କ୍ୱାରାଣ୍ଟାଇନ କେନ୍ଦ୍ର ବୁଲିଲେ ଜିଲାପାଳ

ମାର୍ଶାଘାଇ,୨୭ା୪(ଡି.ଏନ.ଏ.): ଲକ୍‌ଡାଉନ ପରେ ବାହାର ରାଜ୍ୟରେ ଥିବା ଲୋକଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏନେଇ ଆଶା, ଅଙ୍ଗନୱାଡି କର୍ମୀ ଓ ଏଏନଏମ କର୍ମୀ ଘରଘର ବୁଲି ବାହାର ରାଜ୍ୟରେ ଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଯେଉଁମାନେ ଓଡ଼ିଶା ଆସିବେ ସେମାନଙ୍କୁ ୧୪ଦିନ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯିବ। ସେଥିନେଇ ପ୍ରତି ପଞ୍ଚାୟତରେ କ୍ୱାରାଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ସୋମବାର କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ମାର୍ଶାଘାଇ ବ୍ଲକର ମାର୍ଶାଘାଇ, ଅଙ୍ଗୁଳାଇ, ଜମପଡା, ବଛରାଇ ଓ କରିଲୋପାଟଣା ପଞ୍ଚାୟତର ୭ କ୍ୱାରାଣ୍ଟାଇନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ମାର୍ଶାଘାଇ ବିଡିଓ ଶ୍ରୀଧର ବିଶ୍ୱାଳ ଉପସ୍ଥିତ ରହି କ୍ୱାରାଣ୍ଟାଇନ କେନ୍ଦ୍ରର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଜିଲାପାଳ କ୍ୱାରାଣ୍ଟାଇନ ସେଣ୍ଟରରେ ପରିମଳ, ସାନିଟାଇଜେଶନ ଓ ନିର୍ମାଣ କାର୍ଯ୍ୟକୁ ସୁଚାରୁ ରୂପେ କରିବାକୁ ଉପସ୍ଥିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକର ଆୟତପୁର ପଞ୍ଚାୟତରେ ୨୧୬, ଆଖୁଆ ୯୮୫, ଅଙ୍ଗୁଳାଇ ୯୫୩, ଅନ୍ତେଇ ୯୫୪, ବଛରାଇ ୧୩୭୫, ବନ୍ଧକଟା ୭୫୩, ବଟିରା ୧୨୫୭, ବେରୁହାଁ ୭୨୭, ଦଶିପୁର ୬୫୫, ଦୁମୁକା ୬୬୦, ଗରଜଙ୍ଗା ୧୫୯୫, ହିନ୍ଦୁଳିଆ ୧୩୪, ଜଳପୋକ ୬୫୫, ଜମପଡା ୧୧୬୨, କରିଲୋପାଟଣା ୧୧୦୮, କୁହୁଡି ୯୪୦, ମଙ୍ଗରାଜପୁର ୪୦୨, ମଣିକୁଣ୍ଡା ୨୫୪, ମାର୍ଶାଘାଇ ୨୯୦, ମେହେନ୍ଦିନଗର ୧୨୫୯, ପରକୂଳା ୫୭୪, ରାଘବପୁର ୫୬୨, ଶିଳିପୁର ୫୬୦ ଓ ତାଳସଙ୍ଗାର ୫୯୪କୁ ମିଶାଇ ମୋଟ ୧୯୪୮୫ଜଣ ରାଜ୍ୟବାହାରେ ରହିଥିବା ବ୍ଲକ ପ୍ରଶାସନ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri