କ୍ୟାଲସିୟମ ପାଇଁ ଖାଆନ୍ତୁ ଏହି ୧୦ ପ୍ରକାର ଖାଦ୍ୟ

ସୁସ୍ଥ ଅସ୍ଥି ପାଇଁ ଶରୀରକୁ ଆବଶ୍ୟକ କ୍ୟାଲସିୟମ ଆମେ ୧୦ଟି ଖାଦ୍ୟରୁ ସହଜରେ ପାଇଥାଉ।
* କ୍ୟାଲସିୟମର ମୁଖ୍ୟ ଉସତ୍ତ୍ ଭାବେ କ୍ଷୀରକୁ ନିଆଯାଏ। ଏହା ହଜମ ହେବାକୁ ସହଜ। ଶରୀର ପାଇଁ ଦିନକୁ ୧୦୦୦ ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକ। ଏକ କପ୍‌ କ୍ଷୀରରୁ ୨୮୦ ମିଲିଗ୍ରାମ କ୍ୟାଲସିୟମ ମିଳେ।
* କମଳାଲେମ୍ବୁ:କମଳା ଲେମ୍ବୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ମଧ୍ୟ ଶରୀରକୁ କ୍ୟାଲସିୟମ ଯୋଗାଏ। ଏଥିରେ ଭିଟାମିନ ଡି’ ରହିଛି ଯାହା ଶରୀରକୁ କ୍ୟାଲସିୟମ ଅବଜର୍ବ କରିବାରେ ସାହାଯ୍ୟ କରେ। ଗୋଟିଏ ମଧ୍ୟମ ଆକାରର ଲେମ୍ବରୁ ୬୦ ମିଲିଗ୍ରାମ କ୍ୟାଲସିୟମ ପାଇଥାଉ।
* ସର୍‌ଡାଇନ: ଏହା ଏକ ପ୍ରଜାତିର ସାମୁଦ୍ରିକ ମାଛ। ଏହି ଲୁଣି ମାଛ କ୍ୟାଲସିୟମରେ ଭରପୂର। ଏକ କପ୍‌ ସର୍‌ଡାଇନ ମାଛରେ ରହିଛି ୫୬୯ ମିଲିଗ୍ରାମ କ୍ୟାଲସିୟମ ।
* ସୋୟା ମିଲ୍କ:ସୋୟା ମିଲ୍କରେ କ୍ୟାଲସିୟମ ସହ ଭିଟାମିନ ଡି’ ରହିଛି। ଏକ କପ୍‌ ସୋୟା ମିଲ୍କରୁ ୬୦ ମିଲିଗ୍ରାମ କ୍ୟାଲସିୟମ ମିଳେ।
* ଆଲମଣ୍ଡ:କ୍ୟାଲସିୟମ ଫୁଡ ମଧ୍ୟରେ ଆଲମଣ୍ଡର ସ୍ଥାନ ସବା ଆଗରେ। ଏଥିରୁ ପ୍ରଚୁର ପ୍ରୋଟିନ ମିଳିଥାଏ। ଏହା ହାର୍ଟ ଡିଜିଜ ଦୂର କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରେ। ପ୍ରତିଦିିନ ସକାଳେ ଏହାକୁ ଖାଇବାରେ ବେଶି ଉପକାର ମିଳେ। ଏକ କପ୍‌ ଆଲ୍‌ମଣ୍ଡ ଶରୀରକୁ ୪୫୭ ମିଲିଗ୍ରାମ କ୍ୟାଲସିୟମ ଯୋଗାଇଥାଏ।
* ବୋକ୍‌ ଚାୟ: ଏହା ଏକ ପ୍ରକାର ଚାଇନିଜ୍‌ ବନ୍ଧା କୋବି। ଏକ କପ୍‌ କଟା ହୋଇଥିବା ବୋକ୍‌ ଚାୟ ପତ୍ରରୁ ୭୪ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ। ଏହା ମଧ୍ୟ ଭିଟାମିନ ଏ’ ଓ ସି’ର ଭଣ୍ଡାର।
* ଫିଗ୍ସ: ଏହି ଫଳ ଫାଇବର ଓ ପୋଟାସିୟମରେ ଭରପୂର। ଏହାକୁ ସଂସ୍କୃତରେ ଓଡମ୍ବରୀ ଫଳ କୁହାଯାଏ। ଏକ କପ୍‌ ଶୁଖିଲା ଫିଗ୍ସରେ ୨୪୨ ମିଲିଗ୍ରାମ କ୍ୟାଲସିୟମ ଥାଏ। ଏହି ଫଳରେ ମ୍ୟାଗ୍ନେସିୟମ ରହିଛି। ଏହା ହୃଦ୍‌ସ୍ପନ୍ଦନକୁ ଠିକ୍‌ ରଖିବା ସହ ମାଂସପେଶୀ ସଂଚାଳନରେ ସାହାଯ୍ୟ କରେ।
* ଲହୁଣି:ଲହୁଣିରୁ କ୍ୟାଲସିୟମ ସହ ଉପକାରୀ ବ୍ୟାକ୍ଟେରିଆ ମିଳେ । ଏକ କପ୍‌ ଲହୁଣିରେ ୪୦୦ ମିଲିଗ୍ରାମ କ୍ୟାଲସିୟମ ରହିଛି। ଏଥିରୁ ମଧ୍ୟ ପ୍ରଚୁର ପ୍ରୋଟିନ ମିଳେ।
* ଛେନା: ଛେନା ପ୍ରୋଟିନ ଓ କ୍ୟାଲସିୟମର ଏକ ଭଲ ଉସତ୍। ଏକ କପ୍‌ ଛେନାରୁ ୯୦୦ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ।
*ସବୁଜ ପତ୍ର ଜାତୀୟ ପରିବା : ବିଭିନ୍ନ ସବୁଜ ପତ୍ର ଜାତୀୟ ପରିବାରୁ କ୍ୟାଲସିୟମ ମିଳେ। ଏକ କପ୍‌ ପାଳଙ୍ଗ, କାଲେ, ବ୍ରୋକୋଲିରୁ ୩୩୬ ମିଲିଗ୍ରାମ କ୍ୟାଲସିୟମ


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri