ଗୀତିନାଟ୍ୟରୁ ଦଣ୍ଡନୃତ୍ୟ ଯାଏ : ଚରିତ୍ରରେ ଚମକ ଭରିଛନ୍ତି ଅକ୍ଷୟ

ବଅଁରପାଳ,୨୩।୬ – କେବେ ବ୍ରହ୍ମା ତ କେବେ ବିଷ୍ଣୁ, ପୁଣି କେବେ ମହେଶ୍ୱର ବେଶରେ ଆସିଛନ୍ତି ଦର୍ଶକଙ୍କ ଆଗକୁ। କେତେବେଳେ ରାଜା, ମନ୍ତ୍ରୀ ସାଜିଛନ୍ତି ଗୀତିନାଟ୍ୟରେ। ବାଇଧନ, ଶିବ, ବିଣାକାରିଆ ଓ ବାବାଜୀ ଭୂମିକା ନିଭାଇଛନ୍ତି ଦଣ୍ଡନୃତ୍ୟରେ। ଦୀର୍ଘ ୩୦ ବର୍ଷ ମଧ୍ୟରେ ଏପରି ଶତାଧିକ ଚରିତ୍ରରେ ଅଭିନୟ କରି ନିଜ ଚମକ ଦେଖାଇଛନ୍ତି ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଅକ୍ଷୟ ଜେନା (୫୨)।
ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟର କାର୍ବନ ଏରିଆ ଗ୍ରୀନ ଆନର୍ଡର ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରୁଥିବା ଅକ୍ଷୟଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା ସ୍କୁଲରୁ। ସପ୍ତମରେ ପଢ଼ୁଥିବାବେଳେ କଳା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ସ୍କୁଲସ୍ତରୀୟ ଅନେକ ଗୀତିନାଟ୍ୟ ଓ ଡ୍ରାମାରେ ସେ ଅଭିନୟ କରିଥିଲେ। ହେଲେ ଅସଲ କଳାକାର ଜୀବନ ଆରମ୍ଭ ହୋଇଥିଲା ୧୯୯୦ରୁ। କୁଲାଡ଼ ମା’ କାଳୀ ଦଣ୍ଡ ଅନୁଷ୍ଠାନରେ ସେ ସାମିଲ ହୋଇ ଗୀତିନାଟ୍ୟରେ ଅଭିନୟ କରିଥିଲେ। କେତେବେଳେ ତାଙ୍କୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରିବାକୁ ପଡ଼ୁଥିଲା ତ ପୁଣି କେବେ ଯୁଧିଷ୍ଠିର, ଅର୍ଜୁନ ହେବାକୁ ପଡ଼ୁଥିଲା। ଦାରୁ ଦେବତା, ଭୂତକିଳି, ନାବକେଳି, ଗଣ୍ଡାବଧ, ଜୟଦ୍ରଥ ବଧ, କୀଚକ ବଧ, ଲକ୍ଷ୍ମୀପୁରାଣ ଆଦି ଶତାଧିକ ଗୀତିନାଟ୍ୟରେ ସେ ଅଭିନୟ କରିଛନ୍ତି। ଅନୁଷ୍ଠାନର କଳାକାରମାନଙ୍କ ସହ ସେ ଗଁ। ଗଁ। ବୁଲି ନାଟକ ପରିବେଷଣ କରିଛନ୍ତି। ସେ ଯେଉଁ ଚରିତ୍ରରେ ଅଭିନୟ କରନ୍ତି ତାଙ୍କୁ ତାହା ବେଶ୍‌ ମାନିଥାଏ। ସେଥିପାଇଁ ଅନୁଷ୍ଠାନର ସବୁ ଗୀତିନାଟ୍ୟ, ନାଟକରେ ତାଙ୍କ ଅଭିନୟକୁ ପ୍ରଶଂସା ମିଳେ। ଦିନରେ ପ୍ଲାଣ୍ଟରେ କାର୍ଯ୍ୟ କରିବା ପରେ ରାତିରେ ମୁହଁରେ ରଙ୍ଗମାରି ସେ କଳା ପ୍ରଦର୍ଶନ କରିଥାନ୍ତି। ଗୀତିନାଟ୍ୟ ବ୍ୟତୀତ ଦଣ୍ଡନୃତ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏବେ ବୟସ ସହ ଅଭିଜ୍ଞତା ବଢ଼ିଯାଇଥିବାରୁ ତାଙ୍କୁ କଳାକାର ବଦଳରେ ଅନେକ ସମୟରେ ଦଣ୍ଡନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ଦେଖିବାକୁ ମିଳୁଛି। ଇତିମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗିତାରେ ସେ ବିଚାରକ କାର୍ଯ୍ୟ ତୁଲାଇ ସାରିଛନ୍ତି। ଦଣ୍ଡଗୁରୁ ଅଜାତି ଅମାନ୍ତ ଓ ଗୀତିନାଟ୍ୟ ଗୁରୁ ରାଧାନାଥ ଧୀରଙ୍କ ପାଇଁ ସେ ଆଜି ସ୍ଥାନୀୟ ଅଞ୍ଚଳରେ ଜଣେ ଦକ୍ଷ କଳାକାର ଭାବେ ନିଜକୁ ପରିଚିତ କରିପାରିଛନ୍ତି ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri