ଆଦାୟ ହେବ ଟିକସ: କ୍ଷତି ଦର୍ଶାଇ ଠକୁଛନ୍ତି ୨.୫ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୪-୬: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ମୋଦି ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବିମୁଦ୍ରୀକରଣ ପରେ ଭୂତ କମ୍ପାନୀଙ୍କୁ ବନ୍ଦ କରି ଦେଶର ଚାଲିଥିବା ସମାନ୍ତରାଳ ଅର୍ଥନୀତିକୁ ଧ୍ୱସ୍ତ କରିବା ପରେ ମୋଦି ସରକାର ଏବେ କ୍ଷତି ଦର୍ଶାଉଥିବା କମ୍ପାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଜାଣିଶୁଣି ନିଜର ବାଲାନ୍ସ ସିଟ୍‌ରେ କ୍ଷତି ଦର୍ଶାଇ ଟିକସ ଠକୁଥିବା ପ୍ରାୟ ୨.୫ ଲକ୍ଷ କମ୍ପାନୀଙ୍କ ଠାରୁ ଏହା ଆଦାୟ କରିବାକୁ ସରକାର ପଦକ୍ଷେପ ନେବେ। ଏଥିପାଇଁ ସର୍ବନିମ୍ନ ବୈକଳ୍ପିକ ଟିକସ(ମ୍ୟାଟ୍‌) ନିୟମରେ ସଂଶୋଧନ କରାଯିବ। ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ଯେ, ବଜେଟ ଅଥବା ଏହା ପରେ ସରକାର ଏହି କମ୍ପାନୀମାନଙ୍କଠାରୁ ଟିକସ ଆଦାୟ କରିବାକୁ ପଦକ୍ଷେପ ନେବେ।
ପ୍ରସ୍ତାବ ଅନୁଯାୟୀ,ବାସ୍ତବିକ କ୍ଷତି ସହିଥିବା କମ୍ପାନୀଙ୍କୁ ସରକାର ଟ୍ୟାକ୍ସ କ୍ରେଡିଟ ଉପରେ ରିହାତି ଦେବାକୁ ଯାଉଛନ୍ତି। ଦେଶରେ ପ୍ରାୟ ୨.୫ ଲକ୍ଷରୁ ଅଧିକ କମ୍ପାନୀ ଅଛନ୍ତି, ଯେଉଁମାନେ ଦଶନ୍ଧି ହେବ ଜାଣିଶୁଣି ସରକାରଙ୍କୁ ଟିକସ ଦେଉନାହାନ୍ତି। ସେମାନେ କ୍ଷତି ସହିଥିବା ଦର୍ଶାଉଛନ୍ତି। ଏହି କମ୍ପାନୀଗୁଡ଼ିକ ବ୍ୟାଙ୍କରୁ ଋଣ ନେଉଛନ୍ତି ଏବଂ ଦୀର୍ଘ ଦିନ ଧରି ପରୋକ୍ଷ ଟିକସ ଦେଉଛନ୍ତି। କିନ୍ତୁ ପ୍ରତ୍ୟକ୍ଷ ଟିକସ ଅର୍ଥାତ୍‌ କର୍ପୋରେଟ ଟିକସ ଦେଉନାହାନ୍ତି ବୋଲି ଜଣାପଡିଛି।
ଗୋଳମାଳ ହେଉଛି କେମିତି
ଟିକସ ପୈଠ କରୁଥିବା କମ୍ପାନୀ ବାସ୍ତବରେ ସରକାରଙ୍କ ସମ୍ମୁଖରେ ଦୁଇ ପ୍ରକାର ହିସାବ ଖାତା ଉପସ୍ଥାପନ କରିଥାନ୍ତି। ପ୍ରଥମ ଖାତାରେ ସେମାନେ ଆୟକର ହିସାବ ଦର୍ଶାଉଥିବା ବେଳେ ଦ୍ୱିତୀୟ ଖାତାରେ କମ୍ପାନୀ ଆଇନ ଅନୁଯାୟୀ, ସଂଖ୍ୟାଧିକ ଖର୍ଚ୍ଚ ଦର୍ଶାଇ ନିଜକୁ କ୍ଷତିରେ ଚାଲୁଥିବା ଦର୍ଶାଇଥାନ୍ତି। କିନ୍ତୁ ସେମାନେ ଶେୟାରଧାରକଙ୍କୁ ଭାରି ପରିମାଣରେ ଲାଭାଂଶ ଦେଉଥିବା ନଜରକୁ ଆସୁଛି। ଏହି କମ୍ପାନୀଗୁଡ଼ିକ ଆଇନ ଅଧୀନରେ ନିଜ ଖାତାରେ ଲାଭ ହେଉଥିବା ଦର୍ଶାଇଥାନ୍ତି। ସରକାର ଆୟର ଏହି ଦୁଇପ୍ରକାର ରିପୋର୍ଟିଂ ଜରିଆରେ ଆୟକର ଠକୁଥିବା କମ୍ପାନୀଗୁଡ଼ିକ ବିରୋଧରେ ଲଗାମ ଲଗାଇବାକୁ ୪ ଦଶନ୍ଧି ପୂର୍ବେ ମ୍ୟାଟ୍‌ ଆଣିଥିଲେ। କମ୍ପାନୀ ଆଇନର ଗଳା ବାଟ ଦେଇ ଜାଣିଶୁଣି ମିଥ୍ୟା କ୍ଷତି ଦର୍ଶାଉଥିବା କମ୍ପାନୀଗୁଡ଼ିକ ଠାରୁ ଟିକସ ଆଦାୟ ଲାଗି ଏବେ ସରକାର ଅଣ୍ଟା ଭିଡିଛନ୍ତି।
ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟର୍ର୍ାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ପ୍ରେସିଡେଣ୍ଟ ଅମରଜିତ ଚୋପ୍ରାଙ୍କ କହିବାନୁଯାୟୀ, ଏଭଳି ଟିକସ ଆଦାୟରେ କୌଣସି ଅସୁବିଧା ନାହିଁ। ତେବେ ସର୍ବନିମ୍ନ ହାରରେ ଟିକସ ଆଦାୟ ହେବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ଭାରତରେ ବୈକଳ୍ପିକ ସର୍ବନିମ୍ନ ଟିକସ(ଏଏମ୍‌ଟି) ଆଇନ ୧୯୮୩ରେ ଲାଗୁ ହୋଇଥିଲା। ଏହାରି ଭିତରେ ଏକାଧିକ ଥର ଏଥିରେ ସଂଶୋଧନ କରାଯାଇସାରିଥିଲା। ୧୯୯୧ରେ ଟିକସ ସହ ସମ୍ପୃକ୍ତ ଅନେକ ଛାଡକୁ ବନ୍ଦ କରାଯିବା ପରେ ସରକାର ଏଏମ୍‌ଟି ଆଦାୟର ଆବଶ୍ୟକତା ନାହିଁ ବୋଲି କହିଥିଲେ। ତେବେ ୫ ବର୍ଷ ପରେ ଏହାକୁ ଦ୍ୱିତୀୟଥର ସର୍ବନିମ୍ନ ବୈକଳ୍ପିକ ଟିକସ(ମ୍ୟାଟ୍‌) ନାମରେ ଲାଗୁ କରାଗଲା। ୧୯୯୬-୯୭ ବଜେଟ ଉପସ୍ଥାପନ ବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଏହା ଘୋଷଣା କରିଥିଲେ। ଏଥିରେ ସେ କହିଥିଲେ ଯେ, ଏହି ନିୟମ ଅଧୀନରେ କୌଣସି କମ୍ପାନୀର ମୋଟ ଆୟ ବୁକ୍‌ ପ୍ରଫିଟ୍‌ଠାରୁ ୩% କମ୍‌ ହୋଇଥାଏ, ତେବେ କମ୍ପାନୀର ମୋଟ ଆୟକୁ ବୁକ୍‌ ପ୍ରଫିଟ୍‌ର ୩% ମନେ କରାଯିବ ଏବଂ କମ୍ପାନୀଠାରୁ ସେହି ଅନୁପାତରେ ଟିକସ ଆଦାୟ କରାଯିବ। ୨୦୦୧ରେ ପୁଣିଥରେ ଏଥିରେ ସଂଶୋଧନ କରାଯାଇଥିଲା। ପ୍ରଦାନ କରାଯାଇଥିବା ଟିକସ ଉପରେ ମିଳିବାକୁ ଥିବା ଛାଡ ବ୍ୟବସ୍ଥା(କ୍ୟାରିଫରଓ୍ବାର୍ଡ)କୁ ପ୍ରତ୍ୟାହାର କରିନିଆଗଲା। ଏହାପରେ କର୍ପୋରେଟ ଓ ମ୍ୟାଟ୍‌ ମଧ୍ୟରେ ଯାହାର ରେଟ୍‌ ଅଧିକ ହେବ କମ୍ପାନୀ ସେହି ହିସାବରେ ଟିକସ ପୈଠ କରିବେ। ୨୦୦୫ରେ ପୁଣିଥରେ ଏଥିରେ ପରିବର୍ତ୍ତନ ହେଲା ଏବଂ କମ୍ପାନୀଙ୍କୁ ପ୍ରତି ୫ ବର୍ଷ ଭିତରେ ଟ୍ୟାକ୍ସ କ୍ରେଡିଟକୁ କ୍ୟାରି ଫରଓ୍ବାର୍ଡ କରିପାରିବାର ଅଧିକାର ଦିଆଗଲା। ଏହାକୁ ପରେ ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଦେଶରେ ୧୮.୫ ହାରରେ ମ୍ୟାଟ୍‌ ଆଦାୟ ହୋଇଥାଏ। କମ୍ପାନୀଗୁଡ଼ିକ ସର୍ବଦା ଏହାକୁ ବିରୋଧ କରିଆସୁଛନ୍ତି। କ୍ରମାଗତ ଟିକସ ହାର ବଢ଼ିବା ସହିତ ବୁକ୍‌ ପ୍ରଫିଟ ଦେଖାଶୁଣା କରିବାରେ ଅସୁବିଧା ହେଉଛି ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ମତରେ ଜାଣିଶୁଣି କ୍ଷତି ଦର୍ଶାଉଥିବା ଏଭଳି କମ୍ପାନୀଙ୍କଠାରୁ ସର୍ବନିମ୍ନ ଟିକସ ଆଦାୟ କରାଯିବା ଦରକାର। ସମ୍ଭବତଃ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍‌ରେ ଏ ସମ୍ପର୍କରେ ଘୋଷଣା କରିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?