Posted inଫୁରସତ

ଏମିତି ସହର, ଯେଉଁଠି ପଡ଼େ ନାହିଁ ସୂର୍ଯ୍ୟକିରଣ

ବିଶ୍ୱର ଅଧିକାଂଶ ସ୍ଥାନରେ ସୂର୍ଯ୍ୟକିରଣ ପଡ଼ିଥାଏ। ସୂର୍ଯ୍ୟ ହେଉଛନ୍ତି ଶକ୍ତିର ଉତ୍ସ। ଏଥିରୁ ଆଲୋକ ମିଳିଥାଏ। ମାତ୍ର ଏମିତି ଏକ ସହର ଅଛି, ଯେଉଁଠି ଆଦୌ ସୂର୍ଯ୍ୟ କିରଣ ପଡ଼ି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ସ୍ଥାନ ହେଉଛି ନର୍‌ଓ୍ବେର ଟ୍ରୋମ୍‌ସୋ ସହର। ଏହା ଆର୍କଟିକ୍‌ ସର୍କଲର ଉତ୍ତରରେ ରହିଛି। ଯେଉଁଠାରେ ପ୍ରତିବର୍ଷ ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ସୂର୍ଯ୍ୟ ଆଦୌ ଦେଖାଯାନ୍ତି ନାହିଁ। କାହିଁ କେଉଁକାଳରୁ ଏଠାକାର ଲୋକେ ଏପରି ଅନ୍ଧାର ସ୍ଥାନରେ ବସବାସ କରିଆସୁଥିଲେ। ମାତ୍ର ବୈଜ୍ଞାନିକମାନେ ଏବେ ଏହି ସମସ୍ୟା ଦୂର କରିଛନ୍ତି। ଏଠାରେ ବୈଷୟିକ ବୈଜ୍ଞାନିକମାନେ ସୂର୍ଯ୍ୟ ଦର୍ପଣ ପ୍ରୟୋଗ କରି ଏହି ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି। ସୂର୍ଯ୍ୟକିରଣ ଆସୁଥିବା ଦିଗରେ ପର୍ବତ ଉପରେ ଏକ ବିରାଟ ସୂର୍ଯ୍ୟ ଦର୍ପଣ ରଖାଯାଇଛି। ଯାହା ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରି ପାହାଡ଼ର ପାଦଦେଶକୁ ଆଲୋକିତ କରୁଛି। ଏଠାରେ ଥିବା ଇଞ୍ଜିନିୟର ସାମ୍‌ ଆଇଡି ଏ ସମ୍ପର୍କରେ ଧାରଣା ଦେଇଥିଲେ। ଯାହା ମାର୍ଟିନ୍‌ ଆଣ୍ଡରସନ୍‌ଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ମାର୍ଟିନ୍‌ ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ ୮ ଲକ୍ଷ ଡଲାର ମୂଲ୍ୟର ଦର୍ପଣ ଲଗାଇଛନ୍ତି। ଏହା ପୂର୍ବରୁ ଲୋକେ କେବୁଲ କାର୍‌ ମାଧ୍ୟମରେ ସୂର୍ଯ୍ୟକିରଣ ଦେଖିବାକୁ ଯାଉଥିଲେ। ପ୍ରାୟ ୫୩୮ ବର୍ଗ ଫୁଟ କ୍ଷେତ୍ରରେ ଏହି ଦର୍ପଣ ଲଗାଯାଇଛି। ଏହି ଦର୍ପଣ ସହରର ୨୧୫୦ ବର୍ଗଫୁଟ କ୍ଷେତ୍ରକୁ ଆଲୋକ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri