ଛେଣ୍ଡିପଦାରେ ଦନ୍ତା ତାଣ୍ଡବ: କଲେଜ ପାଚେରି ଭାଙ୍ଗିଲା, ବର୍ତ୍ତିଲେ ଜଗୁଆଳି

ଛେଣ୍ଡିପଦା,୧୯ା୭ (ସ୍ବ.ପ୍ର./ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସନ୍ତରାବନ୍ଧ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ୩ଟି ହାତୀ ଉପଦ୍ରବ କରିବା ସହ ସ୍ଥାନୀୟ ମହର୍ଷି ମହାବିଦ୍ୟାଳୟ ପାଚେରି ଭାଙ୍ଗି ଦେଇଛନ୍ତି। ଏଥିସହ ଅନ୍ୟ ଏକ କୋଠରି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହି ସମୟରେ କଲେଜର ରାତ୍ର ଜଗୁଆଳ ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ହାତୀ ପାଚେରି ଭାଙ୍ଗିବା ଶବ୍ଦ ଶୁଣି ଜଗୁଆଳି ମଦନ ସାହୁ ଉଠି ବାହାରକୁ ଆସିବା ପରେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ସେଠାରୁ ଜୀବନ ବିକଳରେ ଗ୍ରାମ ମଧ୍ୟକୁ ଦୌଡି ଆସିବାରେ ସକ୍ଷମ ହୋଇଥିଲେ। ଗ୍ରାମବାସୀ ସେଠାରେ ପହଞ୍ଚି ହାତୀ ଘଉଡାଇଥିଲେ। ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ଏହି ପାଚେରି ନିର୍ମାଣ କରାଯାଇଥିଲା ବୋଲି କଲେଜ ଅଧ୍ୟକ୍ଷ ପଞ୍ଚୁନାଥ ପ୍ରଧାନ ପ୍ରକାଶ କରିଛନ୍ତି। ସ୍ଥାନୀୟ ଫରେଷ୍ଟ ରେଞ୍ଜ ଅଫିସରଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ତୁରନ୍ତ ବନବିଭାଗ ମହାବିଦ୍ୟାଳୟର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରନାସନାଲ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର କନ୍ୟା ‘ଶ୍ରେୟାଶିଂ’: ୨୫ ସେକେଣ୍ଡରେ….

ସାକ୍ଷୀଗୋପାଳ,୨।୫(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଯୋଗୁ ଅଢ଼େଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ ବୁକ୍ସ…

ବାଇକ୍‌ରେ ଯାଉଥିବା ବେଳେ ଉପରେ ପଡ଼ିଲା ତାଳ ଗଛ: ଚାଲିଗଲା ଯୁବକଙ୍କ ଜୀବନ,ଖବର ପାଇ ବିଷ ପିଇଦେଲେ ସ୍ତ୍ରୀ

ଯାଜପୁର,୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବଡଚଣା ବଡ଼ବାଲିକିୁଦା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତାଳଗଛ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ମେ’ ୪ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଉପକୃତ ହେବେ…

ଭୁବନେଶ୍ୱର,୨।୫: ରାଜ୍ୟର ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର…

ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ: ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର,୨।୩: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ,…

ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ,କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଜଣାଇଲେ ଶୁଭେଚ୍ଛା  

ନୂଆଦିଲ୍ଲୀ,୨।୫: ପ୍ରସିଦ୍ଧ ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।…

ଇରାନ ମାଟିରେ କେଉଁଠୁ ଆସିଲା ଏତେ ବୋମା? ଯାହାକୁ ଡିଫ୍ୟୁଜ କରୁକରୁ ଗଲା ୧୪ IRGC ବୈଜ୍ଞାନିକଙ୍କ ଜୀବନ

ତେହରାନ,୨।୫: ଇରାନର ଜାଞ୍ଜାନ ପ୍ରଦେଶରେ ଏକ ବଡ଼ ସାମରିକ ଅଭିଯାନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ…

T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା…

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଶୁଭଶ୍ରୀ-ଆଶୁତୋଷ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଏହିଭଳି ଭଞ୍ଜନଗର ସହରରେ ଥିବା ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri