କ୍ୟାଲସିୟମ ପାଇଁ ଖାଆନ୍ତୁ ଏହି ୧୦ ପ୍ରକାର ଖାଦ୍ୟ

ସୁସ୍ଥ ଅସ୍ଥି ପାଇଁ ଶରୀରକୁ ଆବଶ୍ୟକ କ୍ୟାଲସିୟମ ଆମେ ୧୦ଟି ଖାଦ୍ୟରୁ ସହଜରେ ପାଇଥାଉ।
* କ୍ୟାଲସିୟମର ମୁଖ୍ୟ ଉସତ୍ତ୍ ଭାବେ କ୍ଷୀରକୁ ନିଆଯାଏ। ଏହା ହଜମ ହେବାକୁ ସହଜ। ଶରୀର ପାଇଁ ଦିନକୁ ୧୦୦୦ ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକ। ଏକ କପ୍‌ କ୍ଷୀରରୁ ୨୮୦ ମିଲିଗ୍ରାମ କ୍ୟାଲସିୟମ ମିଳେ।
* କମଳାଲେମ୍ବୁ:କମଳା ଲେମ୍ବୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ମଧ୍ୟ ଶରୀରକୁ କ୍ୟାଲସିୟମ ଯୋଗାଏ। ଏଥିରେ ଭିଟାମିନ ଡି’ ରହିଛି ଯାହା ଶରୀରକୁ କ୍ୟାଲସିୟମ ଅବଜର୍ବ କରିବାରେ ସାହାଯ୍ୟ କରେ। ଗୋଟିଏ ମଧ୍ୟମ ଆକାରର ଲେମ୍ବରୁ ୬୦ ମିଲିଗ୍ରାମ କ୍ୟାଲସିୟମ ପାଇଥାଉ।
* ସର୍‌ଡାଇନ: ଏହା ଏକ ପ୍ରଜାତିର ସାମୁଦ୍ରିକ ମାଛ। ଏହି ଲୁଣି ମାଛ କ୍ୟାଲସିୟମରେ ଭରପୂର। ଏକ କପ୍‌ ସର୍‌ଡାଇନ ମାଛରେ ରହିଛି ୫୬୯ ମିଲିଗ୍ରାମ କ୍ୟାଲସିୟମ ।
* ସୋୟା ମିଲ୍କ:ସୋୟା ମିଲ୍କରେ କ୍ୟାଲସିୟମ ସହ ଭିଟାମିନ ଡି’ ରହିଛି। ଏକ କପ୍‌ ସୋୟା ମିଲ୍କରୁ ୬୦ ମିଲିଗ୍ରାମ କ୍ୟାଲସିୟମ ମିଳେ।
* ଆଲମଣ୍ଡ:କ୍ୟାଲସିୟମ ଫୁଡ ମଧ୍ୟରେ ଆଲମଣ୍ଡର ସ୍ଥାନ ସବା ଆଗରେ। ଏଥିରୁ ପ୍ରଚୁର ପ୍ରୋଟିନ ମିଳିଥାଏ। ଏହା ହାର୍ଟ ଡିଜିଜ ଦୂର କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରେ। ପ୍ରତିଦିିନ ସକାଳେ ଏହାକୁ ଖାଇବାରେ ବେଶି ଉପକାର ମିଳେ। ଏକ କପ୍‌ ଆଲ୍‌ମଣ୍ଡ ଶରୀରକୁ ୪୫୭ ମିଲିଗ୍ରାମ କ୍ୟାଲସିୟମ ଯୋଗାଇଥାଏ।
* ବୋକ୍‌ ଚାୟ: ଏହା ଏକ ପ୍ରକାର ଚାଇନିଜ୍‌ ବନ୍ଧା କୋବି। ଏକ କପ୍‌ କଟା ହୋଇଥିବା ବୋକ୍‌ ଚାୟ ପତ୍ରରୁ ୭୪ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ। ଏହା ମଧ୍ୟ ଭିଟାମିନ ଏ’ ଓ ସି’ର ଭଣ୍ଡାର।
* ଫିଗ୍ସ: ଏହି ଫଳ ଫାଇବର ଓ ପୋଟାସିୟମରେ ଭରପୂର। ଏହାକୁ ସଂସ୍କୃତରେ ଓଡମ୍ବରୀ ଫଳ କୁହାଯାଏ। ଏକ କପ୍‌ ଶୁଖିଲା ଫିଗ୍ସରେ ୨୪୨ ମିଲିଗ୍ରାମ କ୍ୟାଲସିୟମ ଥାଏ। ଏହି ଫଳରେ ମ୍ୟାଗ୍ନେସିୟମ ରହିଛି। ଏହା ହୃଦ୍‌ସ୍ପନ୍ଦନକୁ ଠିକ୍‌ ରଖିବା ସହ ମାଂସପେଶୀ ସଂଚାଳନରେ ସାହାଯ୍ୟ କରେ।
* ଲହୁଣି:ଲହୁଣିରୁ କ୍ୟାଲସିୟମ ସହ ଉପକାରୀ ବ୍ୟାକ୍ଟେରିଆ ମିଳେ । ଏକ କପ୍‌ ଲହୁଣିରେ ୪୦୦ ମିଲିଗ୍ରାମ କ୍ୟାଲସିୟମ ରହିଛି। ଏଥିରୁ ମଧ୍ୟ ପ୍ରଚୁର ପ୍ରୋଟିନ ମିଳେ।
* ଛେନା: ଛେନା ପ୍ରୋଟିନ ଓ କ୍ୟାଲସିୟମର ଏକ ଭଲ ଉସତ୍। ଏକ କପ୍‌ ଛେନାରୁ ୯୦୦ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ।
*ସବୁଜ ପତ୍ର ଜାତୀୟ ପରିବା : ବିଭିନ୍ନ ସବୁଜ ପତ୍ର ଜାତୀୟ ପରିବାରୁ କ୍ୟାଲସିୟମ ମିଳେ। ଏକ କପ୍‌ ପାଳଙ୍ଗ, କାଲେ, ବ୍ରୋକୋଲିରୁ ୩୩୬ ମିଲିଗ୍ରାମ କ୍ୟାଲସିୟମ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri