କାମ କରିବାକୁ ଯାଇ ଶ୍ରମିକ ନିଖୋଜ: ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ବିନିକା,୨ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମରେ ବୁଧବାର ଜଣେ ଶ୍ରମିକ କ୍ଷେତକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ତପନ ମହାନନ୍ଦ ଓରଫ କାଳିଆ(୪୩)। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳୁନି। ମୃତକଙ୍କ ପରିବାର ଲୋକେ ଓ କୁଇବାହାଲ ଗ୍ରାମବାସୀ ତପନଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରାମରେ ବୁଧବାର ସନ୍ଧ୍ୟାରୁ ଉତ୍ତେଜନା ଲାଗିରହିଛି।
ସୂଚନା ଅନୁସାରେ ତପନ ବୁଧବାର ପୂବାହ୍ନ ୧୦ଟାରୁ ବିନିକା ବ୍ଲକ ମେଘଲା ପଞ୍ଚାୟତ ଅନ୍ତର୍ଗତ ସିଲଜୁରୀ ଗ୍ରାମର ଜଣେ ଚାଷୀଙ୍କ ରବିଧାନ କ୍ଷେତରେ ସାର ପକାଇବାକୁ ଯାଉଛି କହି ଘରୁ ବାହାରିଥିଲେ। ମାତ୍ର ସନ୍ଧ୍ୟା ୬ଟା ଯାଏଁ ଘରକୁ ଫେରି ନ ଥିଲେ। ସ୍ତ୍ରୀ ଯାଜ୍ଞସେନୀ ଏ ନେଇ ସାହି ପଡିଶାଙ୍କୁ ଜଣାଇଲେ। ପରେ ସାହିର କେତେକ ଯୁବକ ସିଲଜୁରୀ ଗ୍ରାମକୁ ଯାଇ ସମ୍ପୃକ୍ତ ଚାଷୀଙ୍କୁ ତପନଙ୍କ ସମ୍ପର୍କରେ ପଚରାଉଚୁରା କରିଥିଲେ। ହେଲେ ତପନ ମୋ କ୍ଷେତକୁ ସାର ପକାଇବାକୁ ଆସି ନ ଥିବା ସମ୍ପୃକ୍ତ ଚାଷୀ ଜଣକ କହିଥିଲେ। ଏହା ପରେ କୁଇବାହାଲ ଗାଁର ଯୁବକମାନେ ତାଙ୍କ କଥାରେ ସନ୍ଦେହ ପ୍ରକାଶ କରିଥିଲେ। ପରେ ସମ୍ପୃକ୍ତ ଚାଷୀଙ୍କୁ କୁଇବାହାଲ ହରିଜନପଡାସ୍ଥିତ କ୍ଲବ ଘରକୁ ଆଣି ପଚରାଉଚୁରା କରିଥିଲେ। ଘଟଣା ବିଷୟରେ ସୂଚନା ପାଇ ରାତି ପ୍ରାୟ ସାଢେ ୧ଟାରେ ରାମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତପନଙ୍କୁ ମାରି ଦିଆଯାଇଛି ବୋଲି କୁଇବାହାଲ ଗ୍ରାମବାସୀ ଅଭିଯୋଗ କରିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଖବର ପାଇ ଜିଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ରାମପୁର ପୋଲିସ ସମ୍ପୃକ୍ତ ଚାଷୀ ଓ କୁଇବାହାଲ ଗାଁରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଏ ନେଇ ଥାନାରେ ଏକ ମାମଲା(ନଂ.୬/୨୦)ରୁଜୁ ହୋଇଥିଲା। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଏସ୍‌ଡିପିଓ ମିହିର ପଣ୍ଡାଙ୍କ ସହିତ ରାମପୁର ଓ ବିନିକା ଥାନା ପୋଲିସ ଅଟକ ଦୁଇଜଣଙ୍କୁ ବିନିକା ବାରଡୁଙ୍ଗୁରୀ ଜଙ୍ଗଲକୁ ନେଇ ନିଖୋଜ ତପନଙ୍କୁ ଖୋଜାଖୋଜି କରିଥିଲେ। ଏହାକୁ ନେଇ କୁଇବାହାଲ ଗଁାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଁାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପରିସ୍ଥିତି ପ୍ରତି ତୀକ୍ଷଣ ଦୃଷ୍ଟିି ରଖାଯାଇଛି ବୋଲି ଏସ୍‌ଡିପିଓ ପଣ୍ଡା କହିଛଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri