯେକୌଣସି ପ୍ରକାରେ ପାଣ୍ଠି ଯୋଗାଡ କରି କର୍ମଚାରୀଙ୍କୁ ଦରମା ଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ଲାଗି ପ୍ରୟାସ ଜାରି ରହିଛି। କମ୍ପାନୀ ବୁଡ଼ି ଯିବାକୁ ବସିଥିଲେ ହେଁ ଏଥିରେ ସେମାନଙ୍କର ଦୋଷ କ’ଣ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। କମ୍ପାନୀ ମ୍ୟାନେଜମେଣ୍ଟର ଭୁଲ୍‌ ନୀତି କାରଣରୁ ଏହା ବୁଡ଼ିଯିବାକୁ ବସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥିତିରେ କର୍ମଚାରୀମାନେ ଅଦାଲତର ଦ୍ୱାରସ୍ଥ ହେବାକୁ ବିଚାର କରୁଛନ୍ତି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ରୋହିଣୀ ହେଲିପୋର୍ଟ(ଦିଲ୍ଲୀ)ରେ ୧୨୫ କୋଟି ଟଙ୍କାର ନିବେଶ ପଓ୍ବନହଂସର ଆର୍ଥିକ ସ୍ଥିତି ଖରାପ ହେବାର ମୂଳ କାରଣ। ହେଲିପୋର୍ଟ ଆରମ୍ଭ ହେବା ପରେ ବେଶ୍‌ କିଛି ଦିନ ଭଲରେ ଚାଲିଥିଲା। ପରେ ଏହାକୁ ବନ୍ଦ କରିଦିଆଗଲା। ଏବେ ଏଥିରୁ ଟଙ୍କାଟିଏ ଆୟ ହେଉନି। ତେବେ ପଓ୍ବନହଂସକୁ ବଞ୍ଚାଇବା ଲାଗି ଯଥାସମ୍ଭବ ପ୍ରୟାସ ଆରମ୍ଭ ହୋଇଛି। କମ୍ପାନୀ ଏବେ ଖର୍ଚ୍ଚକାଟ ପ୍ରକ୍ରିୟା ଆରମ୍ଭ କରିଛି। କର୍ମଚାରୀଙ୍କୁ ଓଭରଟାଇମ ପାଇଁ ଆଉ ଅତିରିକ୍ତ ଅର୍ଥ ଦିଆଯାଉ ନାହିଁ। ଡ୍ୟୁଟି ଟାଇମରେ କାମରେ ହେଳା କରି ବହୁ କର୍ମଚାରୀ ଓଭରଟାଇମ ନେଉଥିବା ଦେଖାଯାଇଛି। ଏଭଳି ସ୍ଥିତିରେ କର୍ମଚାରୀ ଓଭରଟାଇମକୁ ବନ୍ଦ କରିଦେଇଛି।

କେବଳ ଟେକ୍ନିକାଲ ଷ୍ଟାଫ ହିଁ ଓଭରଟାଇମ କରିପାରିବେ। ଦେଶର ବହୁ ସ୍ଥାନରେ ଥିବା ହେଲିପୋର୍ଟରୁ କମ୍ପାନୀ ଗୋଟିଏ ହେଲେ ଟଙ୍କା ଆୟ କରୁନି। ସାଧାରଣ ନିର୍ବାଚନ ସମୟରେ ଘରୋଇ କମ୍ପାନୀଙ୍କ ସମସ୍ତ ହେଲିକପ୍ଟର ବୁକ୍‌ ହୋଇଥିବା ବେଳେ ପଓ୍ବନହଂସର ଅଧିକାଂଶ ହେଲିକପ୍ଟର ଛିଡା ହୋଇରହିଛି। ଏଗୁଡ଼ିକର ଅଧିକାଂଶ ଖରାପ ସ୍ଥିତିରେ ରହିବା ମୁଖ୍ୟ କାରଣ ହୋଇଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଦରମା କେବେ ମିଳିବ ତାହା କେହି ଜାଣିନାହାନ୍ତି। ତେବେ ଏଥିପାଇଁ ପ୍ରୟାସ ହେଉଥିବା ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?