ଆଠମଲ୍ଲିକ,୧୨ା୬(ଡି.ଏନ.ଏ.)-ଆଠମଲ୍ଲିକ ଥାନା ଜାମୁଡୋଲି ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠମଲ୍ଲିକ ଥାନା କଣ୍ଟାପାବୁଲି ଗ୍ରାମର ମଧୁସୂଦନ ଗୁଡାୟକ (୨୬), ପୁରୁଣାକୋଟ ଥାନା ଟିକରପଡା ଗ୍ରାମର ଦିଲୀପ ସେଠ (୨୧), ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ଅଜିତ ପଟ୍ଟନାୟକ (୨୩), ବାଉଁଶୁଣୀ ଥାନା କଙ୍କଲା ଗ୍ରାମର ମାନଭଞ୍ଜନ ବେହେରା (୨୧) ଓ ଡମ୍ବରୁ କର୍ମୀ (୨୧)।
ପୋଲିସ ସୁତ୍ରରୁ ପ୍ରକାଶ, ଜାମୁଡୋଲି ଫାଣ୍ଡିର କନଷ୍ଟେବଳ ପ୍ରତାପ ପ୍ରଧାନ ଫାଣ୍ଡିକୁ ଯାଉଥିବା ବେଳେ ଆଠମଲ୍ଲିକ-ବିନିକେୟୀ ରାସ୍ତାର ତିତିଗାଁ ମଦଭାଟି ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଅଭିଯୁକ୍ତମାନେ ମଦ୍ୟପାନ କରୁଥିଲେ। ଅଭିଯୁକ୍ତଙ୍କ ଗାଡିଗୁଡିକ ରାସ୍ତା ମଝିରେ ରଖାଯାଇଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଏହି ସମୟରେ ପ୍ରତାପ ମଧ୍ୟ ତାଙ୍କ ଗାଡ଼ିକୁ ଆଗକୁ ନେଇ ପାରି ନ ଥିଲେ। ଏ ନେଇ ସେ ଅଭିଯୁକ୍ତମାନଙ୍କୁ ପଚାରିବାରୁ ସେମାନେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏଥିସହ ତାଙ୍କର ଦୁଇଟି ମୋବାଇଲ ମଧ୍ୟ ନେଇଯାଇଥିବା ପ୍ରତାପ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଆଠମଲ୍ଲିକ ପୋଲିସ ନଂ. ୫୪/୧୯ରେ ମାମଲା ରୁଜୁ କରିଛି। ବୁଧବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ।
ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା
ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…
ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ
ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…
ବିଲକୁ ଯାଇଥିଲେ ୨ ଭାଇ, ହଠାତ୍ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…
ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…
ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….
ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…
ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ
ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…
ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା
ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…
ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ
ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…
ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…
Archives

