ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ: ସେପ୍ଟେମ୍ବର ପହିଲାରୁ ହେବ ଲାଗୁ

ମୁମ୍ବାଇ,୬-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ(ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ନୂଆ ଆଡଭାଇଜାରୀ ଜାରି କରାଯାଇଛି। ଯାହାକୁ ଏବେ କୋଅପରେଟିଭ ବ୍ୟାଙ୍କ ମଧ୍ୟ ପାଳନ କରିବାକୁ ବାଧ୍ୟ ରହିବେ। ବେସିକ୍‌ ସେଭିଙ୍ଗ୍‌ସ ବ୍ୟାଙ୍କ ଡିପୋଜିଟ(ବିଏସ୍‌ବିଡି) ବା ଜନଧନ ଖାତା ଯେକୌଣସି ବ୍ୟାଙ୍କରେ ଖୋଲାଯାଇପାରିବ। ଏହାକୁ ମଧ୍ୟ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଉଛି।

ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ନୂଆ ସୁବିଧା ନେବା ଲାଗି ଜିରୋ ବାଲାନ୍ସ ଖାତାଧାରୀଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ। ମିିନିମମ୍‌ ବା ସର୍ବନିମ୍ନ ବାଲାନ୍ସ ବା ଜମା ରଖିବାକୁ ଚାହୁଁ ନଥିବା ଏବଂ ମାସକୁ ୪ ଥରରୁ କମ୍‌ କାରବାର କରୁଥିବା ବ୍ୟକ୍ତି ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରି କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀ ଏଣିକି ବ୍ୟାଙ୍କ ଶାଖା ବ୍ୟତୀତ ଏଟିଏମ୍‌ ଓ କ୍ୟାଶ ଜମା ମେଶିନ ଜରିଆରେ ଅର୍ଥ ଜମା କରିପାରିବେ। ଏଭଳି ଆକାଉଣ୍ଟରେ ଫଣ୍ଡ ଟ୍ରାନ୍ସଫର ଅଥବା ୟୁପିଆଇ ଜରିଆରେ ଅର୍ଥ ଜମା କରାଯାଇପାରିବ। ମାସକରେ ଏକାଧିକ ଥର ଏହା କରାଯିବାରେ ବାଧା ନାହିଁ। ଏଭଳି ଖାତାଧାରୀ ପ୍ରତି ମାସରେ ଏଟିଏମ୍‌ ସହିତ ୪ ଥର ଟଙ୍କା କାଢ଼ିପାରିବେ। ସେମାନଙ୍କୁ ଡେବିଟ କାର୍ଡ ମିଳିବ। ବ୍ୟାଙ୍କ ଏଭଳି ଗ୍ରାହକଙ୍କୁ ଚେକ୍‌ ବହି ମଧ୍ୟ ଜାରି କରିବାରେ ଅସୁବିଧା ନାହିଁ। ତେବେ ଚେକ୍‌ ବହି ଜାରି କରିବା ଆଳରେ ବ୍ୟାଙ୍କ ସେମାନଙ୍କ ଜିରୋ ବାଲାନ୍ସ ଆକାଉଣ୍ଟକୁ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟକୁ ବଦଳାଇପାରିବେ ନାହିଁ। ନିୟମ କୋହଳ କରିବାର ଲାଭ ଯେପରି ପ୍ରତ୍ୟେକ ଗ୍ରାହକ ପାଇପାରିବେ ସେ ଦିଗରେ ବ୍ୟାଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ବର୍ତ୍ତମାନ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଚେକ୍‌ ବହି ଭଳି ଅତିରିକ୍ତ ସୁବିଧା ନେବା ପାଇଁ ବ୍ୟାଙ୍କ ସେମାନଙ୍କ ଆକାଉଣ୍ଟକୁ ସେଭିଙ୍ଗ୍‌ସ ଆକାଉଣ୍ଟରେ ବଦଳାଇ ଦେଉଛନ୍ତି। ଏହାଛଡା ଅନ୍ୟ ସୁବିଧା ଦେବା ଆଳରେ ସେମାନଙ୍କଠାରୁ ଚାର୍ଜ ଅସୁଲ କରାଯାଉଛି। ଆଡ୍‌ଭାଇଜରୀରେ କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ କେତେକ ନିଶ୍ଚିତ ସୁବିଧା ମାଗଣା ପ୍ରଦାନ କରିବାକୁ ହେବ। ସେହିପରି କୌଣସି ଶୁଳ୍କ ନ ନେଇ ବ୍ୟାଙ୍କ ସେମାନଙ୍କୁ ଚେକ୍‌ ବହି ଜାରି କରିବାକୁ ବାଧ୍ୟ ହେବ। ସେମାନଙ୍କୁ ସର୍ବନିମ୍ନ ଜମା ରଖିବା ଲାଗି ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri