କାମ କରିବାକୁ ଯାଇ ଶ୍ରମିକ ନିଖୋଜ: ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ବିନିକା,୨ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମରେ ବୁଧବାର ଜଣେ ଶ୍ରମିକ କ୍ଷେତକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ତପନ ମହାନନ୍ଦ ଓରଫ କାଳିଆ(୪୩)। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳୁନି। ମୃତକଙ୍କ ପରିବାର ଲୋକେ ଓ କୁଇବାହାଲ ଗ୍ରାମବାସୀ ତପନଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରାମରେ ବୁଧବାର ସନ୍ଧ୍ୟାରୁ ଉତ୍ତେଜନା ଲାଗିରହିଛି।
ସୂଚନା ଅନୁସାରେ ତପନ ବୁଧବାର ପୂବାହ୍ନ ୧୦ଟାରୁ ବିନିକା ବ୍ଲକ ମେଘଲା ପଞ୍ଚାୟତ ଅନ୍ତର୍ଗତ ସିଲଜୁରୀ ଗ୍ରାମର ଜଣେ ଚାଷୀଙ୍କ ରବିଧାନ କ୍ଷେତରେ ସାର ପକାଇବାକୁ ଯାଉଛି କହି ଘରୁ ବାହାରିଥିଲେ। ମାତ୍ର ସନ୍ଧ୍ୟା ୬ଟା ଯାଏଁ ଘରକୁ ଫେରି ନ ଥିଲେ। ସ୍ତ୍ରୀ ଯାଜ୍ଞସେନୀ ଏ ନେଇ ସାହି ପଡିଶାଙ୍କୁ ଜଣାଇଲେ। ପରେ ସାହିର କେତେକ ଯୁବକ ସିଲଜୁରୀ ଗ୍ରାମକୁ ଯାଇ ସମ୍ପୃକ୍ତ ଚାଷୀଙ୍କୁ ତପନଙ୍କ ସମ୍ପର୍କରେ ପଚରାଉଚୁରା କରିଥିଲେ। ହେଲେ ତପନ ମୋ କ୍ଷେତକୁ ସାର ପକାଇବାକୁ ଆସି ନ ଥିବା ସମ୍ପୃକ୍ତ ଚାଷୀ ଜଣକ କହିଥିଲେ। ଏହା ପରେ କୁଇବାହାଲ ଗାଁର ଯୁବକମାନେ ତାଙ୍କ କଥାରେ ସନ୍ଦେହ ପ୍ରକାଶ କରିଥିଲେ। ପରେ ସମ୍ପୃକ୍ତ ଚାଷୀଙ୍କୁ କୁଇବାହାଲ ହରିଜନପଡାସ୍ଥିତ କ୍ଲବ ଘରକୁ ଆଣି ପଚରାଉଚୁରା କରିଥିଲେ। ଘଟଣା ବିଷୟରେ ସୂଚନା ପାଇ ରାତି ପ୍ରାୟ ସାଢେ ୧ଟାରେ ରାମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତପନଙ୍କୁ ମାରି ଦିଆଯାଇଛି ବୋଲି କୁଇବାହାଲ ଗ୍ରାମବାସୀ ଅଭିଯୋଗ କରିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଖବର ପାଇ ଜିଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ରାମପୁର ପୋଲିସ ସମ୍ପୃକ୍ତ ଚାଷୀ ଓ କୁଇବାହାଲ ଗାଁରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଏ ନେଇ ଥାନାରେ ଏକ ମାମଲା(ନଂ.୬/୨୦)ରୁଜୁ ହୋଇଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଏସ୍‌ଡିପିଓ ମିହିର ପଣ୍ଡାଙ୍କ ସହିତ ରାମପୁର ଓ ବିନିକା ଥାନା ପୋଲିସ ଅଟକ ଦୁଇଜଣଙ୍କୁ ବିନିକା ବାରଡୁଙ୍ଗୁରୀ ଜଙ୍ଗଲକୁ ନେଇ ନିଖୋଜ ତପନଙ୍କୁ ଖୋଜାଖୋଜି କରିଥିଲେ। ଏହାକୁ ନେଇ କୁଇବାହାଲ ଗଁାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଁାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପରିସ୍ଥିତି ପ୍ରତି ତୀକ୍ଷଣ ଦୃଷ୍ଟିି ରଖାଯାଇଛି ବୋଲି ଏସ୍‌ଡିପିଓ ପଣ୍ଡା କହିଛଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri