କରୋନା ବଦଳାଇ ଦେଲା ଜୀବନର ମୋଡ: ମାଛ ବିକୁଛନ୍ତି ଗୀତିକାର

ଭଦ୍ରକ ଅଫିସ, ୫ା୬- କୁମାର ଗୌତମ ଭଦ୍ରକ ସହର ତଥା ଜିଲାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ, ଓଲିଉଡ ଜଗତରେ ତାଙ୍କର ସ୍ବତନ୍ତ୍ର ପରିଚିତ ରହିଛି। ସେ ଭଦ୍ରକରେ ମେଲୋଡି ପାର୍ଟି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କରୋନା ଲକ୍‌ଡାଉନ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା। ପେଟର ଭୋକ କଣ୍ଠଶିଳ୍ପୀଙ୍କ କଣ୍ଠରୁଦ୍ଧ କରିଛି। ଫୁଟପାଥକୁ ଓହ୍ଲାଇ ଏବେ କରୁଛନ୍ତି ମାଛ ବେପାର। ଯେଉଁ ହାତରେ ମାଇକ୍‌ ଧରି ଲକ୍ଷାଧିକ ଶ୍ରୋତାଙ୍କ ମନ କିଣୁଥିଲେ ଗୌତମ ସେହି ହାତରେ ଏବେ ଧରିଛନ୍ତି ମାଛ ଓ ଦଣ୍ଡିପାଲ।
ସେ ଯାତ୍ରା ହେଉ କି ମେଲୋଡି, ସବୁଠି କୁମାର ଗୌତମଙ୍କ କଣ୍ଠରୁ ଗୀତ ଶୁଣିବାକୁ ଶ୍ରୋତାଙ୍କ ଭିଡ଼ ଜମିଯାଏ। ସେ ପ୍ରଥମେ ଯାତ୍ରା ଜଗତରେ ଚର୍ଚ୍ଚିତ ଗୀତିକାର ଥିଲେ। କିନ୍ତୁ ସ୍ବାବଲମ୍ବୀ ହେବାକୁ ନିଜେ ଏକ ମେଲୋଡି ଟ୍ରୁପ ସଙ୍ଗୀତ ସମ୍ରାଟ କରି ଜୀବିକା ନିର୍ବାହ କରୁଥିଲେ। ଏକା ସିଏ ନୁହେଁ ତାଙ୍କ ପାଇଁ ଟ୍ରୁପରେ ସାମିଲ ଥିବା ୩୦ରୁ ଅଧିକ ପରିବାର ନିର୍ଭର କରୁଥିଲେ। ହେଲେ ମହାମାରୀ କରୋନା ତାଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ହେଲେ ସେ ଆତ୍ମବିଶ୍ୱାସ ହରାଇନାହାନ୍ତି। ଅଢେଇ ମାସ ଅପେକ୍ଷା କରିବା ପରେ ପରିବାର ଚଳାଇବା ପାଇଁ ମାଛ ବ୍ୟବସାୟ କରିବାକୁ ମନ ବଳାଇଲେ। କାହାକୁ ହାତ ପାତିବା ଅପେକ୍ଷା ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଏହି ମାଛ ବ୍ୟବସାୟ କରୁଛନ୍ତି। ସକାଳୁ ସକାଳୁ ଭଦ୍ରକ ସହରାଞ୍ଚଳ ବନ୍ତ ଛକରେ ଦୁଇଟି ଛତା ତଳେ ମାଛ ଦୋକାନ ଖୋଲନ୍ତି କୁମାର ଗୌତମ। ସମସ୍ତେ ମାଛ କିଣନ୍ତି ସତ, ହେଲେ ମାଛ ବିକୁଥିବା ଲୋକକୁ ଦେଖି ଗ୍ରାହକ ଚକିତ ହୋଇପଡ଼ନ୍ତି। ତାଙ୍କର ଏପରି ଆତ୍ମନିର୍ଭରଶୀଳ ପନ୍ଥାକୁ ଲୋକେ ପ୍ରଶଂସା କରିବା ସହ ସରକାରୀ ସହାୟତା ମିଳିବା ଦରକାର ବୋଲି କୁହନ୍ତି। ଲକ୍‌ ଡାଉନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏଭଳି କଳାକାରଙ୍କ ପାଇଁ କୌଣସି ଯୋଜନା ନ ଥିବାରୁ ବଞ୍ଚତ୍ବା ପାଇଁ ଏହା ଏକ ମାଧ୍ୟମ ବୋଲି କୁହନ୍ତି କୁମାର ଗୌତମ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri