ଏୟାର ଇଣ୍ଡିଆ ନୂଆ ସିଏମ୍‌ଡି ପାଇବ

ନିକଟରେ ଆପଏଣ୍ଟମେଣ୍ଟସ୍‌ କମିଟି ଅଫ୍‌ କ୍ୟାବିନେଟ (ଏସିସି) କେନ୍ଦ୍ରରେ ସଚିବ ସ୍ତରୀୟ ପଦ ପାଇବା ପାଇଁ ୨୮ ଜଣ ଆଇଏଏସ୍‌ ଅଧିକାରୀଙ୍କ ନାମ ସମ୍ବଳିତ ତାଲିକାକୁ ଅନୁମୋଦନ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଅଂଶଧନ ବିକ୍ରି କରିବାକୁ ଗ୍ରାହକ ଖୋଜୁଥିବା ଏୟାର ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ରାଜୀବ ବଂସଲ। ଏୟାର ଲାଇନ୍‌ର ସିଏମ୍‌ଡି ଭାବେ ଫେବୃୟାରୀରୁ ଅଶ୍ୱିନୀ ଲୋହାନିଙ୍କଠାରୁ ଦାୟିତ୍ୱ ନେଇ ତାଙ୍କ ଦ୍ୱିତୀୟ ପାଳିରେ ରହିଛନ୍ତି। ତେବେ ସଚିବ ସ୍ତରୀୟ ପଦଗୁଡିକ ପାଇଁ ନାମ ତାଲିକା ପ୍ରକାଶ ପାଇବା ପରେ ଏୟାର ଇଣ୍ଡିଆରେ ବଂସଲଙ୍କ ଭବିଷ୍ୟତ ସମ୍ପର୍କରେ କିଛି ମନଗଢା କଥା ପଦାକୁ ଆସିଛି। ଏୟାର ଇଣ୍ଡିଆର ସିଏମ୍‌ଡି ପଦ ଏକ ଅତିରିକ୍ତ ସଚିବ ସ୍ତରୀୟ ପଦ। ଏହି ପରିସ୍ଥିତିରେ ବଂସଲ ଏବେ ସଚିବ ସ୍ତରକୁ ଉଠିବେ। ଏୟାର ଇଣ୍ଡିଆ ଖୁବ୍‌ଶୀଘ୍ର ଜଣେ ନୂଆ ସିଏମଡି ପାଇବ ବୋଲି ଏହା ଦର୍ଶାଉ ନାର୍ହିଁ କି? ସରକାର ଏବେ ବି ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ବ୍ୟଗ୍ର। କିନ୍ତୁ ଏହା କୋଭିଡ-୧୯ ସଂକ୍ରମଣର ପ୍ରଭାବ ଯୋଗୁ ବିଳମ୍ବ ହେଉଛି। ପ୍ରଥମ ପ୍ରୟାସରେ ଏହା ବିଫଳ ହୋଇଥିତ୍ଲା, କିନ୍ତୁ ଶତ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତାବ ରଖାଯିବା ପରେ ସରକାର ଏଥିରେ ସଫଳ ହେବେ ବୋଲି ଆଶାବାଦୀ ଅଛନ୍ତି।
ମୁଖ୍ୟ ସଚିବଙ୍କୁ ସମର୍ଥନ
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଉପୁଜିଥିବା ଗମ୍ଭୀର ସ୍ବାସ୍ଥ୍ୟ ସଂକଟକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କେସ୍‌ରେ ଗତ ମାସରେ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। ସରକାରଙ୍କ ଦ୍ୱାରା ଚାଲୁ ରହିଥିବା କରୋନା ମହାମାରୀ ବିରୋଧ ଲଢେଇର ନେତୃତ୍ୱ ନେଇ ଆସୁଛନ୍ତି ମେହେଟ୍ଟା ।
ତେବେ ଜଣାପଡୁଛି ଯେ, ମେହେଟ୍ଟା ତାଙ୍କ ପଦରେ ତିନିମାସ ରହିବାକୁ ନେଇ କେହି ଜଣେ ହେଲେ ବି ଖୁସି ନାହାନ୍ତି। ମହାରାଷ୍ଟ୍ରରେ ଶାସକ ଶିବସେନା ସହ ମେଣ୍ଟ କରିଥିବା କଂଗ୍ରେସର କେତେକ ନେତା ମେହେଟ୍ଟାଙ୍କ ବିବାଦୀୟ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଶୁଖିଲା ରାଶନ ବଦଳରେ ରନ୍ଧାଖାଦ୍ୟ ଯୋଗାଇ ଦେବା ସମ୍ପର୍କରେ ମେହେଟ୍ଟାଙ୍କ ପ୍ରସ୍ତାବ ବିରୋଧରେ ସେମାନେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ଅମଲାତନ୍ତ୍ରିର ବହୁ ସଂଖ୍ୟକ ପ୍ରଶାସକ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ, କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିକୁ ମେହେଟ୍ଟା ବଦଳାଇପାରିିବେନାହିଁ। ସୂତ୍ରରୁ ଜଣାପଡିଛି ଯେ, ମେହେଟ୍ଟା କେନ୍ଦ୍ର ସରକାରଙ୍କ ନିୟମ ସମ୍ପର୍କରେ କ୍ୟାବିନେଟକୁ ସୂଚନା ଦେଇଥିଲେ ଏବଂ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିଥିଲେ। ଆଶ୍ରୟସ୍ଥଳୀ ଗୁଡିକରେ ଶୁଖିଲା ରାଶନ ସାମଗ୍ରୀ ଯୋଗାଇଦେବା ଦ୍ୱାରା ଚୋରି ଏବଂ ଦୁର୍ନୀତି ବଢ଼ିବାର ସମ୍ଭାବନା ରହିଛି ବୋଲି ମେହେଟ୍ଟା ଦର୍ଶାଇଥିଲେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତାଙ୍କ ମତକୁ ସମର୍ଥନ କରିଥିଲେ।
ବାବୁଙ୍କୁ ଆଶ୍ୱସ୍ତି
ଏକ ଅସାଧାରଣ ଓ ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ନେଇ ମୋଦି ସରକାର ଡେପୁଟି ସେକ୍ରେଟାରୀଙ୍କ ଠାରୁ ଯୁଗ୍ମ ସଚିବ ସ୍ତର ଯାଏ ସବୁ ଅଧିକାରୀଙ୍କ କେନ୍ଦ୍ରୀୟ ପ୍ରତିନିଯୁକ୍ତିକୁ ବଢାଇ ଦେଇଛନ୍ତି। ସେମାନେ ସମସ୍ତେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଅଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକାଳ ଏହି ମାସ ଶେଷ ସୁଦ୍ଧା ପୂରିବାକୁ ଥିଲା। ଏବେ ସେମାନଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ ଯାଏ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ( ଏସିସି) ଦ୍ୱାରା ନିଆଯାଇଥିଲା । ଯେଉଁ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକାଳ ପୂରଣ କରୁଛନ୍ତି କିମ୍ବା ସେବା ନିବୃତ୍ତ ପରେ କାର୍ଯ୍ୟକାଳ ବୃଦ୍ଧି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ଦର୍ଶାଇଥିବା ଜଣାପଡିଛି। ଏହି ନିର୍ଦ୍ଦେଶନାମା ଯୁଗ୍ମ ସଚିବ,ନିର୍ଦ୍ଦେଶକ ଏବଂ ଡେପୁଟି ସେକ୍ରେଟାରୀ ସ୍ତରର ଅଧିକାରୀମାନଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ । କିନ୍ତୁ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ କାର୍ଯ୍ୟକାଳ ପୂରଣ କରିଥିବା କିମ୍ବା ଆଉ ୫ କି ୭ବର୍ଷ ପୂରଣ କରିବାକୁ ଥିବା ଅନେକ ଅତିରିକ୍ତ ସଚିବଙ୍କୁ ସଂକଟରେ ପକାଇଦେଇଛି। ସାରା ଦେଶ ଲକ୍‌ଡାଉନରେ ଥିବାବେଳେ ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ମନେହୁଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?