ଚିଲିକାରେ ଡଲଫିନ୍‌ ଗଣନା ଆଜି, ଗଠନ ହୋଇଛି ୧୮ ଦଳ

ବାଲୁଗାଁ,୧୯ା୧(ଡି.ଏନ୍‌.ଏ.): ସମଗ୍ର ଚିଲିକାରେ ରବିବାର ବିରଳ ‘ଇରାଓ୍ବାଡି’ ପ୍ରଜାତିର ଡଲଫିନ୍‌ ଗଣନା କରାଯିବ। ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ସିଡିଏର ମିଳିତ ଆନୁକୂଲ୍ୟରେ ଏହି ଗଣନା କାର୍ଯ୍ୟ ହେଉଛି। ଏଥିପାଇଁ ବିଭାଗ ପକ୍ଷରୁ ଶନିବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ଗଣନାକାରୀଙ୍କୁ ସବିଶେଷ ତାଲିମ ଦିଆଯାଇଛି। ଗଣନା ପାଇଁ ମୋଟ ୧୮ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ୪ଜଣ ଲେଖାଏ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ରହିବେ। ୧୮ଟି ଡଙ୍ଗା ସମେତ ସମସ୍ତ ଦଳକୁ ଜିପିଏସ୍‌, ବାଇନାକୁଲାର, ଓ୍ବାକିଟକି ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି ବୋଲି ବନ୍ୟପ୍ରାଣୀ ବିଭାଗୀୟ ଡିଏଫ୍‌ଓ ଆଲୋକ କୁମାର ହୋତା ସୂଚନା ଦେଇଛନ୍ତି। ରବିବାର ଭୋର୍‌ ୬ଟାରୁ ୧୨ଟା ମଧ୍ୟରେ ଏହି ଗଣନା ହେବ। ଡଲଫିନ୍‌ ଚଳପ୍ରଚଳ ଅଞ୍ଚଳରେ ଡଙ୍ଗା ସରଳରେଖାରେ ଗତି କରିବ। ଏହି ସମୟରେ ଉଭୟ ପାର୍ଶ୍ୱରେ ଦୃଷ୍ଟିଗୋଚର ଡଲଫିନ୍‌ଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ସମଗ୍ର ଚିଲିକାକୁ ୩ଟି ସେକ୍ଟର ତଥା କେନ୍ଦ୍ରୀୟ, ଦକ୍ଷିଣ ଓ ବାହ୍ୟ ଆଦି ଅଞ୍ଚଳରେ ବିଭକ୍ତ କରାଯାଇଥାଏ। ସର୍ବାଧିକ ସଂଖ୍ୟାରେ ଡଲଫିନ୍‌ ଦୃଷ୍ଟିଗୋଚର ହେଉଥିବା ଅଞ୍ଚଳ ସାତପଡ଼ା, ଜହ୍ନିକୁଦା ଓ ସାତପଡ଼ାଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ କେନ୍ଦ୍ରୀୟ ସେକ୍ଟରରେ ଅନ୍ତର୍ଭୁକ୍ତ। ସେହିପରି ନଳବଣ ପାର୍ଶ୍ୱ ଚିଲିକା, ବାଲୁଗଁା ଓ କାଳିଜାଈ ଅଞ୍ଚଳ ଦକ୍ଷିଣ ସେକ୍ଟର ଅନ୍ତର୍ଭୁକ୍ତ ଅଟେ। ପ୍ରକାଶଥାଉ କି, ବିଗତ ବର୍ଷରେ ସମଗ୍ର ଚିଲିକାରେ ଏହି ବିରଳ ଇରାଓ୍ବାଡ଼ି ପ୍ରଜାତିର ଡଲଫିନ୍‌ ୧୬୦ରୁ ଊର୍ଦ୍ଧ୍ୱ ଦେଖାଯାଇଥିଲା। କ୍ରମଶଃ ଏହି ସଂଖ୍ୟା ହ୍ରାସ ପାଇ ଗତବର୍ଷ ୧୨୧ରେ ପହଞ୍ଚିଥିଲା। ବେଆଇନ ଘେରି, ଜାଲ ଓ ଡଙ୍ଗା ଫ୍ୟାନ୍‌ରେ ଛନ୍ଦିହୋଇ ଡଲଫିନ୍‌ ମୃତ୍ୟୁବରଣ କରୁଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri