ଐତିହାସିକ ରଞ୍ଜାଗୋଳ ରଜ: ଜମୁଛି ଭିଡ଼, ବଢୁଛି ଉତ୍ସାହ

ସାତମାଇଲ, ୧୬।୬(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଆରମ୍ଭ ହୋଇଛି ଐତିହାସିକ ରଜ ମହୋତ୍ସବ ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ୨୦୦ବର୍ଷ ପୁରୁଣା ଏହି ରଜ ଉତ୍ସବ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମଗମ ହେଉଛି। ଶ୍ରଦ୍ଧାଳୁମାନେ ଧୁନି ମନ୍ଦିର ଦର୍ଶନ କରିବା ସହ ମିନାବଜାରରେ ବୁଲି ମଜା ନେଉଛନ୍ତି।
ରଞ୍ଜାଗୋଳ ରଜ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏଠାରେ ପରମ୍ପରା ଅନୁଯାୟୀ ପାଳିତ ହୋଇଥାଏ ଓଡ଼ିଆଙ୍କ ଗଣପର୍ବ ରଜ। ଏଥିପାଇଁ ଗ୍ରାମର ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଛି। ରଜଦୋଳି ଗୀତ, ପିଠାପଣା, ପୋଡ଼ପିଠା, ରଜପାନରେ ମହକି ଉଠିଛି ଗ୍ରାମ୍ୟ ପରିବେଶ। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ମେଳା ଜମୁଛି। ଏଠାକାର ପ୍ରସିଦ୍ଧ ଧୁନି ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ମାତା ବୃନ୍ଦାବତୀ ଏବଂ ତ୍ରିନାଥ ସ୍ବାମୀଙ୍କ ମନ୍ଦିର ଏବଂ ସେଠାରେ ଥିବା ବିରାଟକାୟ ବାମ୍ଫି ପରିଦର୍ଶନ କରିବା ସୁଯୋଗ ହାତଛଡ଼ା କରୁନାହାନ୍ତି ଦର୍ଶକ। ସେହିପରି ଯାତ୍ରା ପଡ଼ିଆରେ ରଜଦୋଳି, ମିନାବଜାର ସାଜିଛି ପ୍ରମୁଖ ଆକର୍ଷଣ। ବିଭିନ୍ନ ସ୍ଥାନରୁ ଆସିଥିବା ଶିଳ୍ପୀମାନେ ହସ୍ତକଳାର ପସରା ମେଲାଇଛନ୍ତି। ମନୋହରି ଦୋକାନ, ଫାଷ୍ଟଫୁଡ୍‌, ଫଳ ଦୋକାନରେ ଭଲ ବ୍ୟବସାୟ ହେଉଛି।
ପଞ୍ଚାୟତ ଦ୍ୱାରା ଏହି ଯାତ୍ରା ପରିଚାଳିତ ହେଉଥିବାବେଳେ ସରପଞ୍ଚ ସତ୍ୟବାଦୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି। ଯାତ୍ରାକୁ ସରସ ସୁନ୍ଦର କରିବାକୁ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଥଣ୍ଡା ପାନୀୟ ଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲିମୀ ଥାନା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri