ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ: ସେପ୍ଟେମ୍ବର ପହିଲାରୁ ହେବ ଲାଗୁ

ମୁମ୍ବାଇ,୬-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ(ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ନୂଆ ଆଡଭାଇଜାରୀ ଜାରି କରାଯାଇଛି। ଯାହାକୁ ଏବେ କୋଅପରେଟିଭ ବ୍ୟାଙ୍କ ମଧ୍ୟ ପାଳନ କରିବାକୁ ବାଧ୍ୟ ରହିବେ। ବେସିକ୍‌ ସେଭିଙ୍ଗ୍‌ସ ବ୍ୟାଙ୍କ ଡିପୋଜିଟ(ବିଏସ୍‌ବିଡି) ବା ଜନଧନ ଖାତା ଯେକୌଣସି ବ୍ୟାଙ୍କରେ ଖୋଲାଯାଇପାରିବ। ଏହାକୁ ମଧ୍ୟ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଉଛି।

ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ନୂଆ ସୁବିଧା ନେବା ଲାଗି ଜିରୋ ବାଲାନ୍ସ ଖାତାଧାରୀଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ। ମିିନିମମ୍‌ ବା ସର୍ବନିମ୍ନ ବାଲାନ୍ସ ବା ଜମା ରଖିବାକୁ ଚାହୁଁ ନଥିବା ଏବଂ ମାସକୁ ୪ ଥରରୁ କମ୍‌ କାରବାର କରୁଥିବା ବ୍ୟକ୍ତି ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରି କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀ ଏଣିକି ବ୍ୟାଙ୍କ ଶାଖା ବ୍ୟତୀତ ଏଟିଏମ୍‌ ଓ କ୍ୟାଶ ଜମା ମେଶିନ ଜରିଆରେ ଅର୍ଥ ଜମା କରିପାରିବେ। ଏଭଳି ଆକାଉଣ୍ଟରେ ଫଣ୍ଡ ଟ୍ରାନ୍ସଫର ଅଥବା ୟୁପିଆଇ ଜରିଆରେ ଅର୍ଥ ଜମା କରାଯାଇପାରିବ। ମାସକରେ ଏକାଧିକ ଥର ଏହା କରାଯିବାରେ ବାଧା ନାହିଁ। ଏଭଳି ଖାତାଧାରୀ ପ୍ରତି ମାସରେ ଏଟିଏମ୍‌ ସହିତ ୪ ଥର ଟଙ୍କା କାଢ଼ିପାରିବେ। ସେମାନଙ୍କୁ ଡେବିଟ କାର୍ଡ ମିଳିବ। ବ୍ୟାଙ୍କ ଏଭଳି ଗ୍ରାହକଙ୍କୁ ଚେକ୍‌ ବହି ମଧ୍ୟ ଜାରି କରିବାରେ ଅସୁବିଧା ନାହିଁ। ତେବେ ଚେକ୍‌ ବହି ଜାରି କରିବା ଆଳରେ ବ୍ୟାଙ୍କ ସେମାନଙ୍କ ଜିରୋ ବାଲାନ୍ସ ଆକାଉଣ୍ଟକୁ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟକୁ ବଦଳାଇପାରିବେ ନାହିଁ। ନିୟମ କୋହଳ କରିବାର ଲାଭ ଯେପରି ପ୍ରତ୍ୟେକ ଗ୍ରାହକ ପାଇପାରିବେ ସେ ଦିଗରେ ବ୍ୟାଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ବର୍ତ୍ତମାନ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଚେକ୍‌ ବହି ଭଳି ଅତିରିକ୍ତ ସୁବିଧା ନେବା ପାଇଁ ବ୍ୟାଙ୍କ ସେମାନଙ୍କ ଆକାଉଣ୍ଟକୁ ସେଭିଙ୍ଗ୍‌ସ ଆକାଉଣ୍ଟରେ ବଦଳାଇ ଦେଉଛନ୍ତି। ଏହାଛଡା ଅନ୍ୟ ସୁବିଧା ଦେବା ଆଳରେ ସେମାନଙ୍କଠାରୁ ଚାର୍ଜ ଅସୁଲ କରାଯାଉଛି। ଆଡ୍‌ଭାଇଜରୀରେ କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ କେତେକ ନିଶ୍ଚିତ ସୁବିଧା ମାଗଣା ପ୍ରଦାନ କରିବାକୁ ହେବ। ସେହିପରି କୌଣସି ଶୁଳ୍କ ନ ନେଇ ବ୍ୟାଙ୍କ ସେମାନଙ୍କୁ ଚେକ୍‌ ବହି ଜାରି କରିବାକୁ ବାଧ୍ୟ ହେବ। ସେମାନଙ୍କୁ ସର୍ବନିମ୍ନ ଜମା ରଖିବା ଲାଗି ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri