କଟକ ରେଫର ରୋଗୀଙ୍କୁ ନିଆଯାଉଛି ନର୍ସିଂହୋମ : ସରକାରୀ ଆମ୍ବୁଲାନ୍ସ ବ୍ୟବହାର ଅଭିଯୋଗ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ମେଡିକାଲରୁ ରେଫର ହେଉଥିବା ଗୁରୁତର ରୋଗୀଙ୍କ ମଧ୍ୟରୁ କେତେଜଣଙ୍କୁ କଟକ ବଦଳରେ ଅନୁଗୋଳର ଘରୋଇ ନର୍ସିଂହୋମ୍‌କୁ ନିଆଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲ ମେଡିକାଲର କେତେଜଣ କର୍ମଚାରୀଙ୍କୁ ହାତ କରି ଏପରି କରୁଥିବା ବେଳେ ଏଥିରେ ସରକାରୀ ଆମ୍ବୁଲାନ୍ସକୁ ବ୍ୟବହାର କରିବା ନେଇ ଗୁରୁତର ଅଭିଯୋଗ ହେଉଛି। ବାରମ୍ବାର ଏପରି ଘଟଣା ଘଟୁଥିଲେ ବି ମେଡିକାଲ ପ୍ରଶାସନ ସବୁଜାଣି ନୀରବ ରହିବା ଚର୍ଚ୍ଚା ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅନ୍ୟ ସରକାରୀ ମେଡିକାଲକୁ ରୋଗୀ ନେବା ପାଇଁ ସମୁଦାୟ ୫ଟି ଆମ୍ବୁଲାନ୍ସ ରହିଛି। ସେଥିମଧ୍ୟରୁ ୪ଟି ଛୋଟ ହୋଇଥିବାବେଳେ ଗୋଟିଏ ହେଉଛି ବଡ଼ ଆମ୍ବୁଲାନ୍ସ। ତେବେ ଅନୁଗୋଳ ମେଡିକାଲରୁ ରେଫର ହୋଇ ସରକାରୀ ଆମ୍ବୁଲାନ୍ସରେ କଟକ ଯାଉଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ କଟକ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଘରୋଇ ମେଡିକାଲ ସହ ସାଲିସ୍‌ କରାଯାଇ କେତେକ ରେଫର ରୋଗୀଙ୍କୁ ଉକ୍ତ ସରକାରୀ ଆମ୍ବୁଲାନ୍ସରେ ନର୍ସିଂହୋମ ନିଆଯାଉଥିବା ମେଡିକାଲର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ଏବେ ତାହା ପଦାକୁ ଆସିଛି। ମେ ୨୫ରେ ଗୋଟିଏ ସରକାରୀ ଆମ୍ବୁଲାନ୍ସ (ନଂ. ଓଡି-୧୯-ଏଲ-୨୨୮୬) ଏକ ନର୍ସିଂହୋମକୁ ରୋଗୀ ନେଇ ଯାଇଥିବା ବେଳେ ସେହିମାସ ୩୧ ତାରିଖରେ ମଧ୍ୟ ଆଉ ଏକ ଆମ୍ବୁଲାନ୍ସ ନଂ. (ଓଡି-୧୫-ଜେ-୧୬୫୫) ଉକ୍ତ ଘରୋଇ ମେଡିକାଲକୁ ରୋଗୀ ନେଇ ଯାଇଥିବା କୁହାଯାଉଛି। ତେବେ ଘଟଣା ସମ୍ପର୍କରେ ଅନୁଗୋଳ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି, ଘଟଣା ସମ୍ପର୍କରେ ଜାଣି ନାହିଁ। ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?