କଅଁଲି ବଏସେ ପେଟ୍‌ପୁଷା ଚିନ୍‌ତା

ବିଜେପୁର, ୨୦।୩ (ଡି.ଏନ୍‌.ଏ.)-
ଆଝିର୍‌ ଦୁନିଆଁଥି କିଛି ଅସମ୍ଭବ ନୁହେ। ବାହାଜାଂଗଲ ମାଜ୍‌ଲେ ପେଟ୍‌ କେଭେ ଅପୁଷା ନାଇଁ ରହେ। ହେଲେ ଏଛେନ୍‌ ବି ନିଜର୍‌ ଭାଏଗ୍‌କେ ଦୋଷ ଦେଇ କିଛି ଲୋକ୍‌ କବାର୍‌ବୁତା ନାଇଁକରି କରି ଅଭାବ୍‌ ଅସୁବିଧାଥି ଦିନ୍‌ ବିତଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ସମିଆଥି କଅଁଲି ବଏସେ ବହିପତର୍‌ ଧର୍‌ବାର ଜାଗାରେ ପରିବାରର ବୋଝ୍‌ ଉଠଉଛନ୍‌ ଝନେ ନାବାଲକ୍‌।
ବରଗଡ଼ ଜିଲା ବିଜେପୁର ଏନ୍‌ଏସି ସଦର ମହକୁମାଥି ବମ୍ବେ ଲଡୁ ବିକୁଥିବାର ଇ କମିହଁା ନାବାଲକୁଁ ଭେଟିଥିଲେ ଆମର୍‌ ବିଜେପୁର ଖବରଦାତା। ସେ ହେଉଛନ୍‌ ବରୁଣ ଗୁପ୍ତା(୧୧)। ଜନମ୍‌ ଠାନ୍‌ ଉତ୍ତରପ୍ରଦେଶ୍‌ ରାଏଜ୍‌ର କାନପୁର। ପଏସା ପତର୍‌ର ଅଭାବ ଲାଗି ସେ ସାତ୍‌ କିଲାସନୁ ପାଠ୍‌ ଛାଡ଼ିଛନ୍‌। ଗଲା ବଛର୍‌ କମେଇ କୁଢ଼େଇ ଖାଏବାକେ କାନ୍‌ପୁରରୁ ବରଗଡ଼କେ ଆସିଛନ୍‌। ଅମାପାଲିଠାନେ ଘରଭଡ଼ା ନେଇ ସେ ନିଜର ପରିବାର ସଂଗେ ରହୁଛନ୍‌। ମା’ ପୁଲା, ବାପା ସିନ୍ଧୁ , ଭାଏ ଅନିକେତ ଆର ଦେଢ଼ ବଛର୍‌ର ବହେନ୍‌ ପ୍ରାଂଶୀକୁଁ ନେଇ ତାକର ପରିବାର। ଫିଦିନ୍‌ କୁକ୍‌ରା ଡକା ଆଗ୍‌ରୁ ବାପ୍‌ପୁଓ ଘରେ ବମ୍ବେ ଲଡୁ ତିଆରିବାର ଆରମ୍‌ କରସନ୍‌। ତାକେ ଜରିଥି ପେକିଂ କରସନ୍‌ । ଇ ଫିଦିନିଅଁା କାମ୍‌ ସାରି ବାପ୍‌ ପୁଓ ଲଡୁ ବିକି ବାହାରସନ୍‌। ବାପ୍‌ ସିଦ୍ଧୁ ବରଗଡ଼ ସହରରେ ରହୁଥିଲାବେଲେ ପୁଓ ବରୁଣ ବେପାର ଲାଗି ୨୮ କି.ମି. ବସ୍‌ରେ ବିଜେପୁର ଏରିଆକେ ଆସୁଛନ୍‌। ସେ ଖଁଦେ ବମ୍ବେ ଲଡୁର ଭାର ବୁହି ହାତେ ହରନ୍‌ ବଜେଇ ବଜେଇ ଗଲିକଁଦି ବୁଲି ଲଡୁ ବିକୁଛନ୍‌। ଲାଲେ ଲାଲ୍‌ ବମ୍‌ବେ ଲଡୁ, ଖାଏଲେ ସୁଆଦ ଜାନବ୍‌ ସଢୁ ମିତାର ଅନେକ ମଜାକିଆ କଥା କହି ଛୁଆପୁତାନୁ ବୁଢ଼ାତ ତକ୍‌ ମନ୍‌ମୁହି ଲଡୁ ବିକୁଛନ୍‌। ତାକର କଥା ଶୁନି ଛୁଆମାନେ ବି ଉଷତ୍‌ରେ ଦଶ ଟଁକାକେ ଦୁଇଟା ଲେଖଁା ଲଡୁ ଘିନି ନେଉଥିବାର ଦେଖ୍‌ବାକେ ମିଲିଥିଲା। ଆଏଜକେ ୩ରୁ ୪ ମାସ ହେଲା ବରୁଣ ଇ ଏରିଆକେ ବେପାର କରି ଆସୁଛନ୍‌। ଫିଦିନ ୩ଶହରୁ ୪ଶହ ଟଁକା ତକ୍‌ ସେ ବେପାର କରୁଛନ୍‌। ସେନ୍‌ତା ଇଥି ଦେଢ଼ଶହନୁ ଦୁଇଶହ ତକ୍‌ ଲାଭ ମିଲୁଥିବାର ସେ କହିଛନ୍‌। ତାକର ପାଠ ପଢ଼ା ବାବ୍‌ଦେ ପଚ୍‌ରାଲାରୁ କଁାକରବେ ଆଗିଅଁା ପଢ଼ବାର ମନ୍‌ଥିଲେ ବି ଅଭାବ୍‌ ଅନାଟନ ସବୁବେଲେ ଘଁାଟି ମାରୁଛେ। କାହାର ଠାନେ ହାତ ପତାଲେ ସିନେ ଲାଜ୍‌ ଲାଗ୍‌ବା। ଖରାତରା ସହି ଗଲିକଁଦି ବୁଲି ଯେନ୍‌ ଦୁଇ ପଏସା ମିଲୁଛେ ହେଥି ବଡା ଖୁସି ଲାଗୁଛେ ବଲି ବରୁଣ ହଁସ ହଁସ ମୁହେଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri