କାମାକ୍ଷାନଗର ଏନ୍‌ଏସି ହଟାଇଲା ଜବରଦଖଲ

କାମାକ୍ଷାନଗର, ୧୮।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିରେ ରାସ୍ତା ପାର୍ଶ୍ୱ ଡ୍ରେନ୍‌ ଉପରେ ଥିବା ଅସ୍ଥାୟୀ ଘରଗୁଡ଼ିକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି।  ଏନ୍‌ଏସିର ସୌନ୍ଦର୍ଯ୍ୟକରଣ ବଢ଼ାଇବା ଏବଂ ଟ୍ରାଫିକ୍‌ ସମସ୍ୟାର ସମାଧାନ ଲାଗି ପ୍ରଶାସନ ଏବଂ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ପୂର୍ବରୁ ଜବରଦଖଲ ହଟାଯାଇଥିଲା। ତେବେ ବ୍ୟବସାୟୀମାନେ ପୁନର୍ବାର ରାସ୍ତା କଡ଼ରେ ଗୃହ ନିର୍ମାଣ କରିଥିଲେ। ଏନ୍‌ଏସି ନିର୍ବାହୀ ଅଧିକାରୀ ଇଂ. ବିରାଜ ପ୍ରସାଦ ରଥଙ୍କ ନେତୃତ୍ୱରେ କର୍ମଚାରୀମାନେ ଜେସିବି ସହାୟତାରେ ଜବରଦଖଲ ହଟାଇଛନ୍ତି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ରାଜସ୍ବ ଅଧିକାରୀ ମନୋଜ କୁମାର ମାଝି, ଥାନାଧିକାରୀ ନିରଞ୍ଜନ ସେଠୀ ପ୍ରମୁଖ ଉଚ୍ଛେଦ କାର୍ଯ୍ୟ ତଦାରଖ କରିଥିଲେ।

ଅନ୍ୟପଟେ ଉଚ୍ଛେଦ ପରେ କ୍ଷୁଦ୍ର ବ୍ୟବସାୟୀଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି। କର୍ମ ନିୟୋଜନର ପନ୍ଥା ବନ୍ଦ ହୋଇଯାଇଥିବାରୁ ସେମାନେ ଏବେ ଚିନ୍ତା ଅଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀ କୁହନ୍ତି, ସମ୍ପୃକ୍ତ ବ୍ୟବସାୟୀମାନେ ରାସ୍ତାପାର୍ଶ୍ୱ ଜାଗାକୁ ଜବରଦଖଲ କରି ବେଆଇନ ଭାବେ ବ୍ୟବସାୟ କରୁଥିଲେ। ସେମାନଙ୍କୁ ଏ ନେଇ ଚେତାବନୀ ଦିଆଯାଇଥିଲା। ଏହାକୁ ଅମାନ୍ୟ କରିବାକୁ ଏନ୍‌ଏସି ପକ୍ଷରୁ ଉଚ୍ଛେଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri