କୋଇଲା ଖଣି ବନ୍ଦ ଘଟଣାରେ ସରପଞ୍ଚଙ୍କ ଅଭିଯୋଗ

କଣିହଁ।, ୧୧ା୬ (ଡି.ଏନ.ଏ.)କଣିହାଁ ବ୍ଲକସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣି କାର୍ଯ୍ୟ ରବିବାର ବନ୍ଦକୁ ନେଇ ମାମଲା ରୁଜୁ ପରେ ସୋମବାର ଖବରଦାତା ସମ୍ମିଳନୀ କରିଛନ୍ତି ଜରଡା ସରପଞ୍ଚ ସୁମିତ୍ରା ଦାସ। ଖଣି କର୍ତ୍ତୃପକ୍ଷଙ୍କ ସମେତ ମାଟିଉଠା କାର୍ଯ୍ୟ ନେଇଥିବା ଠିକାସଂସ୍ଥା ଅଧିକାରୀ ଦାଦାଗିରି କରୁଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କଣିହାଁ ଥାନାରେ ସରପଞ୍ଚଙ୍କ ଅଭିଯୋଗ କ୍ରମେ ଖଣି ଜିଏମ୍‌ ଓ ଠିକାସଂସ୍ଥା ଅଧିକାରୀଙ୍କ ନାମରେ ନଂ. ୧୦୫ ଓ ୧୦୬ରେ ଦୁଇଟି ମାମଲା ରୁଜୁ ହୋଇଛି।
ସରପଞ୍ଚ ଦାସଙ୍କ ଅଭିଯୋଗ ମୁତାବକ, ଜରଡ଼ା ପଞ୍ଚାୟତବାସୀ କୋଇଲା ଖଣି ଯୋଗୁ ପ୍ରଦୂଷଣ, ପାନୀୟ ଜଳ ସଙ୍କଟ, ରାସ୍ତା ଓ ଅନ୍ୟାନ୍ୟ ସମସ୍ୟାରେ ଯୁଝି ହେଉଛନ୍ତି। ଖଣିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି କିମ୍ବା ଥଇଥାନ କରାଯାଇନାହିଁ। ଏ ନେଇ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ସତ୍ତ୍ୱେ ସୁଫଳ ମିଳୁନି। ଗତ ୭ ତାରିଖରେ ସମସ୍ୟା ସମାଧାନ ପାଇଁ ପଞ୍ଚାୟତ ତରଫରୁ ସେ କଣିହାଁ କ୍ଷେତ୍ର ମହାପ୍ରବନ୍ଧକ ଓ ପ୍ରକଳ୍ପ ଅଧିକାରୀ, ତାଳଚେର ଉପଜିଲାପାଳ, କଣିହାଁ ତହସିଲଦାର, କଣିହାଁ ବିଡିଓ ଏବଂ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କୁ ଲିଖିତ ଭାବରେ ଅବଗତ କରିଥିଲେ। ହେଲେ ଏହି ପରିପ୍ରେକ୍ଷୀରେ ତାଙ୍କୁ ଆଲୋଚନାକୁ ଡକା ନ ଯାଇ ସ୍ବାମୀ ରଞ୍ଜିତ ସାମଲଙ୍କୁ ଶନିବାର ପ୍ରକଳ୍ପ କାର୍ଯ୍ୟାଳୟକୁ ଜିଏମ୍‌ ଡାକିଥିଲେ। ସେଠାରେ ଜିଏମଙ୍କ ସମେତ ପିଓ, ଠିକାସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ। ହେଲେ ସମସ୍ୟାର ସମାଧାନ ପରିବର୍ତ୍ତେ ସେମାନେ ତାଙ୍କ ସ୍ବାମୀ ରଞ୍ଜିତଙ୍କୁ ଗାଳିଗୁଲଜ କରିବା ସହ ଲୋକଙ୍କୁ ଆନ୍ଦୋଳନ ପାଇଁ ମତାଉଥିବା କହି ଧମକାଇଥିଲେ। ଏ କଥା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ରଞ୍ଜିତଙ୍କୁ ଠିକାସଂସ୍ଥା ଅଧିକାରୀ ଏ. କେ. ଗାଙ୍ଗୁଲି ଧମକ ଦେଇଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଏଥିସହ ଖଣିରେ ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରାଯାଇ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଥିବା ସରପଞ୍ଚ ଅଭିଯୋଗ ଆଣିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।
ଏ ନେଇ କଣିହାଁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ କହିଛନ୍ତି, ସରପଞ୍ଚଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଅପରପକ୍ଷେ ୨ ଦିନ ହେଲା ଅଞ୍ଚଳବାସୀଙ୍କ ଆନ୍ଦୋଳନ ଯୋଗୁ ବନ୍ଦ ଥିବା ଖଣି କାର୍ଯ୍ୟ ସୋମବାର ଅପରାହ୍ନରେ ତାଳଚେର ଉପଜିଲାପାଙ୍କ କାର୍ଯ୍ୟାଳୟରେ ଆଲୋଚନା ପରେ ଆରମ୍ଭ ହୋଇଛି। ଏ ବାବଦରେ ଖଣି ଜିଏମ୍‌ ନାରାୟଣ ଦାସ କହିଛନ୍ତି, ସରପଞ୍ଚଙ୍କ ନାମରେ ତାଙ୍କ ସ୍ବାମୀ ନିଜ ସ୍ବାର୍ଥ ପାଇଁ କାମ କରୁଛନ୍ତି। ଏକଥା ଅଞ୍ଚଳବାସୀ ମଧ୍ୟ ଜାଣିଛନ୍ତି। ସ୍ବାର୍ଥ ହାସଲ ପାଇଁ ସେମାନେ ଏପରି କରୁଛନ୍ତି। ଯାହା ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri