ଆଦାୟ ହେବ ଟିକସ: କ୍ଷତି ଦର୍ଶାଇ ଠକୁଛନ୍ତି ୨.୫ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୪-୬: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ମୋଦି ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବିମୁଦ୍ରୀକରଣ ପରେ ଭୂତ କମ୍ପାନୀଙ୍କୁ ବନ୍ଦ କରି ଦେଶର ଚାଲିଥିବା ସମାନ୍ତରାଳ ଅର୍ଥନୀତିକୁ ଧ୍ୱସ୍ତ କରିବା ପରେ ମୋଦି ସରକାର ଏବେ କ୍ଷତି ଦର୍ଶାଉଥିବା କମ୍ପାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଜାଣିଶୁଣି ନିଜର ବାଲାନ୍ସ ସିଟ୍‌ରେ କ୍ଷତି ଦର୍ଶାଇ ଟିକସ ଠକୁଥିବା ପ୍ରାୟ ୨.୫ ଲକ୍ଷ କମ୍ପାନୀଙ୍କ ଠାରୁ ଏହା ଆଦାୟ କରିବାକୁ ସରକାର ପଦକ୍ଷେପ ନେବେ। ଏଥିପାଇଁ ସର୍ବନିମ୍ନ ବୈକଳ୍ପିକ ଟିକସ(ମ୍ୟାଟ୍‌) ନିୟମରେ ସଂଶୋଧନ କରାଯିବ। ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ଯେ, ବଜେଟ ଅଥବା ଏହା ପରେ ସରକାର ଏହି କମ୍ପାନୀମାନଙ୍କଠାରୁ ଟିକସ ଆଦାୟ କରିବାକୁ ପଦକ୍ଷେପ ନେବେ।
ପ୍ରସ୍ତାବ ଅନୁଯାୟୀ,ବାସ୍ତବିକ କ୍ଷତି ସହିଥିବା କମ୍ପାନୀଙ୍କୁ ସରକାର ଟ୍ୟାକ୍ସ କ୍ରେଡିଟ ଉପରେ ରିହାତି ଦେବାକୁ ଯାଉଛନ୍ତି। ଦେଶରେ ପ୍ରାୟ ୨.୫ ଲକ୍ଷରୁ ଅଧିକ କମ୍ପାନୀ ଅଛନ୍ତି, ଯେଉଁମାନେ ଦଶନ୍ଧି ହେବ ଜାଣିଶୁଣି ସରକାରଙ୍କୁ ଟିକସ ଦେଉନାହାନ୍ତି। ସେମାନେ କ୍ଷତି ସହିଥିବା ଦର୍ଶାଉଛନ୍ତି। ଏହି କମ୍ପାନୀଗୁଡ଼ିକ ବ୍ୟାଙ୍କରୁ ଋଣ ନେଉଛନ୍ତି ଏବଂ ଦୀର୍ଘ ଦିନ ଧରି ପରୋକ୍ଷ ଟିକସ ଦେଉଛନ୍ତି। କିନ୍ତୁ ପ୍ରତ୍ୟକ୍ଷ ଟିକସ ଅର୍ଥାତ୍‌ କର୍ପୋରେଟ ଟିକସ ଦେଉନାହାନ୍ତି ବୋଲି ଜଣାପଡିଛି।
ଗୋଳମାଳ ହେଉଛି କେମିତି
ଟିକସ ପୈଠ କରୁଥିବା କମ୍ପାନୀ ବାସ୍ତବରେ ସରକାରଙ୍କ ସମ୍ମୁଖରେ ଦୁଇ ପ୍ରକାର ହିସାବ ଖାତା ଉପସ୍ଥାପନ କରିଥାନ୍ତି। ପ୍ରଥମ ଖାତାରେ ସେମାନେ ଆୟକର ହିସାବ ଦର୍ଶାଉଥିବା ବେଳେ ଦ୍ୱିତୀୟ ଖାତାରେ କମ୍ପାନୀ ଆଇନ ଅନୁଯାୟୀ, ସଂଖ୍ୟାଧିକ ଖର୍ଚ୍ଚ ଦର୍ଶାଇ ନିଜକୁ କ୍ଷତିରେ ଚାଲୁଥିବା ଦର୍ଶାଇଥାନ୍ତି। କିନ୍ତୁ ସେମାନେ ଶେୟାରଧାରକଙ୍କୁ ଭାରି ପରିମାଣରେ ଲାଭାଂଶ ଦେଉଥିବା ନଜରକୁ ଆସୁଛି। ଏହି କମ୍ପାନୀଗୁଡ଼ିକ ଆଇନ ଅଧୀନରେ ନିଜ ଖାତାରେ ଲାଭ ହେଉଥିବା ଦର୍ଶାଇଥାନ୍ତି। ସରକାର ଆୟର ଏହି ଦୁଇପ୍ରକାର ରିପୋର୍ଟିଂ ଜରିଆରେ ଆୟକର ଠକୁଥିବା କମ୍ପାନୀଗୁଡ଼ିକ ବିରୋଧରେ ଲଗାମ ଲଗାଇବାକୁ ୪ ଦଶନ୍ଧି ପୂର୍ବେ ମ୍ୟାଟ୍‌ ଆଣିଥିଲେ। କମ୍ପାନୀ ଆଇନର ଗଳା ବାଟ ଦେଇ ଜାଣିଶୁଣି ମିଥ୍ୟା କ୍ଷତି ଦର୍ଶାଉଥିବା କମ୍ପାନୀଗୁଡ଼ିକ ଠାରୁ ଟିକସ ଆଦାୟ ଲାଗି ଏବେ ସରକାର ଅଣ୍ଟା ଭିଡିଛନ୍ତି।
ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟର୍ର୍ାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ପ୍ରେସିଡେଣ୍ଟ ଅମରଜିତ ଚୋପ୍ରାଙ୍କ କହିବାନୁଯାୟୀ, ଏଭଳି ଟିକସ ଆଦାୟରେ କୌଣସି ଅସୁବିଧା ନାହିଁ। ତେବେ ସର୍ବନିମ୍ନ ହାରରେ ଟିକସ ଆଦାୟ ହେବା ଆବଶ୍ୟକ। ସୂଚନାଯୋଗ୍ୟ ଯେ, ଭାରତରେ ବୈକଳ୍ପିକ ସର୍ବନିମ୍ନ ଟିକସ(ଏଏମ୍‌ଟି) ଆଇନ ୧୯୮୩ରେ ଲାଗୁ ହୋଇଥିଲା। ଏହାରି ଭିତରେ ଏକାଧିକ ଥର ଏଥିରେ ସଂଶୋଧନ କରାଯାଇସାରିଥିଲା। ୧୯୯୧ରେ ଟିକସ ସହ ସମ୍ପୃକ୍ତ ଅନେକ ଛାଡକୁ ବନ୍ଦ କରାଯିବା ପରେ ସରକାର ଏଏମ୍‌ଟି ଆଦାୟର ଆବଶ୍ୟକତା ନାହିଁ ବୋଲି କହିଥିଲେ। ତେବେ ୫ ବର୍ଷ ପରେ ଏହାକୁ ଦ୍ୱିତୀୟଥର ସର୍ବନିମ୍ନ ବୈକଳ୍ପିକ ଟିକସ(ମ୍ୟାଟ୍‌) ନାମରେ ଲାଗୁ କରାଗଲା। ୧୯୯୬-୯୭ ବଜେଟ ଉପସ୍ଥାପନ ବେଳେ ତତ୍କାଳୀନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଏହା ଘୋଷଣା କରିଥିଲେ। ଏଥିରେ ସେ କହିଥିଲେ ଯେ, ଏହି ନିୟମ ଅଧୀନରେ କୌଣସି କମ୍ପାନୀର ମୋଟ ଆୟ ବୁକ୍‌ ପ୍ରଫିଟ୍‌ଠାରୁ ୩% କମ୍‌ ହୋଇଥାଏ, ତେବେ କମ୍ପାନୀର ମୋଟ ଆୟକୁ ବୁକ୍‌ ପ୍ରଫିଟ୍‌ର ୩% ମନେ କରାଯିବ ଏବଂ କମ୍ପାନୀଠାରୁ ସେହି ଅନୁପାତରେ ଟିକସ ଆଦାୟ କରାଯିବ। ୨୦୦୧ରେ ପୁଣିଥରେ ଏଥିରେ ସଂଶୋଧନ କରାଯାଇଥିଲା। ପ୍ରଦାନ କରାଯାଇଥିବା ଟିକସ ଉପରେ ମିଳିବାକୁ ଥିବା ଛାଡ ବ୍ୟବସ୍ଥା(କ୍ୟାରିଫରଓ୍ବାର୍ଡ)କୁ ପ୍ରତ୍ୟାହାର କରିନିଆଗଲା। ଏହାପରେ କର୍ପୋରେଟ ଓ ମ୍ୟାଟ୍‌ ମଧ୍ୟରେ ଯାହାର ରେଟ୍‌ ଅଧିକ ହେବ କମ୍ପାନୀ ସେହି ହିସାବରେ ଟିକସ ପୈଠ କରିବେ। ୨୦୦୫ରେ ପୁଣିଥରେ ଏଥିରେ ପରିବର୍ତ୍ତନ ହେଲା ଏବଂ କମ୍ପାନୀଙ୍କୁ ପ୍ରତି ୫ ବର୍ଷ ଭିତରେ ଟ୍ୟାକ୍ସ କ୍ରେଡିଟକୁ କ୍ୟାରି ଫରଓ୍ବାର୍ଡ କରିପାରିବାର ଅଧିକାର ଦିଆଗଲା। ଏହାକୁ ପରେ ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଦେଶରେ ୧୮.୫ ହାରରେ ମ୍ୟାଟ୍‌ ଆଦାୟ ହୋଇଥାଏ। କମ୍ପାନୀଗୁଡ଼ିକ ସର୍ବଦା ଏହାକୁ ବିରୋଧ କରିଆସୁଛନ୍ତି। କ୍ରମାଗତ ଟିକସ ହାର ବଢ଼ିବା ସହିତ ବୁକ୍‌ ପ୍ରଫିଟ ଦେଖାଶୁଣା କରିବାରେ ଅସୁବିଧା ହେଉଛି ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ମତରେ ଜାଣିଶୁଣି କ୍ଷତି ଦର୍ଶାଉଥିବା ଏଭଳି କମ୍ପାନୀଙ୍କଠାରୁ ସର୍ବନିମ୍ନ ଟିକସ ଆଦାୟ କରାଯିବା ଦରକାର। ସମ୍ଭବତଃ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍‌ରେ ଏ ସମ୍ପର୍କରେ ଘୋଷଣା କରିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri