ଅମରପାଲି, ୬।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇଠାରେ ଚାଲିଥିବା ଅଷ୍ଟମ କୋଟସମଲାଇ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଉଲୁଣ୍ଡାକୁ ୨-୦ରେ ହରାଇ ପାତ୍ରପାଲି ଚାମ୍ପିୟନ ହୋଇଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ଫର୍ମାଟରେ ପାତ୍ରପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ୭୧ ରନ କରିଥିଲେ। ଜବାବରେ ଉଲୁଣ୍ଡା ଦଳ ନିର୍ଦ୍ଧାରିତ ୮ ଓଭରରେ ସମସ୍ତ ଉଇକେଟ ହରାଇ ୩୫ ରନ କରିଥିଲେ। ଦ୍ୱିତୀୟ ଫର୍ମାଟରେ ପାତ୍ରପାଲି ଦଳ ନିର୍ଦ୍ଧାରିତ ୪ ଓଭରରେ ଗୋଟିଏ ଉଇକେଟ ହରାଇ ୪୨ ରନ କରିଥିଲା। ଜବାବରେ ଉଲୁଣ୍ଡା ଦଳ ନିର୍ଦ୍ଧାରିତ ୪ ଓଭରରେ ୬ ଉଇକେଟ ହରାଇ ୩୧ ରନ କରିଥିଲା। ଫଳରେ ୨-୦ରେ ବିଜୟୀ ହୋଇ ପାତ୍ରପାଲି ଚାମ୍ପିୟନ ହୋଇଥିଲା। ଟୁର୍ନାମେଣ୍ଟର ସଭାପତି ସୋମନାଥ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଉତ୍ତର ପାତ୍ର ମୁଖ୍ୟଅତିଥି ଏବଂ ବହଲପଦର ସମିତି ସଭ୍ୟ ପିତାମ୍ବର ସାହୁ, କ୍ରୀଡାବିତ ପର୍ଶୁରାମ ବାରିକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଉଲୁଣ୍ଡାର ବିକାଶଙ୍କୁ ଶ୍ରେଷ୍ଠ ବୋଲର, ପାତ୍ରପାଲିର ସନତଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ତାପସଙ୍କୁ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିୟନ ପାତ୍ରପାଲି ଦଳକୁ ନଗଦ ୬ ହଜାର ୬୬୬ ଟଙ୍କା ସହ ଟ୍ରଫି ଓ ଉପବିଜେତା ଉଲୁଣ୍ଡା ଦଳକୁ ୪୪୪୪ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।
ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ
ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…
ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…
ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…
କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ
ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…
ରାଜ୍ୟ କ୍ୟାବିନେଟ୍ରେ ବଡ଼ ଘୋଷଣା: ପେନସନ୍ ବିଳମ୍ବ ହେଲେ ମିଳିବ ସୁଧ
ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…
୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍: ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଖାଇ…
ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…
ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍ରୁ ବଞ୍ଚିତ ବନ୍ୟା ପ୍ରଭାବିତ
ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…
ବ୍ୟାଗ୍ରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…
ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା
ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…
Archives

