କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ। ହେଲେ ଏହି ଯୋଜନାର ସୁବିଧା ସୁଯୋଗ ନେବା ପାଇଁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ ପାଉନାହିଁ। ମହିଳାମାନେ କେତେକାଂଶରେ ଅସ୍ତ୍ରୋପଚାର କରୁଥିଲେ ମଧ୍ୟ ପୁରୁଷମାନେ ମଙ୍ଗୁନାହାନ୍ତି। ଫଳରେ ପୁରୁଷଙ୍କ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର ସଂଖ୍ୟା ଶୂନ୍ୟ ହୋଇପଡ଼ୁଥିବା ବେଳେ ଉପଯୁକ୍ତ ସଚେତନତା ଅଭାବରୁ ମହିଳାମାନଙ୍କ ଅସ୍ତ୍ରୋପଚାର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି।
ଏହି ଯୋଜନାର ସଫଳତା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଜାରି ରହିଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହି ଯୋଜନା ଏକପ୍ରକାର ଦିଗହରା ହୋଇପଡ଼ିଥିବା ଅଭିଯୋଗ ହେଉଛି। ୨୦୧୮-୧୯ରେ ବଅଁରପାଳ ବ୍ଲକ ଅଞ୍ଚଳରେ ୮ ଶହ ମହିଳାଙ୍କ କ୍ଷେତ୍ରରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯, ଏପରି ମୋଟ୍‌ ୬୧ ଜଣ ମହିଳା ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି। ପୁରୁଷମାନଙ୍କ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ସହଜ ଓ ଫଳପ୍ରଦ। ଏହାଛଡ଼ା ପୁରୁଷମାନଙ୍କ ପାଇଁ ଅଧିକ ପ୍ରତ୍ସୋହନ ରାଶିର ବ୍ୟବସ୍ଥା ରହିଛି। ମହିଳାମାନଙ୍କ ପାଇଁ ୧୪ ଶହ ଟଙ୍କା ଥିବା ବେଳେ ପୁରୁଷମାନଙ୍କୁ ୨ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ପୂର୍ବରୁ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ସଂଖ୍ୟାରେ ମହିଳା ଏହି ଅସ୍ତ୍ରୋପଚାର କରୁଥିଲେ। କାରଣ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅସ୍ତ୍ରୋପଚାର କଲେ ୧୪ଶହ ଟଙ୍କା ମିଳୁଥିବା ବେଳେ ଘରୋଇ ଚିକିତ୍ସାକେନ୍ଦ୍ରରେ ମାତ୍ର ୧ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ତେବେ ୪ ବର୍ଷ ହେଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ବନ୍ଦ ରହିଛି। ତେଣୁ ଆଗ୍ରହୀ ମହିଳାଙ୍କୁ ତାଳଚେର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ କେତେକ ଘରୋଇ ଚିକିତ୍ସାକେନ୍ଦ୍ରରେ ଏହି ଅସ୍ତ୍ରୋପଚାର କରାଯାଉଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପଲତା ପ୍ରଧାନ କୁହନ୍ତି, ୪ ବର୍ଷ ହେଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ ରହିଛି। ଚଳିତ ବର୍ଷ ୮ ଶହ ମହିଳାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ୬୧ ଜଣ ମହିଳା ଅସ୍ତ୍ରୋପଚାର ହୋଇଛନ୍ତି। ଏହି ସଂଖ୍ୟା ଯେପରି ବୃଦ୍ଧି ପାଇବ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ମହିଳାମାନେ ନୂତନ ଗର୍ଭ ନିରୋଧକ ପଦ୍ଧତି ଅବଲମ୍ବନ କରି ଉପକୃତ ହେଉଥିବାରୁ ଏପରି ଅସ୍ତ୍ରୋପଚାର ପାଇଁ ଆଉ ପୂର୍ବପରି ଆଗ୍ରହ ପ୍ରକାଶ କରୁ ନ ଥିବା ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?