Posted inଭଦ୍ରକ

ଗୋପାଳନ ସବ୍‌ସିଡି ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୦।୧୨- ଗୋପାଳନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବା ପାଇଁ ସମବାୟ ସମିତି ମାଧ୍ୟମରେ ଋଣ ଯୋଗାଇ ଦେଉଛନ୍ତି। ଚାଷୀମାନେ ଋଣ ନେଇ କିସ୍ତି ପରିଶୋଧ କରୁଥିଲେ ମଧ୍ୟ ସରକାର ଦେଉଥିବା ସବ୍‌ସିଡି ଟଙ୍କା ମିଳୁନାହିଁ। ଫଳରେ ସରକାରଙ୍କ ଯୋଜନା ବାଟବଣା ହୋଇପଡ଼ିଛି। ଭଦ୍ରକ ଜିଲା ଧାମନଗର ବ୍ଲକର ୨ଜଣ ଚାଷୀ ସମବାୟ ସମିତି ମାଧ୍ୟମରେ ଋଣ ନେଇ ପରିଶୋଧ କରିବାର ୫ ବର୍ଷ ବିତିଥିଲେ ବି ଏଯାଏ ସବ୍‌ସିଡି ପାଇନାହାନ୍ତି। ଏ ସମ୍ପର୍କରେ ସନ୍ତୋଷ ମହାପାତ୍ର ନାମକ ଜଣେ ସ୍ଥାନୀୟ ଯୁବକ ରବିବାର ଟୁଇଟରରେ ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ଟୁଇଟ୍‌ର ପ୍ରତ୍ୟୁତ୍ତର ଦେଇ ରବିବାର ବିଳମ୍ବିତ ରାତି ୨ଟାରେ ଭଦ୍ରକ ଜିଲାପାଳ ଏବଂ ପରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦର୍ଶାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଗାଁର ଗଣେଶ ପ୍ରସାଦ ସେଠୀ ଓ ପ୍ରଭାତୀ ରାଉତ ନାମକ ଦୁଇଜଣ ଚାଷୀ ସ୍ଥାନୀୟ ଶ୍ରୀଜଗନ୍ନାଥ ସେବା ସମବାୟ ସମିତିରୁ ୨୦୧୫ ମାର୍ଚ୍ଚରେ ଗୋପାଳନ ପାଇଁ ଜଣ ପିଛା ୧ ଲକ୍ଷ ୮୦ ହଜାର ଟଙ୍କା ଲେଖାଏ ଋଣ ନେଇଥିଲେ। ସରକାରୀ ନିୟମ ଅନୁଯାୟୀ ୬ ମାସ ଋଣ ପରିଶୋଧ କରିବା ପରେ ସବ୍‌ସିଡି ବାବଦ ଟଙ୍କା ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କ ଜମାଖାତାକୁ ଆସିବା କଥା। କିନ୍ତୁ ବ୍ୟାଙ୍କ କର୍ମଚାରୀ ଓ ସମବାୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ୫ ବର୍ଷ ବିତିଯାଇଥିଲେ ବି ସେମାନେ ଟଙ୍କା ପାଇପାରି ନାହାନ୍ତି। ସେମାନେ ବ୍ୟାଙ୍କ ଓ ସମବାୟ ସମିତିକୁ ବାରମ୍ବାର ଧାଇଁ କୌଣସି ସୂଚନା କି ତଥ୍ୟ ନ ପାଇବାରୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ଅଧିକାରୀ ଓ ଜିଲା ପ୍ରଶାସନକୁ ଜଣାଇଥିଲେ। ଏହାସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା। ଏବେ ଟୁଇଟରରେ ଅଧିକାରୀଙ୍କ ପୁନଃ ଦୃଷ୍ଟି ଆକର୍ଷଣ କରି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ଗଣେଶ ଓ ପ୍ରଭାତୀ ଧାରଣା ଦେବା ସହ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଧାମନଗରସ୍ଥିତ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ମ୍ୟାନେଜର ବିଚିତ୍ରାନନ୍ଦ ସାହୁଙ୍କୁ ପଚାରିବାରୁ କହିଛନ୍ତି, ବ୍ୟାଙ୍କର ଭୁଲ୍‌ ପାଇଁ ପ୍ରାୟ ୭ରୁ ୮ଜଣ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆବେଦନ ତାରିଖ ଶେଷ ହୋଇଯାଇଥିବାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri