ଚିଲିକାରେ ଡଲଫିନ୍‌ ଗଣନା ଆଜି, ଗଠନ ହୋଇଛି ୧୮ ଦଳ

ବାଲୁଗାଁ,୧୯ା୧(ଡି.ଏନ୍‌.ଏ.): ସମଗ୍ର ଚିଲିକାରେ ରବିବାର ବିରଳ ‘ଇରାଓ୍ବାଡି’ ପ୍ରଜାତିର ଡଲଫିନ୍‌ ଗଣନା କରାଯିବ। ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ସିଡିଏର ମିଳିତ ଆନୁକୂଲ୍ୟରେ ଏହି ଗଣନା କାର୍ଯ୍ୟ ହେଉଛି। ଏଥିପାଇଁ ବିଭାଗ ପକ୍ଷରୁ ଶନିବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ଗଣନାକାରୀଙ୍କୁ ସବିଶେଷ ତାଲିମ ଦିଆଯାଇଛି। ଗଣନା ପାଇଁ ମୋଟ ୧୮ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ୪ଜଣ ଲେଖାଏ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ରହିବେ। ୧୮ଟି ଡଙ୍ଗା ସମେତ ସମସ୍ତ ଦଳକୁ ଜିପିଏସ୍‌, ବାଇନାକୁଲାର, ଓ୍ବାକିଟକି ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି ବୋଲି ବନ୍ୟପ୍ରାଣୀ ବିଭାଗୀୟ ଡିଏଫ୍‌ଓ ଆଲୋକ କୁମାର ହୋତା ସୂଚନା ଦେଇଛନ୍ତି। ରବିବାର ଭୋର୍‌ ୬ଟାରୁ ୧୨ଟା ମଧ୍ୟରେ ଏହି ଗଣନା ହେବ। ଡଲଫିନ୍‌ ଚଳପ୍ରଚଳ ଅଞ୍ଚଳରେ ଡଙ୍ଗା ସରଳରେଖାରେ ଗତି କରିବ। ଏହି ସମୟରେ ଉଭୟ ପାର୍ଶ୍ୱରେ ଦୃଷ୍ଟିଗୋଚର ଡଲଫିନ୍‌ଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ସମଗ୍ର ଚିଲିକାକୁ ୩ଟି ସେକ୍ଟର ତଥା କେନ୍ଦ୍ରୀୟ, ଦକ୍ଷିଣ ଓ ବାହ୍ୟ ଆଦି ଅଞ୍ଚଳରେ ବିଭକ୍ତ କରାଯାଇଥାଏ। ସର୍ବାଧିକ ସଂଖ୍ୟାରେ ଡଲଫିନ୍‌ ଦୃଷ୍ଟିଗୋଚର ହେଉଥିବା ଅଞ୍ଚଳ ସାତପଡ଼ା, ଜହ୍ନିକୁଦା ଓ ସାତପଡ଼ାଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ କେନ୍ଦ୍ରୀୟ ସେକ୍ଟରରେ ଅନ୍ତର୍ଭୁକ୍ତ। ସେହିପରି ନଳବଣ ପାର୍ଶ୍ୱ ଚିଲିକା, ବାଲୁଗଁା ଓ କାଳିଜାଈ ଅଞ୍ଚଳ ଦକ୍ଷିଣ ସେକ୍ଟର ଅନ୍ତର୍ଭୁକ୍ତ ଅଟେ। ପ୍ରକାଶଥାଉ କି, ବିଗତ ବର୍ଷରେ ସମଗ୍ର ଚିଲିକାରେ ଏହି ବିରଳ ଇରାଓ୍ବାଡ଼ି ପ୍ରଜାତିର ଡଲଫିନ୍‌ ୧୬୦ରୁ ଊର୍ଦ୍ଧ୍ୱ ଦେଖାଯାଇଥିଲା। କ୍ରମଶଃ ଏହି ସଂଖ୍ୟା ହ୍ରାସ ପାଇ ଗତବର୍ଷ ୧୨୧ରେ ପହଞ୍ଚିଥିଲା। ବେଆଇନ ଘେରି, ଜାଲ ଓ ଡଙ୍ଗା ଫ୍ୟାନ୍‌ରେ ଛନ୍ଦିହୋଇ ଡଲଫିନ୍‌ ମୃତ୍ୟୁବରଣ କରୁଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?