କ୍ୱାରାଣ୍ଟାଇନ କେନ୍ଦ୍ର ବୁଲିଲେ ଜିଲାପାଳ

ମାର୍ଶାଘାଇ,୨୭ା୪(ଡି.ଏନ.ଏ.): ଲକ୍‌ଡାଉନ ପରେ ବାହାର ରାଜ୍ୟରେ ଥିବା ଲୋକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏନେଇ ଆଶା, ଅଙ୍ଗନୱାଡି କର୍ମୀ ଓ ଏଏନଏମ କର୍ମୀ ଘରଘର ବୁଲି ବାହାର ରାଜ୍ୟରେ ଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଯେଉଁମାନେ ଓଡ଼ିଶା ଆସିବେ ସେମାନଙ୍କୁ ୧୪ଦିନ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯିବ। ସେଥିନେଇ ପ୍ରତି ପଞ୍ଚାୟତରେ କ୍ୱାରାଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ସୋମବାର କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ମାର୍ଶାଘାଇ ବ୍ଲକର ମାର୍ଶାଘାଇ, ଅଙ୍ଗୁଳାଇ, ଜମପଡା, ବଛରାଇ ଓ କରିଲୋପାଟଣା ପଞ୍ଚାୟତର ୭ କ୍ୱାରାଣ୍ଟାଇନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ମାର୍ଶାଘାଇ ବିଡିଓ ଶ୍ରୀଧର ବିଶ୍ୱାଳ ଉପସ୍ଥିତ ରହି କ୍ୱାରାଣ୍ଟାଇନ କେନ୍ଦ୍ରର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲାପାଳ କ୍ୱାରାଣ୍ଟାଇନ ସେଣ୍ଟରରେ ପରିମଳ, ସାନିଟାଇଜେଶନ ଓ ନିର୍ମାଣ କାର୍ଯ୍ୟକୁ ସୁଚାରୁ ରୂପେ କରିବାକୁ ଉପସ୍ଥିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକର ଆୟତପୁର ପଞ୍ଚାୟତରେ ୨୧୬, ଆଖୁଆ ୯୮୫, ଅଙ୍ଗୁଳାଇ ୯୫୩, ଅନ୍ତେଇ ୯୫୪, ବଛରାଇ ୧୩୭୫, ବନ୍ଧକଟା ୭୫୩, ବଟିରା ୧୨୫୭, ବେରୁହାଁ ୭୨୭, ଦଶିପୁର ୬୫୫, ଦୁମୁକା ୬୬୦, ଗରଜଙ୍ଗା ୧୫୯୫, ହିନ୍ଦୁଳିଆ ୧୩୪, ଜଳପୋକ ୬୫୫, ଜମପଡା ୧୧୬୨, କରିଲୋପାଟଣା ୧୧୦୮, କୁହୁଡି ୯୪୦, ମଙ୍ଗରାଜପୁର ୪୦୨, ମଣିକୁଣ୍ଡା ୨୫୪, ମାର୍ଶାଘାଇ ୨୯୦, ମେହେନ୍ଦିନଗର ୧୨୫୯, ପରକୂଳା ୫୭୪, ରାଘବପୁର ୫୬୨, ଶିଳିପୁର ୫୬୦ ଓ ତାଳସଙ୍ଗାର ୫୯୪କୁ ମିଶାଇ ମୋଟ ୧୯୪୮୫ଜଣ ରାଜ୍ୟବାହାରେ ରହିଥିବା ବ୍ଲକ ପ୍ରଶାସନ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?