Posted inଫୁରସତ

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ତା’ହେଲେ ହୋଇ ଯାଆନ୍ତୁ ସର୍ତକ,ନିଜ ଉପରେ ଆସିପାରେ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ ଜାଣି ନ ଥଆନ୍ତି ଯେ ଏପରି କରି ସେ କେତେବଡ଼ ଭୁଲ କରୁଛନ୍ତି। ଶାସ୍ତ୍ର ଅନୁସାରେ, ଏହା ପାପ ସହ ସମାନ ହୋଇଥାଏ। ତେବେ ଏପରି ୫ଟି ବିଶେଷ ଜିନିଷ ଅଛି ଯାହାଠାରେ ଭୁଲରେ ମଧ୍ୟ ଗୋଡ଼ ବାଜିବା ପାପ ହୋଇଥାଏ। ଏହାଦ୍ବାରା ଆମ ନିଜର ହିଁ କ୍ଷତି ହୋଇଥାଏ। ତେଣୁ ଏହି ୫ଟି ଜିନିଷରେ ଭୁଲରେ ମଧ୍ୟ ଗୋଡ଼ ବାଜିବାକୁ ଦିଅନ୍ତୁ ନାହଁ। ତେବେ ଚାଲନ୍ତୁ ଜାଣିବା ସେହି ୫ଟ ଜିନିଷ କ’ଣ।
* ଅଗ୍ନି: ଅଗ୍ନି ହେଉଛନ୍ତି ସକଳ ଶକ୍ତିର ଆଧାର। କେବଳ ହିନ୍ଦୁଧର୍ମ ନୁହେଁ, ଅନ୍ୟ ଧର୍ମରେ ମଧ୍ୟ ଅଗ୍ନିଙ୍କୁ ଦେବତା ଭାବେ ପୂଜା କରାଯାଏ। ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପାଇଁ ସତନ୍ତ୍ର ପୂଜା ବିଧି ରହିଛି। ଯେହେତୁ ଅଗ୍ନି ବା ନିଆଁ ହେଉଛନ୍ତି ଦେବତା, ତେଣୁ ତାଙ୍କଠାରେ ଗୋଡ଼ ମାରିବା ଅନୁଚିତ୍‌। ଏଭଳି କରିବା ଦ୍ୱାରା ମହାପାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
*ଜଳ: ଶାସ୍ତ୍ର ଅନୁଯାୟୀ ଜଳ ହେଉଛି ମା’ ଗଙ୍ଗାଙ୍କ ରୂପ। ଯିଏ କି ମହାଦେବଙ୍କ ଜଟାରୁ ଆର୍ବିଭାବ ହୋଇଥିଲେ। ତେଣୁ ପାଣି ଥିବା ପାତ୍ରକୁ କେବେ ହେଲେ ଗୋଡ଼ ଲଗାନ୍ତୁ ନାହିଁ କି ଗୋଇଠା ମାରି ଅପମାନ କରନ୍ତୁ ନାହିଁ। ଏଭଳି କଲେ ଦେବୀ ଗଙ୍ଗା କ୍ରୋଧିତ ହୋଇଥାନ୍ତି ଓ ଦିନେ ନା ଦିନେ ଆପଣଙ୍କୁ ପାଣି ପାଇଁ ହଟହଟା ହେବାକୁ ପଡ଼ିଥାଏ।
*ଭାତ ହାଣ୍ଡି: ଭାତ ହାଣ୍ଡିରେ ଗୋଡ଼ ମାରିବା ଆଦୌ ଉଚିତ୍‌ ନୁହେଁ। କାରଣ ଅନ୍ନରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ। ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ଦେଖିବାକୁ ମିଳିଥାଏ। ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ। ତେଣୁ ଗୋଇଠା ମାରିବା ତ ଦୂରର କଥା ଭୁଲରେ ମଧ୍ୟ ଭାତ ହାଣ୍ଡିରେ ଗୋଡ଼ ମାରନ୍ତୁ ନାହିଁ। ନଚେତ୍‌ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବେ। ଫଳରେ ଘରେ ଅଭାବ ଅନଟନ ସହ ଅନେକ ସମସ୍ୟା ଦେଖାଦେବ।
*ଗେମାତା: ହିନ୍ଦୁ ଧର୍ମରେ ଗୋରୁ ଗାଈଙ୍କୁ ମାତା ହିସାବରେ ପୂଜା କରାଯାଏ। ଅଗ୍ନି ଓ ଜଳ ପରି ଗୋମାତା ମଧ୍ୟ ଦେବୀ, ଯାହାଙ୍କୁ ଆମେ ପୂଜା କରିଥାଉ। ତେଣୁ କେବେହେଲେ ଗୋମାତାଙ୍କଠାରେ ଗୋଡ଼ ଲଗାନ୍ତୁ ନାହିଁ କିମ୍ବା କ୍ରୋଧରେ ତାଙ୍କୁ ଗୋଇଠା ମାରନ୍ତୁ ନାହିଁ।
*ଶିଶୁ: ଶାସ୍ତ୍ର ଅନୁଯାୟୀ ଶିଶୁଙ୍କ ଦେହରେ ସ୍ବୟଂ ଭଗବାନ ବିରାଜମାନ କରିଥାନ୍ତି। ପିଲାମାନେ ଦୁନିଆର ମୋହ ମାୟାରୁ ବହୁ ଦୂରରେ। ତାଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନ ଥାଏ। ସେମାନେ ଭଗବାନଙ୍କ ପରି ପବିତ୍ର ହୋଇ ହୋଇଥାନ୍ତି। ତେଣୁ ପିଲାଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ଼ ବଜାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri