କର୍ମ ହିଁ ଭଗବାନ: ପରମାନକରି ଦେଖାଲେ ଡାକ୍‌ତର

ସମ୍ବଲପୁର,୧୯।୩ (ଡି.ଏନ୍‌.ଏ.)- କରୋନାର ମୁକାବିଲା, ସଚେତନତା ଆର ଚିକିଛା ଲାଗି ସୁଆସ୍‌ତିଅ ବିଭାଗର ମୁଖିଆ ଦାଇତିଅ ରହିଛେ। ଡାକ୍‌ତର, ନର୍ସ ଆର କରମ୍‌ଚାରୀମାନେ ନିଜର ଜୀବନ୍‌କେ ପାଏନ୍‌ଛଡ଼େଇ ଲୁକ୍‌କର ସେବାର ଲାଗି ଆଗ୍‌ଧାଡ଼ିରେ ଠିଆ ହେଇଛନ୍‌। ଏନ୍‌ତା ଘଡ଼ିସଁଧି ସମିଆରେ ବାପାର ମୁର୍‌ତୁର ଦିନେ ଉତାରୁ ପରିବାର ଓ କଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ ନିଜର କାଯ୍‌ରେ ଯୋଗ ଦେଇଛନ୍‌। ଇ ଘଟନାକେ ଲୋକ ସବୁ ମହଲରେ ପରସଁସା କରୁଛନ୍‌। ସେନ୍‌ତା ମଙ୍ଗଲବାର ସମ୍ବଲପୁର ଜିଲା ସଦର ଡାକ୍‌ତରଖାନାର ଏଡିଏମ୍‌ଓ ଡା.ଅଶୋକ ଦାସକଁର ମା’ ପଦ୍ମିନୀ ଦାସକଁର ମୁର୍‌ତୁ ହେଇଥିଲା। ବେଲବୁଡେ ରାଜଘାଟରେ ତାକର ଶବ ସତ୍‌କାର ହେଇଥିଲା। ହେଲେ ନିଜର କାମ୍‌କେ ଗୁରୁତ୍‌ ଦେଇ ଡା.ଅଶୋକ ଦାସ ବୁଧବାର ସଖାଲେ ନିଜର କାଯ୍‌ରେ ଯୋଗ ଦେଇଛନ୍‌। କରୋନା ମୁକାବିଲା ଲାଗି ପରଶାସନ ତରଫୁ ତାହାକୁ ଦାଇତିଅ ଦିଆଯାଇଛେ। ବିଭାଗ ତରଫୁ କାଣା ପଦକ୍ଷେପ ନିଆଯାଉଛେ, କେନ୍‌ଥେଇ ଲୁକ୍‌କୁ ସଚେତନ କରାଯାଉଛେ ଇ ସବୁ କଥା ସେ ବୁଝୁଛନ୍‌। ସେନ୍‌ତା ସଁଧେରେ ଥିବାର ଲୋକ୍‌ ଆର ରୋଗ୍‌ ଲାଗି ଏକ୍‌ବଖରି ହେଇ ଘରମାନ୍‌କେ ଥିବାର ଲୋକ୍‌ମାନକର ବିଷେରେ ସେ ପରଶାସନ ସଂଗେ ସବୁବେଲେ ଯୋଗାଯୋଗରେ ରହୁଛନ୍‌। ବୁଧୁବାର ବି ଡା.ଦାସ ଜିଲାପାଳକଁର ଦପ୍‌ତରକେ ଯାଇ ନିଜର ରିପୋର୍ଟ ଦେଇଥିଲେ। ସୂଚନା ଅନ୍‌ସାରେ ଡା.ଦାସ ପାଖାପାଖି ୪ ବଛର ହେଲା ଜିଲା ଡାକ୍‌ତରଖାନାରେ କାମ୍‌ କରୁଛନ୍‌। ଭିନେ ଭିନେ ବିଭାଗର ଏଡିଏମ୍‌ଓ ହିସାବେ ସେ ସଫଲତାର ସହିତ କାଯ୍‌ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri