ଏୟାର ଇଣ୍ଡିଆ ନୂଆ ସିଏମ୍‌ଡି ପାଇବ

ନିକଟରେ ଆପଏଣ୍ଟମେଣ୍ଟସ୍‌ କମିଟି ଅଫ୍‌ କ୍ୟାବିନେଟ (ଏସିସି) କେନ୍ଦ୍ରରେ ସଚିବ ସ୍ତରୀୟ ପଦ ପାଇବା ପାଇଁ ୨୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ନାମ ସମ୍ବଳିତ ତାଲିକାକୁ ଅନୁମୋଦନ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଅଂଶଧନ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ଏୟାର ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ରାଜୀବ ବଂସଲ। ଏୟାର ଲାଇନ୍‌ର ସିଏମ୍‌ଡି ଭାବେ ଫେବୃୟାରୀରୁ ଅଶ୍ୱିନୀ ଲୋହାନିଙ୍କଠାରୁ ଦାୟିତ୍ୱ ନେଇ ତାଙ୍କ ଦ୍ୱିତୀୟ ପାଳିରେ ରହିଛନ୍ତି। ତେବେ ସଚିବ ସ୍ତରୀୟ ପଦଗୁଡିକ ପାଇଁ ନାମ ତାଲିକା ପ୍ରକାଶ ପାଇବା ପରେ ଏୟାର ଇଣ୍ଡିଆରେ ବଂସଲଙ୍କ ଭବିଷ୍ୟତ ସମ୍ପର୍କରେ କିଛି ମନଗଢା କଥା ପଦାକୁ ଆସିଛି। ଏୟାର ଇଣ୍ଡିଆର ସିଏମ୍‌ଡି ପଦ ଏକ ଅତିରିକ୍ତ ସଚିବ ସ୍ତରୀୟ ପଦ। ଏହି ପରିସ୍ଥିତିରେ ବଂସଲ ଏବେ ସଚିବ ସ୍ତରକୁ ଉଠିବେ। ଏୟାର ଇଣ୍ଡିଆ ଖୁବ୍‌ଶୀଘ୍ର ଜଣେ ନୂଆ ସିଏମଡି ପାଇବ ବୋଲି ଏହା ଦର୍ଶାଉ ନାର୍ହିଁ କି? ସରକାର ଏବେ ବି ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ବ୍ୟଗ୍ର। କିନ୍ତୁ ଏହା କୋଭିଡ-୧୯ ସଂକ୍ରମଣର ପ୍ରଭାବ ଯୋଗୁ ବିଳମ୍ବ ହେଉଛି। ପ୍ରଥମ ପ୍ରୟାସରେ ଏହା ବିଫଳ ହୋଇଥିତ୍ଲା, କିନ୍ତୁ ଶତ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତାବ ରଖାଯିବା ପରେ ସରକାର ଏଥିରେ ସଫଳ ହେବେ ବୋଲି ଆଶାବାଦୀ ଅଛନ୍ତି।
ମୁଖ୍ୟ ସଚିବଙ୍କୁ ସମର୍ଥନ
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଉପୁଜିଥିବା ଗମ୍ଭୀର ସ୍ବାସ୍ଥ୍ୟ ସଂକଟକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କେସ୍‌ରେ ଗତ ମାସରେ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। ସରକାରଙ୍କ ଦ୍ୱାରା ଚାଲୁ ରହିଥିବା କରୋନା ମହାମାରୀ ବିରୋଧ ଲଢେଇର ନେତୃତ୍ୱ ନେଇ ଆସୁଛନ୍ତି ମେହେଟ୍ଟା ।
ତେବେ ଜଣାପଡୁଛି ଯେ, ମେହେଟ୍ଟା ତାଙ୍କ ପଦରେ ତିନିମାସ ରହିବାକୁ ନେଇ କେହି ଜଣେ ହେଲେ ବି ଖୁସି ନାହାନ୍ତି। ମହାରାଷ୍ଟ୍ରରେ ଶାସକ ଶିବସେନା ସହ ମେଣ୍ଟ କରିଥିବା କଂଗ୍ରେସର କେତେକ ନେତା ମେହେଟ୍ଟାଙ୍କ ବିବାଦୀୟ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଶୁଖିଲା ରାଶନ ବଦଳରେ ରନ୍ଧାଖାଦ୍ୟ ଯୋଗାଇ ଦେବା ସମ୍ପର୍କରେ ମେହେଟ୍ଟାଙ୍କ ପ୍ରସ୍ତାବ ବିରୋଧରେ ସେମାନେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ଅମଲାତନ୍ତ୍ରିର ବହୁ ସଂଖ୍ୟକ ପ୍ରଶାସକ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ, କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ ମେହେଟ୍ଟା ବଦଳାଇପାରିିବେନାହିଁ। ସୂତ୍ରରୁ ଜଣାପଡିଛି ଯେ, ମେହେଟ୍ଟା କେନ୍ଦ୍ର ସରକାରଙ୍କ ନିୟମ ସମ୍ପର୍କରେ କ୍ୟାବିନେଟକୁ ସୂଚନା ଦେଇଥିଲେ ଏବଂ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିଥିଲେ। ଆଶ୍ରୟସ୍ଥଳୀ ଗୁଡିକରେ ଶୁଖିଲା ରାଶନ ସାମଗ୍ରୀ ଯୋଗାଇଦେବା ଦ୍ୱାରା ଚୋରି ଏବଂ ଦୁର୍ନୀତି ବଢ଼ିବାର ସମ୍ଭାବନା ରହିଛି ବୋଲି ମେହେଟ୍ଟା ଦର୍ଶାଇଥିଲେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତାଙ୍କ ମତକୁ ସମର୍ଥନ କରିଥିଲେ।
ବାବୁଙ୍କୁ ଆଶ୍ୱସ୍ତି
ଏକ ଅସାଧାରଣ ଓ ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ନେଇ ମୋଦି ସରକାର ଡେପୁଟି ସେକ୍ରେଟାରୀଙ୍କ ଠାରୁ ଯୁଗ୍ମ ସଚିବ ସ୍ତର ଯାଏ ସବୁ ଅଧିକାରୀଙ୍କ କେନ୍ଦ୍ରୀୟ ପ୍ରତିନିଯୁକ୍ତିକୁ ବଢାଇ ଦେଇଛନ୍ତି। ସେମାନେ ସମସ୍ତେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଅଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକାଳ ଏହି ମାସ ଶେଷ ସୁଦ୍ଧା ପୂରିବାକୁ ଥିଲା। ଏବେ ସେମାନଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ ଯାଏ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ( ଏସିସି) ଦ୍ୱାରା ନିଆଯାଇଥିଲା । ଯେଉଁ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକାଳ ପୂରଣ କରୁଛନ୍ତି କିମ୍ବା ସେବା ନିବୃତ୍ତ ପରେ କାର୍ଯ୍ୟକାଳ ବୃଦ୍ଧି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ଦର୍ଶାଇଥିବା ଜଣାପଡିଛି। ଏହି ନିର୍ଦ୍ଦେଶନାମା ଯୁଗ୍ମ ସଚିବ,ନିର୍ଦ୍ଦେଶକ ଏବଂ ଡେପୁଟି ସେକ୍ରେଟାରୀ ସ୍ତରର ଅଧିକାରୀମାନଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ । କିନ୍ତୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ କାର୍ଯ୍ୟକାଳ ପୂରଣ କରିଥିବା କିମ୍ବା ଆଉ ୫ କି ୭ବର୍ଷ ପୂରଣ କରିବାକୁ ଥିବା ଅନେକ ଅତିରିକ୍ତ ସଚିବଙ୍କୁ ସଂକଟରେ ପକାଇଦେଇଛି। ସାରା ଦେଶ ଲକ୍‌ଡାଉନରେ ଥିବାବେଳେ ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ମନେହୁଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri