ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅବ୍ୟବସ୍ଥା: ମିଳିନି ଡିସେମ୍ବର ଟଙ୍କା

ପରଜଙ୍ଗ, ୩।୧(ଡି.ଏନ.ଏ.) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ ନ ଥମୁଣୁ ପରଜଙ୍ଗ ବ୍ଲକରେ ଏବେ ଭତ୍ତା ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗେଙ୍ଗୁଟିଆ ପଞ୍ଚାୟତର ହିତାଧିକାରୀଙ୍କୁ ଡିସେମ୍ବର ମାସର ଭତ୍ତା ମିଳିନାହିଁ। ଭତ୍ତା ବାବଦ ଟଙ୍କା ଜଏଣ୍ଟ ଆକାଉଣ୍ଟରୁ ଉଠାଯାଇଥିବାବେଳେ ବଣ୍ଟା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଅଭିଯୋଗ ହେବା ପରେ ବିଡିଓ ସମ୍ପୃକ୍ତ ପଞ୍ଚାୟତର ପିଇଓଙ୍କୁ ଗତ ୧୫ ତାରିଖରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ହେଲେ ଅଦ୍ୟାବଧି ଏହାର ଉତ୍ତର ମିଳିନାହିଁ। ଅନ୍ୟପଟେ ଏଥିରେ ଘୋଟାଲା ହୋଇଥିବା ସନ୍ଦେହ କରି ଭତ୍ତାରୁ ବଞ୍ଚତ୍ତ ହିତାଧିକାରୀ ଜିଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।
ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ସରକାରୀ ଗାଇଡ୍‌ ଲାଇନ ରହିଛି। ପ୍ରତି ମାସ ୧୫ ତାରିଖରେ ଭତ୍ତା ବଣ୍ଟନ କରାଯାଉଛି। ଏହା ପୂର୍ବରୁ ସରପଞ୍ଚ ଏବଂ ପିଇଓଙ୍କ ଜଏଣ୍ଟ ଆକାଉଣ୍ଟକୁ ବ୍ଲକ ପ୍ରଶାସନ ପକ୍ଷରୁ ଟଙ୍କା ଆସିଥାଏ। ଉଭୟେ ଦସ୍ତଖତ କରି ଟଙ୍କା ଉଠାଇଥାନ୍ତି। ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ଡିସେମ୍ବର ୧୫ ପୂର୍ବରୁ ବ୍ଲକ କର୍ତ୍ତୃପକ୍ଷ ୨ ଲକ୍ଷ ୫୦ ହଜାର ଟଙ୍କା ପୈଠ କରିଥିଲେ। ଏହାକୁ ସରପଞ୍ଚ ସୀମାନ୍ତ କୁମାର ଜେନା ଏବଂ ପିଇଓ ବାବୁଲାଲ ବାରିକ ଉଠାଇଥିଲେ। ହେଲେ ଅଦ୍ୟାବଧି ହିତାଧିକାରୀଙ୍କୁ ଟଙ୍କା ଦିଆଯାଇନାହିଁ। ଫଳରେ ୬ଶହରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ, ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଟଙ୍କା ଯଦି ଉଠାଯାଇଛି, ତେବେ କାହିଁକି ବଣ୍ଟାଯାଇନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ଏ ନେଇ ପିଇଓ କୁହନ୍ତି, ଉଠାଯାଇଥିବା ଭତ୍ତା ଟଙ୍କା ସୁରକ୍ଷିତ ଅଛି। ସେ ଅସୁସ୍ଥ ଅଛନ୍ତି। ତେଣୁ ଟଙ୍କା ବଣ୍ଟା ଯାଇପାରିନାହିଁ। ଶୁକ୍ରବାର ଭତ୍ତା ବଣ୍ଟାଯିବ। ହେଲେ ଅସୁସ୍ଥତା କାରଣରୁ ଛୁଟି ନେଇଛନ୍ତି କି ବୋଲି ପଚାରିବାରେ ସେ ଏମିତି ରହିଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ସେହିପରି ସରପଞ୍ଚ କୁହନ୍ତି, ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ପ୍ରତିମାସରେ ୩ ଲକ୍ଷ ୨୦ ହଜାର ଟଙ୍କା ଆବଶ୍ୟକ। ବ୍ଲକ ପ୍ରଶାସନ ପକ୍ଷରୁ ସାଢ଼େ ୨ ଲକ୍ଷ ଟଙ୍କା ଦିଆଯାଇଛି। ଏହା କମ୍‌ ପଡ଼ିବ। ତେଣୁ ଟଙ୍କା ବଣ୍ଟାଯାଇନାହିଁ। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ପିଇଓ ଭତ୍ତା ବଣ୍ଟନ ବାବଦ ୟୁସିକୁ ଠିକ୍‌ ଭାବେ ପ୍ରଦାନ କରୁନାହାନ୍ତି। କେତେ ଟଙ୍କା ବଳିଛି ତାହାର ହିସାବ ଦେଉନାହାନ୍ତି। ତେଣୁ ୩ଲକ୍ଷ ୨୦ ହଜାର ପରିବର୍ତ୍ତେ ୨ ଲକ୍ଷ ୫୦ ଦିଆଯାଇଛି। ନିଅଣ୍ଟ ହେଲେ ପୁନର୍ବାର ପ୍ରଦାନ କରିବାକୁ କୁହାଯାଇଛି। ଗତ ୧୫ ତାରିଖରୁ ପିଇଓ କାର୍ଯ୍ୟାଳୟକୁ ଆସୁନାହାନ୍ତି। ବିନା କାରଣରେ ଛୁଟିରେ ଅଛନ୍ତି। ଫୋନ୍‌ ଉଠାଉନାହାନ୍ତି। ଭତ୍ତା ଟଙ୍କା ବଣ୍ଟନ ହୋଇ ନ ଥିବା ଅଭିଯୋଗ ହେବାପରେ ପତ୍ର ସଂଖ୍ୟା ୨୩୯୧ ଅନୁଯାୟୀ ଡିସେମ୍ବର ୩୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ହେଲେ ଏହାର ଉତ୍ତର ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି। ପୂର୍ବରୁ ମଧ୍ୟ ପିଇଓଙ୍କ ନାମରେ କାର୍ଯ୍ୟରେ ଅବହେଳା ଅଭିଯୋଗ ଆସିଥିଲା। ତାଙ୍କ ଦରମା ବନ୍ଦ କରାଯାଇଛି। ଏ ନେଇ ପିଡି ଡିଆର୍‌ଡିଏ, ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ବାରମ୍ବାର ପଞ୍ଚାୟତ ଭତ୍ତା ସମେତ ଅନ୍ୟ କାମରେ ଅନିୟମିତତା ହେଉଥିବା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ବ୍ଲକ ଏବଂ ଜିଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହିତାଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri