କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର

କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛନ୍ତି। ଦଲକ ଓ ପୋଇପାଳ ବାସିନ୍ଦାଙ୍କ କହିବା ମୁତାବକ, ହାତୀପଲ ଗ୍ରାମରେ ପଶି ବହୁ ଲାଭକରୀ ଫସଲ ସହ ଆମ୍ବ, ପଣସ, ଅମୃତ ଭଣ୍ଡା, କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରୁଛନ୍ତି। ଛତି ଭାନୁ, ପତୁରୁଆ, ଅଙ୍ଗାରୁଆ, ବାଲି, ବିଡିଡଣ ଆଦି ଜଙ୍ଗଲରୁ ହାତୀପଲ ଜନବସତି ମୁହାଁ ହେଉଛନ୍ତି। ତୁରନ୍ତ ଏହି ଅଞ୍ଚଳରୁ ହାତୀ ଘଉଡାଇବା ପାଇଁ ଦାବି ହୋଇଛି। ଏ ନେଇ କଣିହାଁ ବନାଞ୍ଚଳ ଅଧିକାରୀ ପ୍ରତାପ ରାଉଳ କହିଛନ୍ତି, ଦେବଗଡ ଜିଲାରୁ ୩ଟି ହାତୀ ପଶି କ୍ଷୟକ୍ଷତି କରୁଛନ୍ତି। ହନୁମାନପୁର, ରେଙ୍ଗାଳୀ ଫରେଷ୍ଟ ସେକ୍ସନରେ ଜଙ୍ଗଲ ମଧ୍ୟକୁ ବାଟ ହୁଡି ହାତୀପଲ ଗ୍ରାମରେ ପଶିଯାଉଛନ୍ତି। ବନାଞ୍ଚଳର ୩ ଫରେଷ୍ଟ ସେକ୍ସନ କର୍ମଚାରୀ ହାତୀ ଘଉଡାକାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ସରକାର କ୍ଷୟକ୍ଷତିର ରିପୋର୍ଟ ନେଇ ବିଭାଗ ଜରିଆରେ କ୍ଷତିପୂରଣ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ,କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଜଣାଇଲେ ଶୁଭେଚ୍ଛା  

ନୂଆଦିଲ୍ଲୀ,୨।୫: ପ୍ରସିଦ୍ଧ ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।…

ଇରାନ ମାଟିରେ କେଉଁଠୁ ଆସିଲା ଏତେ ବୋମା? ଯାହାକୁ ଡିଫ୍ୟୁଜ କରୁକରୁ ଗଲା ୧୪ IRGC ବୈଜ୍ଞାନିକଙ୍କ ଜୀବନ

ତେହରାନ,୨।୫: ଇରାନର ଜାଞ୍ଜାନ ପ୍ରଦେଶରେ ଏକ ବଡ଼ ସାମରିକ ଅଭିଯାନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ…

T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା…

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଶୁଭଶ୍ରୀ-ଆଶୁତୋଷ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଏହିଭଳି ଭଞ୍ଜନଗର ସହରରେ ଥିବା ପ୍ରମୁଖ…

ଇରାନର ‘ଡିଲ ମେକର୍‌’, ଆମେରିକା ସହିତ ଆଲୋଚନାରେ ପ୍ରମୁଖ ବ୍ୟକ୍ତି… କିଏ ସେହି ଆବାସ ଆରାକଚି? ଜାଣନ୍ତୁ…

ତେହରାନ,୨।୫: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ବର୍ତ୍ତମାନ ଖବରର…

ମଧ୍ୟପ୍ରାଚ୍ୟ ସଙ୍କଟ ଜାହାଜ ଚଳାଚଳ ମାର୍ଗରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି; ନୂତନ କେନ୍ଦ୍ର ଭାବରେ ଉଭା ହୋଇଛି ଆଫ୍ରିକା

ତେହରାନ,୨।୫: ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟ ମଧ୍ୟରେ, ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଲାଲ…

ମମତା କହିଲେ ପାର କରିବୁ ୨୦୦, କର୍ମୀଙ୍କୁ ଦେଲେ ବଡ଼ ମନ୍ତ୍ର

କୋଲକାତା,୨।୫: ଯଦିଓ ଏକଜିଟ ପୋଲଗୁଡ଼ିକ ବଙ୍ଗଳାରେ ଭାଜପା ବିଜୟର ପୂର୍ବାନୁମାନ କରୁଛନ୍ତି, ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନୋବଳ ଅତୁଟ ରହିଛି। ଭୋଟ ଗଣତି ପୂର୍ବରୁ, ମମତା…

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri