ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳ ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ଅଗ୍ନି ବିକଳାଙ୍ଗ ରୋଗୀଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ କରାଯିବ। ସେଠାରେ ମାଗଣା ଚିକିତ୍ସାସେବା ଉପଲବ୍ଧ ହେଉଥିବାରୁ ଏହାର ସୁଯୋଗ ଅନୁଗୋଳର ରୋଗୀଙ୍କୁ ଦେବାକୁ କଣିହଁାସ୍ଥିତ ଏନ୍ଟିପିସି ଡାକ୍ତରଖାନାର ଜଣେ ଡାକ୍ତର ପ୍ରସ୍ତାବ ଦେଇଥିଲେ। ଏହା ଉପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ପ୍ରତାପ କୁମାର ବେହେରା ମୋହର ମାରିବା ସହ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି।
ସିଡିଏମ୍ଓଙ୍କ କହିବା ଅନୁଯାୟୀ, ଜିଲାରେ ଥିବା ଗ୍ରହଣଖଣ୍ଡିଆ ଓ ପୋଡ଼ିଯାଇ ବିକଳାଙ୍ଗ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ହାଇଦ୍ରାବାଦରେ ମାଗଣାରେ କରାଯିବାକୁ ଏକ ପ୍ରସ୍ତାବ ମିଳିବା ପରେ ଜିଲାରେ ଥିବା ୮ଟି ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କଣିହଁା, ପାଲଲହଡ଼ାର ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା କଣିହଁାରେ କରାଯିବ। ଛେଣ୍ଡିପଦା, ଆଠମଲ୍ଲିକ ଓ କିଶୋରନଗର ରୋଗୀଙ୍କୁ ବଇଣ୍ଡାରେ ଚିହ୍ନଟ କରାଯିବ। ତାଳଚେରରେ ତାଳଚେର ଓ ବଅଁରପାଳର ରୋଗୀଙ୍କୁ ଚିହ୍ନଟ କରାଯିବ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନୁଗୋଳ ବ୍ଲକରେ ଥିବା ରୋଗୀଙ୍କୁ ଚିହ୍ନଟ କରାଯିବ। ରୋଗୀଙ୍କ ଚିହ୍ନଟ ସମ୍ପର୍କିତ ତାଲିକା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି। ଏହାପରେ ହାଇଦ୍ରାବାଦରୁ ଡାକ୍ତରମାନେ ଆସି ୪ ଦିନ ବିଭିନ୍ନ ସ୍ଥାନରେ ରୋଗୀଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ପରେ ପ୍ରସ୍ତୁତ ତାଲିକାରୁ ରୋଗୀଙ୍କୁ ଚିହ୍ନଟ କରିବେ। ତାଲିକା ଚୂଡ଼ାନ୍ତ ହେବା ପରେ ଅଗଷ୍ଟ ମାସରେ ତାହାକୁ ସ୍କ୍ରୁଟିନି କରାଯିବ। ଏହାପରେ ସେପ୍ଟେମ୍ବରରେ ୩ଟି ପର୍ଯ୍ୟାୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ରୋଗୀଙ୍କୁ ଧରି ହାଇଦ୍ରାବାଦ ଯିବେ। ଗୋଟିଏ ପର୍ଯ୍ୟାୟରେ ୩୦ରୁ ୩୫ ଜଣ ରୋଗୀଙ୍କୁ ହାଇଦ୍ରାବାଦ ପଠାଯିବ। ସେଠାରେ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯିବାକୁ ଥିବାବେଳେ ଯାତାୟାତ ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବ। ଏ ନେଇ ଫାଇଲ ଜିଲାପାଳଙ୍କ ନିକଟକୁ ଯାଇଥିବା ସିଡିଏମ୍ଓ କହିଛନ୍ତି।
ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା
ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…
ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ
ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…
ବିଲକୁ ଯାଇଥିଲେ ୨ ଭାଇ, ହଠାତ୍ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…
ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…
ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….
ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…
ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ
ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…
ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା
ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…
ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ
ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…
ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…
Archives

